Odisha news

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ୫୬ ବର୍ଷ ବୟସରେ ଗୁପ୍ତ ଭାବରେ କଲେ ବିବାହ : ପତ୍ନୀଙ୍କ ବୟସକୁ ନେଇ ହେଲା ଉତେଜନା 

ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଶନିବାର ଦିନ ନିଜର ବାନ୍ଧବୀ କେରୀ ସାଇମଣ୍ଡଙ୍କ ସହିତ ଗୁପ୍ତ ଭାବରେ ବିବାହ କରିଛନ୍ତି । ୫୬ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଥିବାରୁ ବ୍ରିଟେନରେ ଉତେଜନା ଦେଖାଦେଇଛି । ଉଭୟଙ୍କ ବୟସରେ ୨୩ ବର୍ଷର ଅନ୍ତର ରହିଛି । ଏହି ବିବାହକୁ ନେଇ ଜନ୍ସଂଙ୍କ କାର୍ଯ୍ୟାଳୟର ଜଣେ ପ୍ରବକ୍ତା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ତିପାନି ଦେବାପାଇଁ ମନା କରିଦେଇ ଥିଲେ । ଡ଼ାଉନିଙ୍ଗ ଟୁଇଟ୍ ରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଆବାସ ଓ କାର୍ଯ୍ୟାଳୟ ରହିଛି । ଏହି ଖବର ସ୍ଥାନୀୟ ଗଣମାଧ୍ୟମ ଡେଲି ମେଲ୍ ରେ ପ୍ରକାଶ କରାଯାଇଛି । ଏହା ପୂର୍ବରୁ କୁହାଯାଇଥିଲା ଯେ ଉଭୟ ୨୦୨୨ ରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହାକୁ ନେଇ ସେ ନିଜର ପରିବାର ଓ ବନ୍ଧୁ ମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ଗଣମାଧ୍ୟମ ସୂଚନା ଅନୁସାରେ କୁହାଯାଇଛି ଯେ ବିବାହ ସମାରୋହକୁ ଶେଷ ମୁହୂର୍ତ୍ତରେ ଅତିଥି ମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । କେବଳ ଏତିକି ନୁହେଁ ପ୍ରଧମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସଦସ୍ୟ ମଧ୍ୟ ବିବାହ ଯୋଜନାକୁ ନେଇ କିଛି ଜାଣି ନଥିଲେ । କରୋନା ମହାମାରୀକୁ ନେଇ ବ୍ରିଟେନରେ ବର୍ତ୍ତମାନ ମାତ୍ର ୩୦ ଜଣ ଲୋକ ସାମିଲ ହୋଇ ପାରିବେ । ଦିନ ୧:୩୦ ମିନିଟ ସମୟରେ ବିବାହ ଅନୁଷ୍ଠିତ ହେଉଥିବା ସ୍ଥାନଟିକୁ ବନ୍ଦ କରି ଦିଆ ଯାଇଥିଲା । ଏହାର ଅଧ ଘଣ୍ଟା ପରେ ସେଠାରେ କେରି ପହଞ୍ଚିଥିଲେ । ଏହି ସମୟରେ ଉଭୟ ପରିବାରର ଅଳ୍ପ କିଛି ସଦସ୍ୟ ଉପସ୍ଥିତ ଥିଲେ ।
 ବୋରିସ ଜଂସନ୍ ଓ କେରି ୨୦୧୯ ରୁ ଏକା ସାଙ୍ଗରେ ରହୁଛନ୍ତି । କେରୀଙ୍କର ବର୍ତ୍ତମାନ ବୟସ ୩୩ ବର୍ଷ । ଗତବର୍ଷ ଗୋଟିଏ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯନ୍ସନ୍ ଘୋଷଣା କରିଥିଲେ ଯେ ସେ ଆଉ ଗୋଟିଏ ଶିଶୁର ଜନକ ହେବାକୁ ଯାଇଛନ୍ତି । ଏହା ପରେ କେରି ଅପ୍ରେଲ ୨୦୨୦ ରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
Nalco

Comments are closed.