Odisha news

୨୦୨୦-୨୧ ବର୍ଷରେ ରିଲାଏନ୍ସ ରିଟେଲର ଡିଜିଟାଲ କାରବାର ଓ ବ୍ୟବସାୟୀ ସହଭାଗୀ କ୍ଷେତ୍ରରେ ବୃଦ୍ଧି

ରିଲାଏନ୍ସ ରିଟେଲର ୨୦୨୦-୨୧ ବର୍ଷରେ ରାଜସ୍ୱ ଆୟ ୧,୫୩,୮୧୮ କୋଟି ଟଙ୍କାରୁ ୧୦ ପ୍ରତିଶତ ଡିଜିଟାଲ କାରବାର ଓ ବ୍ୟବସାୟୀ ସହଭାଗୀଙ୍କ ମାଧ୍ୟମରେ ହାସଲ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସଂକ୍ରମଣ ଜନିତ ସ୍ଥିତିରେ ଦେଶରେ ଡିଜିଟାଲ କାରବାର ଏବଂ ଖୁଚୁରା ବ୍ୟବସାୟୀ ସହଭାଗୀ ବ୍ୟବସ୍ଥାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ସମ୍ପ୍ରତି କମ୍ପାନୀଗୁଡିକର ମୋଟ କାରବାରରେ ଡିଜିଟାଲ କାରବାର ଏକ ମୁଖ୍ୟ ସ୍ଥାନ ଅଧିକାର କରିବାରେ ଲାଗିଛି । ଦେଶର ସର୍ବବୃହତ ହାଇପର୍‌ଲୋକାଲ ପ୍ଲାଟଫର୍ମ ଜିଓମାର୍ଟ ପରିଚାଳନା କରୁଥିବା ରିଲାଏନ୍ସ ରିଟେଲ ୨୦୨୦-୨୧ ଆର୍ଥିକ ବର୍ଷରେ ତାହାର ମୋଟ ରାଜସ୍ୱର ୧୦ ପ୍ରତିଶତ ଡିଜିଟାଲ କାରବାର ଏବଂ ଖୁଚୁରା ବ୍ୟବସାୟୀ ସହଭାଗୀଙ୍କ ଜରିଆରେ ପାଇପାରିଛି । ଏହି ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ଆୟ ୧,୫୩,୮୧୮ କୋଟି ଟଙ୍କା ହୋଇଥିବାବେଳେ ଟିକସ ପୂର୍ବବର୍ତୀ ଲାଭ ୯୮୪୨ କୋଟି ଟଙ୍କା ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ରିଲାଏନ୍ସ ରିଟେଲ ମୋଟ ୧୨,୭୧୧ ଷ୍ଟୋର ପରିଚାଳନା କରୁଥିଲା, ଯାହା ମୋଟ ୩୩.୮ ନିୟୁତ ବର୍ଗଫୁଟ ପରିମିତ ଅଂଚଳରେ ପରିବ୍ୟାପ୍ତ ହୋଇଛି । ସେହି ଷ୍ଟୋରଗୁଡିକ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ କ୍ଷୁଦ୍ର ସହରାଂଚଳରେ ଅବସ୍ଥିତ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଖୋଲାଯାଇଥିବା ୧୪୫୬ ନୂଆ ଷ୍ଟୋରଗୁଡିକ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ କ୍ଷୁଦ୍ର ସହରଗୁଡିକରେ ରହିଛି ।

କୋଭିଡ୍ ଜନିତ ତାଲାବନ୍ଦ ଏବଂ କଟକଣା ପରିସ୍ଥିତିରେ ଡିଜିଟାଲ ବ୍ୟବସାୟ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ଏବଂ ଏହାର ଅଭିବୃଦ୍ଧି ଧାରା ଜାରି ରହିବା ଆଶା କରାଯାଉଥିବା କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ ତାହାର ସମସ୍ତ ବ୍ୟବସାୟ କ୍ଷେତ୍ରରେ ଡିଜିଟାଲ ବ୍ୟବସାୟ ଏବଂ ଓମ୍‌ନି ଚାନେଲ ସାମର୍ଥ୍ୟକୁ ସୁଦୃଢ କରିବା ସହିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଏବଂ ମେସିନ ଲର୍ଣ୍ଣିଂ (ଏମଏଲ) ଭଳି ସର୍ବାଧୁନିକ ପ୍ରଯୁକ୍ତିକୌଶଳକୁ ଲାଗୁ କରିଥିଲା । ଉପଭୋକ୍ତାମାନଙ୍କର ପରିବର୍ତିତ ଆଚରଣ ଏବଂ ଶୈଳୀକୁ ଦେଖି ଏହା କାର୍ଯ୍ୟକାରୀ କରାଯାଇଥିଲା ।

ରିଲାଏନ୍ସ ଇତିମଧ୍ୟରେ ଅନ୍‌ଲାଇନ ଫାର୍ମାସୀ ନେଟ୍‌ମେଡ୍ସ, ଅନ୍‌ଲାଇନ ଫର୍ଣ୍ଣିଚର ରିଟେଲର ଅର୍ବାନ ଲାଡର ଏବଂ ଅନ୍‌ଲାଇନ ଲିଙ୍ଗରି ରିଟେଲର ଜିଭାମେକୁ ଅଧିଗ୍ରହଣ କରିସାରିଛି । ତାହାସହିତ ଏହା ଦ୍ରୁତ ଅଭିବୃଦ୍ଧିଶୀଳ ଇ-କମର୍ସ କ୍ଷେତ୍ରରେ ନିଜର ବ୍ୟବସାୟ ପରିବ୍ୟାପ୍ତ କରୁଛି ।

ରିଲାଏନ୍ସ  ରିଟେଲ ୨୦୨୦-୨୧ ଆର୍ଥିକ ବର୍ଷରେ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକଙ୍କ ଠାରୁ ଭାରତର ସର୍ବବୃହତ ୪୭,୨୬୫ କୋଟି ଟଙ୍କା ପାଣ୍ଠି ସଂଗ୍ରହ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲା ।

Comments are closed.