Odisha news

ବୋରିଗୁମ୍ମା ବ୍ଲକରେ ରବି ଧାନ ମଣ୍ଡି ର ଶୁଭାରମ୍ଭ

ବୋରିଗୁମ୍ମା (କେ.ସାକିଲି ଦୋରା)—– ବୋରିଗୁମ୍ମା ବ୍ଲକରେ ରବି ଋତୁରେ ଧାନ ମଣ୍ଡି ର ଶୁଭାରମ୍ଭ ହୋଇଯାଇଛି। ବୋରିଗୁମ୍ମା ବ୍ଲକରେ ବୋରିଗୁମ୍ମା ଓ କାମତା ଲ୍ୟାମ୍ପ ବ୍ୟତୀତ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଚାଷୀ ଙ୍କ ଠାରୁ ଧାନ କ୍ରୟ କରିଥାନ୍ତି। ବୋରିଗୁମ୍ମା ଲ୍ୟାମ୍ପ ଅଧୀନରେ ପାଞ୍ଚୋଟି ଧାନ ମଣ୍ଡି ରହିଛି। ସେଗୁଡିକ ହେଲା ବୋରିଗୁମ୍ମା, ବିଜାପୁର, ସାନପରିଆ, କାମରା, ଚାଲାଣଗୁଡା।ଉକ୍ତ ଲ୍ୟାମ୍ପ ଅଧୀନରେ ମୋଟ ୫୩୫ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ୫୦୫ ଜଣ ଚାଷୀ ଙ୍କ ଟୋକେନ୍ ଆସିଛି। ମୋଟ ୩୬,୨୧୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୩୮ ଚାଷୀ ଙ୍କ ଠାରୁ ୧୧,୬୮୩ କ୍ୱିଣ୍ଟାଲ ଧାନ କିଣାଯାଇଥିବା ଲ୍ୟାମ୍ପ ର ପରିଚାଳନା ନିର୍ଦ୍ଦେଶକ କିରଣ କୁମାର ପାତ୍ର ସୂଚନା ଦେଇଛନ୍ତି। ସେହିଭଳି କାମତା ଲ୍ୟାମ୍ପ ଅଧିନରେ ୧୮୦ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ୧୬୯ ଜଣ ଚାଷୀ ଙ୍କ ଟୋକେନ୍ ଆସିଛି। ଏହି ଲ୍ୟାମ୍ପ ଅଧିନ ରେ ଦୁଇଟି ଧାନ ମଣ୍ଡି ରହିଛି। ସେଗୁଡିକ ହେଲା ତରାଭଟ୍ଟା ଓ ସେମେଲାଗୁଡା। ମୋଟ ୭୦୦୦ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ଜଣ ଚାଷୀ ଙ୍କ ଠାରୁ ୧୫୦୦ କ୍ୱିଣ୍ଟାଲ ଧାନ କିଣାଯାଇଛି।ଏହା ବ୍ୟତୀତ ରବି ନାରାୟଣ ଏସ ଏଚ ଜି ପୋଡାପଦର ୪୨ ଜଣ ଚାଷୀ ଙ୍କ ଠାରୁ ୩୫୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ମାଲଦା ଏସ ଏଚ ଜି ୩୫୯ ଜଣ ଚାଷୀ ଙ୍କ ଠାରୁ ୧୩,୦୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି। କାମତା ର ମାଆ ମଙ୍ଗଳା ଏସ ଏଚ ଜି ୧୦୦  ଜଣ ଚାଷୀ ଙ୍କ ଠାରୁ ୯୦୦୦ କ୍ୱିଣ୍ଟାଲ,ସସାହାଣ୍ଡି ର ପ୍ରଗତି ଏସ ଏଚ ଜି ୫୫୧ ଜଣ ଚାଷୀ ଙ୍କ ଠାରୁ ୩୩,୦୦୦ କ୍ୱିଣ୍ଟାଲ ,ଡେଂଗପଦର ଇଜ଼ ଏଚ ଜି ୨୯୧ ଜଣ ଚାଷୀ ଙ୍କ ଠାରୁ ୯୨୦୦ କ୍ୱିଣ୍ଟାଲ, ବୋଡିଗାଁ ର ଏସ ଏଚ ଜି  ୧୨ ଜଣ ଚାଷୀ ଙ୍କ ଠାରୁ ୯୦୦ କ୍ୱିଣ୍ଟାଲ, କାମତା ପଞ୍ଚାୟତ ର ରତାଲି ପାଣି ପଞ୍ଚାୟତ ଏସ ଏଚ ଜି ୧୨୭ ଜଣ ଚାଷୀ ଙ୍କ ଠାରୁ ୮୮୯୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛି ଯୋଗଣ ବିଭାଗ। ତେବେ ବ୍ଲକରେ କିଛି ଟୋକେନ୍ ପାଇଥିବା ଚାଷୀ ଏପର୍ଯ୍ୟନ୍ତ ନିଜ ଜମି ରେ ଧାନ ଅମଳ ହୋଇ ନ ଥିବା ବେଳେ ଟୋକେନ୍ ଅବଧି ଶେଷ ହେବା ପରେ କିପରି ଧାନ ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ଚାଷୀକୁଳ।ଏଣୁ ଯୋଗଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀକୁଳ ଅନୁରୋଧ କରିଛନ୍ତି।
Ad2

Comments are closed.