ନବରଙ୍ଗପୁର (କେ.ସାକିଲି ଦୋରା)— ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଆଜି ଭର୍ଚୁଅଲ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଆଶୁତୋଷ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ସଂଘର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଏହି ବୈଠକରେ ଗତ ୧୪.୬.୨୦୨୧ ତାରିଖରେ ରାଜ୍ୟ ସଙ୍ଘ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ନେଇ ଉଦବେଗ ପ୍ରକାଶ ପାଇବା ସହିତ, ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପ୍ରତ୍ୟାହାର କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବା ପାଇଁ ସହମତି ପ୍ରକାଶ ପାଇଥିଲା ।
ଓଡ଼ିଶା ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ଦେବା ପାଇଁ ରାଜ୍ୟ ସଂଘର ନିଷ୍ପତ୍ତି କୁ ଜିଲ୍ଲା ଶାଖା ସଙ୍ଘ ସମର୍ଥନ ଜଣାଇଥିଲେ। ରାଜସ୍ୱ ଅମଲା ମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରି ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପାମୂଳକ ରାଶି ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧିକାରୀଙ୍କୁ ଦେବା ସହିତ ପରିବାର ର ଜଣକୁ ସରକାରୀ ଚାକିରୀ ଦେବା ପାଇଁ ଦାବି କରିଥିଲେ। ଏହି ବୈଠକରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା କେ, ଅଶୋକ ଚକ୍ରବର୍ତ୍ତୀ, ଉପ ସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ସମ୍ପାଦକ, ତ୍ରିଲୋଚନ ନାୟକ,ସହ ସମ୍ପାଦକ, ମୈଥିଲି ପଟ୍ଟନାୟକ, ରମେଶ ଖୋସଲା, ସୁନୀଲ ଦାସ, କୋଷାଧ୍ୟକ୍ଷ, ସୁଶାନ୍ତ ନାୟକ, ଶ୍ରୀକାନ୍ତ ଶତପଥି, ମନ ମୋହିନୀ ହଲଦାର, ଜିତେନ୍ଦ୍ର ଚୌଧୁରୀ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ
Comments are closed.