Odisha news

ରୋଗ ପ୍ରତିରୋଧକ ସହିତ ଏହି ସବୁ ସମସ୍ୟାର ସମାଧାନ କରିଥାଏ ଗୁଡ ଓ ଦୁଗ୍ଧ

ରୋଗ ପ୍ରତରୋଧକ କ୍ଷମତା ଗୋଟିଏ ପ୍ରକ୍ରିୟା ଅଟେ । ଆମେ ଯାହା ବି ଖାଇଥାଉ ଏହା ଆମର ସ୍ବାସ୍ଥ୍ୟ ସହିତ ଆମ ଇମ୍ୟୁନିଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗୁଡ ସହିତ ଦୁଗ୍ଧ ବଦଳୁଥିବା ଋତୁ ଜନିତ ବିଭିନ୍ନ ସମସ୍ୟାରୁ ଆରମ୍ ଦେଇଥାଏ । ଆମର ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ ବିଭିନ୍ନ ସମସ୍ୟା କୁ ମଧ୍ୟ ଦୁର କରିଥାଏ ।

ଗୁଡ ଓ ଦୁଗ୍ଧ ରେ ରହିଥିବା ପୋଷାକ ତତ୍ୱ –
ଦୁଗ୍ଧରେ ରହିଛି ଭିଟାମିନ ଏ , ବି , ଡି ବ୍ୟତୀତ କ୍ୟାଲସିୟମ , ପ୍ରୋଟିନ ଓ ଲାକ୍ ଟିକ୍ ଏସିଡ । ସେହି ସ୍ଥାନରେ ଗୁଡ଼ରେ ରହିଛି ସୁକ୍ରୋଜ , ଲକ୍ଟୋଜ ଓ ଖଣିଜ ତତ୍ତ୍ଵ ତା ସହିତ କ୍ୟାଲସିୟମ ଭଳି ତତ୍ତ୍ଵ ମଧ୍ୟ ରହିଛି । ମିଳିଥାଏ ଏହିସବୁ ଲାଭ ।

* ଉଷୁମ ଦୁଗ୍ଧ ସହିତ ଗୁଡ ମିଶାଇ ପିଇବା ଦ୍ଵାରା ଏହା ଆପଣଙ୍କ ରକ୍ତକୁ ପ୍ରାକୃତିକ ଉପାୟରେ ପ୍ୟୁରିଫାଏ କରିଥାଏ ଓ ଶରୀରରୁ ବିଶୁଦ୍ଧ ଜିନିଷକୁ ବାହାର କରିଥାଏ ।
* ଗବେଷକ ମାନଙ୍କ ମତରେ ଉଷୁମ ଦୁଗ୍ଧ ଓ ଗୁଡ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କ ମୋଟପା କମିବାରେ ସାହାଯ୍ୟ କରିଥାଏ ।
* ଯଦି ପ୍ରତିଦିନ ଗୁଡ ସହିତ ଅଦା ଖଣ୍ଡିଏ ଖାଇବେ ତେବେ ହାଡ ମଜବୁତ୍ ହୋଇଥାଏ ଏବଂ ବିଭିନ୍ନ ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣାରୁ ଆରମ ମିଳିବ । ଉଷୁମ ଦୁଗ୍ଧ ଓ ଗୁଡ ସେବନ କରିବା ଦ୍ୱାରା ଆପଣଙ୍କ ତ୍ଵଚା ସୁନ୍ଦର୍ ହେବ ଏବଂ କେଶ ମଧ୍ୟ ଘଞ୍ଚ ହେବ ।
* ମହିଳା ମାନଙ୍କର ମାସିକ ଧର୍ମ ସମୟର ହେଉଥିବା ଯନ୍ତ୍ରଣା ଓ ଅନ୍ୟ ସମସ୍ୟାକୁ ଗୁଡ ଓ ଦୁଗ୍ଧ ଦୁର କରିଥାଏ ।

Comments are closed.