ପୋଲସରା (Ranjaya Panigrahi) : ପୂର୍ବ ଶତ୍ରୁତା ଓ ଘରର ଫାଉଣ୍ଡେସନ ନିର୍ମାଣ କୁ ନେଇ ଏକ ୩ ବର୍ଷର ଶିଶୁ କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ଏପରିକି ଶିଶୁର ବାପା ବୁଲୁ ସାହୁ ମଧ୍ୟ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ ହୋଇଥିବା ବେଳେ ହତ୍ୟାକାଣ୍ଡ ଭିଆଇ ଥିବା ମୁଖ୍ୟ ଅଭିଯୁକ୍ତ ବୁଲୁ ସେଠୀ ଗ୍ରାମବାସୀ ଙ୍କ ଦ୍ଵାରା ଧରା ପଡ଼ି ନିସ୍ତୁକ ମାଡ଼ ଖାଇ ପୋଲସରା ମୋଡିକାଲ ବେଡ଼ରେ ପଡ଼ି ରହିଥିବା ନଜରକୁ ଆସିଛି । ଏଭଳି ଏକ ଲୋମହର୍ଷକାରୀ ଦୁଖଦ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡା ପଞ୍ଚାୟତରେ । ପୂର୍ବ ଶତ୍ରୁତା ଓ ଘର ମଝିରେ ଥିବା ଫାଉଣ୍ଡେସନ ନିର୍ମାଣ କୁ ନେଇ ଉଭୟ ପଡୋଶୀ ବୁଲୁ ସାହୁ ଏବଂ ବୁଲୁ ସେଠୀ ଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲଗି ରହୁଥିଲା । ଯାହାକୁ ନେଇ ମଙ୍ଗଳବାର ସକାଳେ ଅଭିଯୁକ୍ତ ବୁଲୁ ସେଠୀ ବୁଲୁ ସାହୁର ଘର ବାରିପଟେ ପଶି ଅତର୍କିତ ଭାବେ ୩ ବର୍ଷର ଶିଶୁ ଆଦର୍ଶ ସାହୁକୁ ଅତି ନିର୍ମମ ଭାବେ ହତ୍ୟା କରି ବୁଲୁ ସାହୁକୁ ମଧ୍ୟ ଆକ୍ରମଣ କରିଥିଲା । ହେଲେ ଘଟଣା ସ୍ଥଳରେ ପାତିତୁଣ୍ଡ ହୋହାଲ୍ଲା କୁ ନେଇ ସାହି ପୋଡଶୀ ହାତ୍ୟାକାରୀ ବୁଲୁ ସେଠୀ କୁ କାବୁ କରି ନିସ୍ତୁକ ମାଡ଼ ଦେବା ସହ ପୋଲସରା ପୋଲିସ ଜିମା ଦେଇଥିଲେ । ଯାହାକୁ ନେଇ ଭାବରଡା ଗ୍ରାମରେ ଏସଡିପିଓ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ହତ୍ୟାକାଣ୍ଡ ର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ କରୁଥିବା ଜଣାପଡିଛି।
Comments are closed.