ନୂଆପଡା -ଖଡ଼ିଆଳ ସହର ମଧ୍ୟ ଦେଇ ୩୫୩ ଜାତୀୟ ରାଜପଥ ଅତିକ୍ରମ କରିଛି। ଏହି ରାଜପଥ କୁ ସଂଯୁକ୍ତ ହୋଇଛି ଅନେକ ଗୁଡିଏ ପାର୍ଶ୍ଵ ସଡ଼କ ବିଭିନ୍ନ ସାହି ରୁ ବାହାରି ଜତୀୟ ରାଜପଥ କୁ ସଂଯୋଗ କରେ ଯଥା ବୋଡେ଼ନ ଛକ ଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ, ବ୍ଲକ ଛକ, ଗୁରୁନାନକ ଛକ, ହନୁମାନ ମନ୍ଦିର ନିକଟସ୍ଥ ଛକ, ଥାନା ଛକ ରହିଅଛି।
ଏହି ଛକ ର ପାର୍ଶ୍ଵ ସଡ଼କ ନିର୍ମାଣ ପାଇଁ ୧୫ ମିଟର ପର୍ଯ୍ୟନ୍ତ ରାଜପଥ ବିଭାଗ ର ଦାୟିତ୍ବ ନିର୍ମାଣ କରି ରାଜପଥରେ ଜାମ କୁ ଦୂର କରିବାର ବ୍ୟବସ୍ଥା ରହିଅଛି କିନ୍ତୁ ରାଜପଥ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଥିବା ବେଳେ ପାର୍ଶ୍ଵ ସଡକର ଅଵସ୍ଥା ଶୋଚନୀୟ ହୋଇପଡିଛି। ଖଡ଼ିଆଳ ମୁକ୍ତାପୁର ପାର୍ଶ୍ଵ ସଡ଼କ, ଗୁରୁ ନାନକ ଛକ ସାମାନ୍ୟ ବର୍ଷାରେ ଯାତାୟତ ସମସ୍ୟା ଦେଖାଯାଉଅଛି।ଅନେକ ସମୟରେ ସଡ଼କ ଦୁର୍ଘଟଣା ର କାରଣ ହେଉଛି। ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ନିର୍ମାଣ ପାଇଁ ଅନୁରୋଧ ସହର ବସି ଦାବି କରୁଛନ୍ତି।
Comments are closed.