ନୂଆପଡା- ଖଡ଼ିଆଳ ବ୍ଲକ ଗଡ଼ରାମୁଣ୍ଡା ଗ୍ରାମ ରେ ଗତ କାଲି ବିଲମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡ ରେ ପୃଥ୍ୱୀରାଜ ବନଛୋର ଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ ହୋଇଅଛି। ଗତକାଲି ପରିବାର ଲୋକେ ରାତ୍ରି ଖାଇ ସାରିବା ପରେ ଶୋଇ ପଡ଼ିଥିଲେ। ରୋଷେଇ ପ୍ରସ୍ତୁତ ପାଇଁ ଜଳାଇ ଥିବା ଚୁଲିର ନିଆଁକୁ ଲିଭାଇ ନଥିଲେ। ଫଳରେ ଚୁଲିର ନିଆଁରୁ ଅଗ୍ନିକାଣ୍ଡ ଘଟିଅଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଘଟଣା ର ଖବର ପାଇ ଖଡ଼ିଆଳ ଅଗ୍ନିଶ୍ରମ ବିଭାଗ ପହଁଞ୍ଚି ଥିବା ବେଳେ ଅଗ୍ନି ଉପରେ ଆୟତ୍ତ ପାଇଥିଲେ। ତାଙ୍କ ଛାତ ପୋଡି ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇ , ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି
Comments are closed.