Odisha news

ଅସହାୟ ବିଧବା ମହିଳାଙ୍କୁ ସହଯୋଗର ହାତ ବଢ଼ାଇଲେ ଜିଲ୍ଲା ପୋଲିସ

 ନୂଆପଡା- ୬/୬  :   ବୋଡେ଼ନ ବ୍ଲକ ବୋଏରଗାଁ ଗ୍ରାମର ଅସହାୟ ବିଧବା ମହିଳା ନୀରମଣି ମାଝୀ। ସେ ଏବଂ ତାଙ୍କ ଦୁଇ ଝିଅ ଙ୍କୁ ନେଇ ଦୀର୍ଘ ଦିନରୁ ଖପର ଘରରେ ରହିଆସୁଛନ୍ତି।ବଡ଼ ଝିଆକୁ ବିବାହ କରିଥିବା ବେଳେ ସାନ ଝିଅ ୧୦ ମ ଶ୍ରେଣୀ ରେ ପାଠ ପଢୁଛନ୍ତି। ଝିଅର ପାଠ ପଢା ନେଇ ଚିନ୍ତିତ ଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକ ରାହୁଲ କୁମାର ଜୈନ ଘଟଣା ଉଅପରେ ଗୁରୁତ୍ବ ଦେଇ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ବୋଡେ଼ନ ଥାନା ଅଧିକାରୀ ଏବଂ ପୋଲିସ କର୍ମୀ ପହଁଞ୍ଚି ତାଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିବା ବେଳେ ତାଙ୍କ ଝିଅର ପାଠ ପଢା ପାଇଁ ଆବଶ୍ୟକ ସହାୟତା କରାଯିବ ବୋଲି ପ୍ରକାଶ କରି କହିଛନ୍ତି ଯେ, ଏହି ଅସହାୟ ବିଧବା ମହିଳାଙ୍କୁ ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ ସହାୟତା ଏବଂ ଥଇଥାନ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକୃତରେ ନିଃସହାୟ ଙ୍କୁ ସହାୟତା ର ହାତ ବଢ଼ାଇ ପ୍ରଶାସନ ର ମାନବିକତା ର ପରିଚୟ ଦେଇଛନ୍ତି। ଜିଲ୍ଲା ପୋଲିସ ପ୍ରଶାସନ ର ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।
Ad2

Comments are closed.