ନୂଆଦିଲ୍ଲୀ : ପାକିସ୍ତାନ ଓ ଶ୍ରୀଲଙ୍କାକୁ ନିଜ ଋଣ ଜାଲରେ ଫସାଇ ଥିବା ଚୀନ ବିରୁଦ୍ଧରେ ବର୍ତମାନ ବିଶ୍ୱର ଅନେକ ଦେଶ ବିରୋଧ ପ୍ରଦର୍ଶନ କରୁଛନ୍ତି l ୟୁରୋପ ମହାଦେଶର ସବୁଠୁ ଛୋଟ ଦେଶ ଲିଥୁଆନିୟା ଚୀନ ରାଷ୍ଟ୍ରପତିଙ୍କ ମିଶନ CEEC କୁ ଛାଡିବା ପାଇଁ ଘୋଷଣା କରିଛି l ଏହି ପରିଯୋଜନା ସହିତ ଚୀନ ମଧ୍ୟ ଓ ପୂର୍ବ ୟୁରୋପ ଦେଶ ମାନଙ୍କରେ ନିଜର ବ୍ୟବସାୟକୁ ମଜବୁତ କରିବାକୁ ଚାହୁଁଛି l
ସେହି ସ୍ଥାନରେ ଦ୍ଵିତୀୟ ଝଟକା ଚୀନକୁ ହଙ୍ଗେରୀ ନିକଟରୁ ମିଳିଛି l ହଙ୍ଗେରୀର ହଜାର ହଜାର ଜନସାଧାରଣ ରାଜଧାନୀ ବୁଡ଼ାପେଷ୍ଟ ରେ ହେବାକୁ ଥିବା ଚୀନୀ ବିଶ୍ବବିଦ୍ୟାଳୟକୁ ବିରୋଧ କରି ସଂସଦ ଘେରାଉ କରିଛନ୍ତି l ୟୁରୋପ ମହାଦେଶରେ ଚୀନ ବିରୁଦ୍ଧରେ ବଢୁଥିବା ବିଦ୍ରୋହ ଆସନ୍ତା କିଛିଦିନ ମଧ୍ୟରେ ତୀବ୍ର ରୂପ ନେଇପାରେ l ଟ୍ରମ୍ପ ଙ୍କ କାର୍ଯ୍ୟ ସମୟରେ ଆମେରିକାର ୟୁରୋପୀୟ ଦେଶ ମାନଙ୍କ ସହିତ ଅନେକ କଥାକୁ ନେଇ ମତଭେଦ ଉପୁଜିଥିଲା l
ଗତବର୍ଷ ଚୀନ ବିଦେଶମନ୍ତ୍ରୀ ୟୁରୋପ ଗସ୍ତ କରି ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ l ହଙ୍ଗେରୀର ଜନତା କହିଛନ୍ତି ଚୀନ ନିଜ ବିଶ୍ୱବିଦ୍ୟାଳୟ ଜରିଆରେ ତାଙ୍କ ଦେଶରେ କମ୍ୟୁନିଷ୍ଟ ବିଚାର ଧାରାକୁ ଚଳାଇବାକୁ ଚେଷ୍ଟା କରୁଛି l କେବଳ ଏତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟ ତିଆରି ହେବ ଦ୍ୱାରା ହଙ୍ଗେରୀର ଉଚ୍ଚ ଶିକ୍ଷାରେ ବାଧା ସୃଷ୍ଟିହେବ l ହଙ୍ଗେରୀ ସରକାର ଓ ଚୀନ ମଧ୍ୟରେ ଖୁବ ଘନିଷ୍ଠତା ରହିଛି l ହଙ୍ଗେରୀ ମଧ୍ୟ ଚୀନ ନିକଟରୁ ଅଧିକ ମାତ୍ରାରେ ଋଣ ନେଉଛି l
Comments are closed.