Odisha news

କରୋନା ଟୀକ୍କାର ବର୍ଷ ବର୍ଷ ପର୍ଯ୍ୟନ୍ତ ପ୍ରଭାବ ,ବୁଷ୍ଟର ଡୋଜ ଦ୍ୱାରା ବଢ଼ାଯାଇ ପାରିବ ଆଣ୍ଟିବଡ଼ି

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହର ଓ ଟୀକାକରଣ ମଧ୍ୟରେ ଦୁନିଆରେ ଏହା ଆଲୋଚନା ଚାଲିଛି ଯେ ଟୀକ୍କାର ପ୍ରଭାବ କେତେ ସମୟ ପର୍ଯ୍ୟନ୍ତ ରହିବ l ଏହି ଆକଳନ କୁ ନେଇ ବୈଜ୍ଞାନିକ ମାନେ ଦାବି କରିଛନ୍ତି ଗୋଟିଏ ଥର ଟୀକ୍କା ନେବାପରେ କରୋନା ସଂକ୍ରମଣରୁ ଅନେକ ବର୍ଷ ପର୍ଯ୍ୟନ୍ତ ନିଜକୁ ରକ୍ଷା କରାଯାଇ ପାରିବ ,କିନ୍ତୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗୋଟିଏ ବର୍ଷ ପରେ ବୁଷ୍ଟର ଡୋଜ ନେବାକୁ ପଡିବ l

ନେଚର ରେ ପ୍ରକାଶିତ ଏକ ଖବର ଅନୁସାରେ କୁହାଯାଇଛି ଯେ ଗୋଟିଏ ବୈଜ୍ଞାନିକ ଦଳ କରୋନା ଟୀକ୍କା ର କ୍ଲିନିକାଲ ଟ୍ରାୟାଲ ର ଅଧୟନ କରୁଛନ୍ତି l ଯାହାର ଉଦେଶ୍ୟ ଟୀକ୍କା ରୁ ଉତ୍ପନ ପ୍ରତିରକ୍ଷା କ୍ଷମତା ର ଦୂରଗାମୀ ଅଧୟନ କରୁଛି l

ଗବେଷଣାରୁ ବାହାରିଲା ୪ଟି ଉପାୟ :
୧ – ଟୀକ୍କାକରଣ ର ଗୋଟିଏ ବର୍ଷ ପରେ ନ୍ୟୁଟ୍ରିଲାଇଜିଙ୍ଗ ଆଣ୍ଟିବଡ଼ି କମିବାକୁ ଲାଗିବ l ଯେଉଁଥିପାଇଁ ଟୀକ୍କା ର ଗୋଟିଏ ବୁଷ୍ଟର ଡୋଜ ନେବା ଜରୁରୀ ଅଟେ l କାରଣ ଏହାକୁ ଆଉଥରେ ବଢ଼ା ଯାଇପାରେ l
୨ – ବିନା ବୁଷ୍ଟର ଡୋଜ ରେ ମଧ୍ୟ କରୋନା ଟୀକ୍କା ଅନେକ ବର୍ଷ ପର୍ଯ୍ୟନ୍ତ ସଂକ୍ରମଣ ରୁ ରକ୍ଷା କରିବ l ଯଦି ବି ସଂକ୍ରମଣ ହେଲା ଏତେ ଗୁରୁତ୍ୱର ହେବନି l
୩ – ଯଦି ଟୀକ୍କାକରଣ ପରେ କୌଣସି ଲୋକର ନ୍ୟୁଟ୍ରିଲାଇଜିଙ୍ଗ ଆଣ୍ଟିବଡ଼ି କମିଯାଏ ତେବେ ଏହା କରୋନା ସଂକ୍ରମଙ୍କୁ ଅଟକାଇବା ପାଇଁ ପ୍ରଭାବଶାଳୀ ଅଟେ l
୪ – ଯଦି କୌଣସି ଟୀକ୍କାର ପ୍ରଭାବ ୫୦ ପ୍ରତିଶତ ରହିଥାଏ ତେବେ ତାକୁ ମଧ୍ୟ ଟୀକାନେବା ଦ୍ୱାରା କରୋନା ସଂକ୍ରମଣ ରୁ ଠିକ ହୋଇଥିବା ବ୍ୟକ୍ତି ଞ୍ଚୁଲଣରେ ୮୦ ପ୍ରତିଶତ ସଂକ୍ରମଣ କମ ହୋଇଥାଏ l

ଫାଇଜର – ମର୍ଡନ ଟୀକ୍କା ପ୍ରସ୍ତୁତ କରିଥାଏ ଅଧିକ ଟୀକ୍କା :
ଗବେଷଣା ସହ ଲେଖକ ଓ ସିଡନୀ ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ପ୍ରଫେସର କହିଛନ୍ତି ଫାଇଜର ମର୍ଡନ MRN ଟୀକ୍କା ଅଧିକ ଆଣ୍ଟିବଡ଼ି ଉତ୍ପନ କରିଥାଏ l ଯେବେକି ଏଷ୍ଟ୍ରଜେନେକା ର ଟୀକ୍କା କମ ଉତ୍ପନ କରିଥାଏ l କିନ୍ତୁ ଗୋଟିଏ ବର୍ଷ[ପରେ ସବୁଥିର ପ୍ରଭାବ କମି ଯାଇଥାଏ l

ରଣନୀତି ପାଇଁ ଏହି ଅଧୟନ ମୁଖ୍ୟ ଅଟେ :
ଏହି ଗବେଷଣାରୁ ଜଣାପଡିଛି ଯେ କରୋନା ସଂକ୍ରମଣ ଓ ଶରୀରର ପ୍ରତିରୋଧକ କ୍ଷମତା ପାଇଁ ଭବିଷ୍ୟତରେ ରଣନୀତି ପ୍ରସ୍ତୁତ କରିବାକୁ ପଡିବ l ଗବେଷକ ମାନଙ୍କ ମତରେ କ୍ଲିନିକାଲ ଟ୍ରାୟଲ ଦ୍ୱାରା ଟୀକ୍କାର ଆକଳନ କରିବା କଠିନ ଅଟେ l ଏହା ଉପରେ ଆହୁରି ଗଭୀର ଗବେଷଣା କରିବାକୁ ପଡିବ l

ବିନା ଲକ୍ଷଣରେ ସଂକ୍ରମଣରୁ ରକ୍ଷା ପାଉଥିବା ଲୋକ ମାନଙ୍କ ନିକଟରେ ଦେଖାଯାଇଥାଏ କମ ଆଣ୍ଟିବଡ଼ି –
ଜାପାନ ର ୟୋକହାମା ସିଟି ବିଶ୍ୱବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ଦାବି କରାଯାଇଛି ଯେ ଯେଉଁ ଲୋକମାନଙ୍କୁ କରୋନା ହୋଇଥିଲା ,ସେମାନଙ୍କ ନିକଟରେ ଗୋଟିଏ ବର୍ଷପରେ ମଧ୍ୟ ପ୍ରଚୁର ପରିମାଣରେ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା l କିନ୍ତୁ ଯେଉଁ ଲୋକମାନଙ୍କ ର ସଂକ୍ରମଣ ହୋଇଥିଲା ଓ ଲକ୍ଷଣ ଦେଖାଯାଇ ନଥିଲା ସେମାନଙ୍କ ନିକଟରେ କମ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା l ତେଣୁକରି ପ୍ରତେକ ବ୍ୟକ୍ତି ଟୀକ୍କା ନେଇଯିବା ଆବଶ୍ୟକ l

Nalco

Comments are closed.