Odisha news

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କୁ କୋଭିଡ-୧୯ ର ଦ୍ୱିତୀୟ ଲହରୀ ସମୟରେ ସମସ୍ତ ସହାୟତା ପ୍ରଦାନ ଜିଲ୍ଲା ହସ୍ପିଟାଲ, ଭବାନୀପାଟଣାକୁ ଆର-ଟିପିସିଆର ଟେଷ୍ଟିଂ କିଟ୍ ପ୍ରଦାନ

0

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ଓଡ଼ିଶା : ୦୩ ମଇ ୨୦୨୧ : ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼, ଯାହାକି ଭାରତର ମେଟାଲର୍ଜିକାଲ୍ ଗ୍ରେଡ୍ ଆଲୁମିନାର ପ୍ରମୁଖ ଉତ୍ପାଦନକାରୀ, ସରକାର ଓ ଜିଲ୍ଲା ପ୍ରଶାସନକୁ କୋଭିଡ-୧୯ ସଂଗ୍ରାମରେ ସହଯୋଗ ପ୍ରଦାନ କରୁଛି । ଏହାର ପ୍ରଚେଷ୍ଟାର ଅଂଶସ୍ୱରୂପ, କମ୍ପାନୀ ପକ୍ଷରୁ ୧୦୦ ସେଟ୍ ଆରଟିପିସିଆର ଟେଷ୍ଟିଂ କିଟ୍ ଜିଲ୍ଲା ହସ୍ପିଟାଲ୍, ଭବାନୀପାଟଣାକୁ ପ୍ରଦାନ କରାଯାଇଛିି । ଏହାର ପ୍ରତି ସେଟରେ ୧୦୦ କିଟ୍ ରହିଛି । ଏହି ସେଟ୍ ସହାୟତାରେ ୧୦,୦୦୦ ଲୋକଙ୍କୁ ଟେଷ୍ଟିଂ ସହାୟତା ମିଳିପାରିବ । କମ୍ପାନୀ ପକ୍ଷରୁ, ଶ୍ରୀ ଜି. ଜି. ପାଲ୍, ଉପମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ -ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ୍ ଏହି ଟେଷ୍ଟିଂ କିଟକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ୨ ମେ, ୨୦୨୧ ରେ ପ୍ରଦାନ କରିଛନ୍ତି । ଶ୍ରୀ ଟି. ଅଶୋକ କୁମାର, ଡିଭିଜନାଲ୍ ଫରେଷ୍ଟ ଅଫିସର, ଦକ୍ଷିଣ ଡିଭିଜନ, କଳାହାଣ୍ଡି ତଥା ନୋଡାଲ୍ ଅଫିସର (କୋଭିଡ୍ ଅପରେସନ), କଳାହାଣ୍ଡି, ଶ୍ରୀ ଅବନୀ କୁମାର ସାହୁ, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର, କଳାହାଣ୍ଡି ଓ ଶ୍ରୀ ନବଲ କୁମାର ଶର୍ମା, ବେଦାନ୍ତ ଲାଞ୍ଜିଗଡ଼ ଏହି ଅବସରରେ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ସୂଚାନା ପ୍ରଦାନ କରି ଶ୍ରୀ ଜି. ଜି. ପାଲ୍, ଉପମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ -ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ୍ କହିଛନ୍ତି ଯେ, “ଆମ କାର୍ଯ୍ୟକାରୀ କ୍ଷେତ୍ରର ପରିପାଶ୍ୱର୍ରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆମେ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛୁ । ବେଦାନ୍ତ ଲାଞ୍ଜିଗଡ଼ ଜିଲ୍ଲା ପ୍ରାଶାସକ ଏହାର ମହାମାରୀ ପରିଚାଳନାର କାର୍ଯ୍ୟ ନିମନ୍ତେ ସାଧୁବାଦ ଜଣାଉଚୁ । କମ୍ପାନୀ ଏହି ଦିଗରେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛି । ଏହି ପ୍ରଚେଷ୍ଟାର ଅଂଶ ସ୍ୱରୂପ, ଆମେ ଜିଲ୍ଲା ହସ୍ପିଟାଲକୁ ଆରଟିପିସିଆର ଟେଷ୍ଟିଂ କିଟ୍ ପ୍ରଦାନ କରିଛୁ, ଯାହାକି ମହାମାରୀକୁ ପ୍ରତିହତ କରିବା ଦିଗରେ ସରକାରଙ୍କୁ ସହାୟତା କରିବ । ଏହି ଜଟିଳ ପରିସ୍ଥିତିରେ ଆମେ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କ ସହିତ ରହିଛୁ ଓ ସ୍ଥାନୀୟ ଲୋକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛୁ ।
ଏହି ସଂକ୍ରମଣକୁ ବ୍ୟାପିବାରୁ ପ୍ରତିହତ କରିବା ଦିଗରେ ବେଦାନ୍ତ, ଲାଞ୍ଜିଗଡ଼ ଜିଲ୍ଲା ପ୍ରଶାସନ, କଳାହାଣ୍ଡି, ଓଡ଼ିଶା ସହିତ ହାତ ମିଳାଇଛି ଓ କୋଭିଡ- ୧୯ ଟୀକାକରଣ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଛି ଯାହାକି ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସହଯୋଗରେ କରାଯାଉଛି । ଏହା ଜରିଆରେ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଆଖ ପାଖର ୬୦ ଟି ଗ୍ରାମର ଏହା ୩୦୦୦ ଲୋକଙ୍କ ନିକଟରେ ପହଂଚି ପାରିଛି । ଏହା ବ୍ୟତୀତ ୟୁନିଟ୍ ଦ୍ୱାରା ସଚେତନତା କାର୍ଯ୍ୟ ମଧ୍ୟ ମୋବାଇଲ୍ ହେଲ୍ଥ ୟୁନିଟ୍, ଡିଜିଟାଲ୍ ଓ ମୋବାଇଲ୍ ମେସେଜିଂ ଇତ୍ୟାଦି ଜରିଆରେ କରାଯାଉଛି ।
କମ୍ପାନୀର ପ୍ରଚେଷ୍ଟାକୁ ପ୍ରଶଂସା କରି ଶ୍ରୀ ଟି. ଅଶୋକ କୁମାର, କହିଛନ୍ତି ଯେ, “ବେଦାନ୍ତ ଲାଞ୍ଜିଗଡ଼ ମହାମାରୀର ଆରମ୍ଭ ଠାରୁ କୋଭିଡ୍-୧୯ ର ପ୍ରତିକାର କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ ଆଗେଇ ଆସିଛି । ଏହାର ସଂକ୍ରମଣକୁ ବ୍ୟାପକ ଟେଷ୍ଟିଂ ଓ ଉପଯୁକ୍ତ ସମୟରେ ଆଇସୋଲେସନ ଏବଂ ଚିକିତ୍ସା ଦ୍ୱାରା ରୋକା ଯାଇପାରିବ । ବେଦାନ୍ତ ଦ୍ୱାରା ଆର-ଟିପିସିଆର କିଟ୍ର ବ୍ୟବସ୍ଥା ଟେଷ୍ଟିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଓ ଜିଲ୍ଲାବାସୀମାନେ ଏହାଦ୍ୱାରା ଉପକୃତ ହୋଇ ପାରିବେ । ଏହି କାର୍ଯ୍ୟ ବେଦାନ୍ତର ସମାଜ ପ୍ରତି ଥିବା ଦାୟିତ୍ୱ ଓ ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଆଉ ମଧ୍ୟ କମ୍ପାନୀର ୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଜିଲ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି । ପୂର୍ବେ ହସପିଟାଲକୁ ପ୍ରଥମ ପ୍ରାଇଭେଟ୍ କୋଭିଡ୍ ଟିକାକରଣ ସେଂଟର (ପିସିଭିସି) ଭାବରେ ଚିହ୍ନିତ କରାଯାଇଥିଲା । ଗତ ବର୍ଷ ପରି ବେଦାନ୍ତ ହସ୍ପିଟାଲ୍ ଦ୍ୱାରା ୨୪ଙ୍ଘ୭ ଟେଲିଫୋନ ହେଲ୍ପଲାଇନ୍ ସ୍ଥାପନା କରାଯାିଛି ଓ ଲୋକମାନଙ୍କର କୋଭିଡ-୧୯ ସମ୍ପର୍କିତ ପ୍ରଶ୍ନ ଓ ସମସ୍ୟାର ସମାଧାନ ପ୍ରଦାନ କରାଯାଉଛି । ହସ୍ପିଟାଲ୍ ମଧ୍ୟ ଟେଲିମେଡିସିନ୍ ବ୍ୟବସ୍ଥା ଜାରୀ ରଖିଛି ଯାହାଦ୍ୱାରା ରୋଗୀମାନେ ହ୍ୱାଟ୍ସଆପ୍ ଓ ଭଏସ୍ କଲ ଜରିଆରେ ଡାକ୍ତରୀ ପରାମର୍ଶ ଗ୍ରହଣ କରିପାରିବେ ଓ ପରାମର୍ଶ ସହିତ ଇ-ପ୍ରେସକ୍ରିପ୍ସନ ମଧ୍ୟ ପାରୁଛନ୍ତି ।
ବେଦାନ୍ତର ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ରହିଛି ଜୀବିକା ନିର୍ବାହ ପନ୍ଥା, ମହିଳା ସଶକ୍ତିକରଣ, ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ପରିଚ୍ଛନ୍ନତା, ଜୈବ ନିବେଶ ଓ ଗୋଷ୍ଠୀ ପୁନଃନିର୍ମାଣ କାର୍ଯ୍ୟ ଯେଉଁଥିରେ ଲାଞ୍ଜିଗଡ଼ର ମୋଟ୍ ୬୯ଟି ଗ୍ରାମକୁ ସାମିଲ୍ କରାଯିବା ସହିତ ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ବହୁତ ଗୁଡ଼ିକ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଏହା ୩୦୫ଟି ସ୍ୱୟଂ ସହାୟକ ଗୋଷ୍ଠୀରେ ୩୦୦୦ ରୁ ଉଦ୍ଧ୍ୱର୍ ମହିଳାଙ୍କୁ ସଶକ୍ତିକରଣ କରାଇ ପାରିଛି । ବାର୍ଷିକ ପ୍ରାୟ ୩୦୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ୨୮୦୦ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସହାୟତା ଗୋଷ୍ଠୀ ମଧ୍ୟରେ ୫.୪ ଲକ୍ଷରୁ ଉଦ୍ଧ୍ୱର୍ ବୃକ୍ଷରୋପଣ ଓ ଗୋଷ୍ଠୀ ସ୍ତରରେ ୫୦୦ ରୁ ଅଧିକ ଭିତିଭୂମି ମୂଳକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛି ।
ବେଦାନ୍ତ ହେଉଛି ଭାରତର ଏକ ବୃହତ ଆଲୁମିନିୟମ ନିର୍ମାତା ଏବଂ ମେଟାରଲଜିକାଲ୍ଗ୍ରେଡ୍ ଆଲୁମିନାର ଅଗ୍ରଣୀ ନିର୍ମାତା । ଏହି କମ୍ପାନୀ ଲାଞ୍ଜିଗଡ଼ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା) ରେ ଗତ ୨୦୦୭ ଠାରୁ ଭାରତ ପାଇଁ ଦୁଇ ଏମିଟିପିଏ ଆଲୁମିନା ରିଫାଇନାରି ଉତ୍ପାଦନ କରୁଛି ଏବଂ ଏହା ମଧ୍ୟ ୯୦ ମେଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଂଟ ପରିଚାଳନା କରୁଛି ।
ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼, ୟୁନିଟ୍ ସମ୍ବନ୍ଧରେ (ଆଲୁମିନା ରିଫାଇନାରି)
ବେଦାନ୍ତ ହେଉଛି ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ଓ ଏକ ଅଗ୍ରଣୀ ମେଟାଲର୍ଜିକାଲ୍ଗ୍ରେଡ ଆଲୁମିନା ପ୍ରସ୍ତୁତକାରୀ ସଂସ୍ଥା । ଏହି କମ୍ପାନୀ ତାର ସର୍ବୋଚ୍ଚ ମାନର ଅତ୍ୟାଧୁନିକ ଜ୍ଞାନକୌଶଳ ସମନ୍ୱିତ ଆଲୁମିନିୟମ ଉଦ୍ୟୋଗ ସ୍ଥାପନ କରିଛି । ବେଦାନ୍ତ ଲିମିଟେଡରୁ ୨ଏମଟିପିଏ କ୍ଷମତାର ଆଲୁମିନା ରିଫାଇନାରି ଲାଞ୍ଜିଗଡ଼ଠାରୁ ୨୦୦୭ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଛି ଓ ଏଥିସହିତ ସଂପୃକ୍ତ ରହିଛି ୯୦ ମେଗାୱାଟ୍ କ୍ୟାପଟିଭ୍ ପାୱାର ପ୍ଲାଂଟ । ଏହି ରିଫାଇନାରୀ ବେଦାନ୍ତର ଆଲୁମିନିୟମ ସ୍ମେଲଟର ଝାରସୁଗୁଡ଼ା ଓ କୋର୍ବା, ଛତିଶଗଡ଼ରେ ଥିବା ବାଲକୋକୁ ରିଫାଇନାରି ସାମଗ୍ରୀ ଯୋଗାଉଛି ।
ବେଦାନ୍ତ ଯତ୍ନ ସମ୍ବନ୍ଧରେ
ବେଦାନ୍ତ ଏହାର ପଡ଼ୋଶୀ ଗୋଷ୍ଠୀ ତଥା ଦେଶର କଲ୍ୟାଣ ପାଇଁ ପୁନଃ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗ୍ରୁପର ଫ୍ଲାଗସିପ ସିଏସଆର ପ୍ରକଳ୍ପ ନନ୍ଦଘର ହେଉଛି ମଡେଲ ଅଙ୍ଗନୱାଡ଼ିର ଏକ ନେଟୱାର୍କ ଯେୁଁଠାରେ ତୃଣମୂଳ ସ୍ତରରେ ମହିଳା ଓ ଶିଶୁମାନଙ୍କ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇଛି । ଗ୍ରୁପ ସିଏସଆର ସାତଗୋଟି ମୁଖ୍ୟ ଉଦେ୍ଦଶ୍ୟକୁ ନେଇ ଗଠିତ ଯାହା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ସ୍ତାୟୀ ଜୀବିକା, ଦକ୍ଷତା, କ୍ରୀଡ଼ା ଓ ସଂସ୍କୃତି ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି ।ଞ୍ଜ ବେଦାନ୍ତ ଫାଉଣ୍ଡେସନ ହେଉଛି ଏକ ଜନହିତକାରୀ ପଦକ୍ଷେପ ଯେଉଁଥିରେ ବେଦାନ୍ତ ଗ୍ରୁପ୍ ପକ୍ଷରୁ ସର୍ବନିମ୍ନ ସୁବିଧା ସୁଯୋଗରୁ ବଂଚିତ ପିଲାମାନଙ୍କ ପାଇଁ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ତାଲିମ୍ କାର୍ଯ୍ୟକ୍ରମ ରଖାଯାଇଛି । ଏହାର ଏକ ପ୍ରମୁଖ ସିଏସଆର ପ୍ରକଳ୍ପ ହେଉଚି ବାଲକୋ ମେଡିକାଲ୍ ସେଂଟର ରହିଛି ଯେଉଁଠାରେ ୨୦୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ଯତ୍ନ ହସ୍ପିଟାଳ୍, ନୂଆ ରାୟପୁର ଛତିଶଗଡ଼ଠାରେ ରହିଛି । କମ୍ପାନୀ ପକ୍ଷରୁ ଗୋଆ ଓ ଉଦୟପୁରରେ ଥିବା ଫୁଟବଲ୍ ଆକାଡେମି ମାଧ୍ୟମରେ କ୍ରୀଡ଼ାର ପ୍ରସାର ପାଇଁ ସହୟତା କରୁଛି ।
ବେଦାନ୍ତ ଲିମିଟେଡ୍ ସମ୍ବନ୍ଧରେ
ଭାରତ, ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଅଷ୍ଟ୍ରେଲିଆର ବେଦାନ୍ତ ରିସୋର୍ସ ଲିମିଟେଡ୍, ବିଶ୍ୱର ଅଗ୍ରଣୀ ଅଏଲ୍ ଓ ଗ୍ୟାସ ତଥା ମେଟାଲ୍ସ କମ୍ପାନୀ ସହିତ ତେଲ ଓ ଗ୍ୟାସ, ଜିଙ୍କ, ଦସ୍ତା, ସିଲ୍ଭର, କପର, ଆଇରନ୍ ଓର, ଇସ୍ପାତ ଓ ଆଲୁମିନିୟମ ତଥା ପାୱାର ସଂସ୍ଥାର ଏକ ସହାୟକ ବେଦାନ୍ତ ଲିମିଟେଡ୍ ଗତ ଦୁଇ ଦଶନ୍ଧି ଧରି ରାଷ୍ଟ୍ର ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ଯୋଗାଇଛି । ଉପଯୁକ୍ତ ପରିାଚଳନା ଓ ଉପଯୋଗୀ ବିକାଶ ହେଉଛି ବେଦାନ୍ତର ମୂଳମନ୍ତ୍ର । ଅନ୍ୟପକ୍ଷରେ ଏହା ସ୍ୱାସ୍ଥ୍ୟ, ନିରାପତା ଓ ପରିବେଶ ପ୍ରତି ମଧ୍ୟ ଯତ୍ନବାନ ରହିଛି । ବେଦାନ୍ତ ସର୍ବଦା ସାହାଯ୍ୟ କରିବାରେ ବିଶ୍ୱାସକରେ । ବେଦାନ୍ତ କେୟାର ଅନ୍ତର୍ଗତ, ନନ୍ଦ ଘରକୁ ପ୍ରତିଷ୍ଠା କରାଯାଇଛି ଯେଉଁଠାରେ କୁ-ପୋଷଣର ଶୀକାର ଶିଶୁମାନଙ୍କୁ ଧ୍ୟାନ ପ୍ରଦାନ କରାଯାଉଛି । ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ ପ୍ରଦାନ କରିବା ସହିତ ମହିଳାମାନଙ୍କର ଦକ୍ଷତା ବିକାଶ ଜରିଆରେ ସ୍ୱାବଲମ୍ବି କରାଯାଉଚି । କମ୍ପାନୀ ମଧ୍ୟ ଡୋ ଜୋନସରେ ରହିଛି ଓ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ପୁରସ୍କାର, ଏଫଆଇସିସିଆଇ ସିଏସଆର ପୁରସ୍କାର, ମେଟାଲ୍ ଓ ମାଇନିଂ ରେଡନ୍ ଆଣ୍ଡ ବ୍ରାଡ ଷ୍ଟ୍ରିଟ୍ ପୁରସ୍କାର ତଥା ଆହୁରି ଅନେକ ପୁରସ୍କାର ଲାଭକରିଛି । ବେଦାନ୍ତ ମଧ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ତଥା ନୁ୍ୟୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ତାଲିକାଭୁକ୍ତ ରହିଛି ।

Leave A Reply