Odisha news

କରୋନା ଯୋଦ୍ଧା ଏ ଏସ ଆଇ ସଞ୍ଜୟ ମଣ୍ଡଳ ଙ୍କୁ ଥାନାରେ ସମ୍ବର୍ଦ୍ଧନା

ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ଥାନାରେ କର୍ଯ୍ୟରତ ଏ ଏସ ଆଇ ସଞ୍ଜୟ ମଣ୍ଡଳ ଗତ କିଛି ଦିନ ତଳେ କରୋନା ରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୩ ଦିନ ପରେ ସୁସ୍ଥ ହୋଇଥିଲେ। ସେ ପୁଣି ଆଜି ବୋରିଗୁମ୍ମା ଥାନାରେ ଯୋଗଦାନ କରିଛନ୍ତି। ଏ ଏସ ଆଇ ସଞ୍ଜୟ ମଣ୍ଡଳ କରୋନା କୁ ହରାଇ, ନିଜେ ଜିତିଛନ୍ତି। ଏହିଭଳି କରୋନା ଯୋଦ୍ଧା ଙ୍କୁ ଥାନା ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ,କରୋନା ଯୋଦ୍ଧା ସଞ୍ଜୟ କୁମାର ମଣ୍ଡକ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ସମୟରେ ଏ ଏସ ଆଇ ମନମଦ ସିଂ ଓ ଏ ଏସ ଆଇ ଅଜୟ କୁମାର ସିଂ ଉପସ୍ଥିତ ଥିଲେ।
Govt

Comments are closed.