ନୂଆଦିଲ୍ଲୀ : ବର୍ତମାନ ସାରା ଦେଶରେ କରୋନା କାରଣରୁ ଲକଡାଉନ ଚାଲିଛି l ଏହି ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି l ଏହି ମହାମାରୀକୁ ଅଟକାଇବା ପାଇଁ ଓ ଏହାର ଚେନ କୁ ଭାଙ୍ଗିବା ପାଇଁ ଦେଶରେ ଲକଡାଉନ ଚାଲିଛି l ଏହି ସମୟରେ ଅଧିକାଂଶ ଭିଡିଓ ଓ ଖବର ସାମ୍ନାକୁ ଆସୁଛି ଯାହାକୁ ଦେଖି ଲୋକମାନଙ୍କର ମନୋରଞ୍ଜନ ହେଉଛି l ଏହି ସମୟରେ ସେହିଭଳି ଗୋଟିଏ ଖବର ସାମ୍ନାକୁ ଆସିଛି ଯାହା ଲୋକ ମାନଙ୍କ ମନ କିଣି ନେଉଛି l
ଏହି ସମୟରେ ସରକାରଙ୍କ ପକ୍ଷରୁ ବିଶେଷ ଭାବରେ କୁହାଯାଇଛି ବିଭାହ କାର୍ଯ୍ୟ ଯେତେ କମ ଲୋକଙ୍କୁ ନେଇ ସମ୍ପୂର୍ଣ୍ଣ କରନ୍ତୁ l ତେଣୁ କରି ଏହି ନିୟମକୁ ଜଣେ ବର ଅତି ଗୁରୁତ୍ୱର ସହିତ ମାନିଛନ୍ତି l ବର ଜଣଙ୍କ ବିଭାହ କାର୍ଯ୍ୟ ସମ୍ପୁର୍ଣ୍ଣ ହେବାପରେ ନିଜ କନ୍ୟାଙ୍କୁ କୌଣସି କାର କିମ୍ବା ଗହଳି ଭିତରେ ନନେଇ ଏକୁଟିଆ ବାଇକ ଯୋଗେ ନେଇ ଯାଉଥିଲେ l ସେ ଯେଭଳି ଭାବରେ ନେଇ ଯାଉଥିଲେ ତାହା ପୋଲିସ ଙ୍କ ମନ କିଣି ନେଇଛି l
ପୋଲିସ ତାଙ୍କୁ ବାଟରେ ଅଟକାଇ ତାଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱାଗତ ଜଣାଇ ଥିଲେ l କରୋନା ସମୟରେ ଯେଭଳି ଭାବରେ ଉଭୟ ବିଭାହ କରିଛନ୍ତି ତାହା ପୋଲିସ ଙ୍କ ମନ କିଣି ନେଇଛି l ସୋସିଆଲ ମିଡିଆରେ ଏହି ଭିଡିଓ ଟି ଖୁବ ଭାଇରଲ ହୋଇଥିଲା l କୁହାଯାଉଛି ଯେ ଏହି ଭିଡିଓ ଟି ପଞ୍ଜାବ ରାଜ୍ୟର ଅଟେ l ତାଙ୍କୁ ପୋଲିସ ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧିତ କରିଛନ୍ତି ଓ କରତାଳି ଦେଇ ସ୍ୱାଗତ ଜଣାଇଛନ୍ତି l
Comments are closed.