Odisha news

ରବିବାରରେ ସୂର୍ଯ୍ୟପୂଜା କରିବା ଦ୍ୱାରା ଶରୀର କ୍ଳେଶ ଦୂର ହେବ ସହିତ ଯଶଃ ଓ ଆୟୁ ଲାଭ ହୋଇଥାଏ

0

ଅଧିକାଂଶ ଲୋକ ପୂଜା କରିବା ପୂର୍ବରୁ ସୂର୍ଯ୍ୟ ଦେବତାଙ୍କୁ ଜଳଦାନ କରିଥାନ୍ତି ଆପଣ ଯଦି ଏହି କାର୍ଯ୍ୟକୁ ପ୍ରତେକ ଦିନ କରୁଛନ୍ତି  ତେବେ ଠିକ ,ଅଛି ନଚେତ ରବିବାର ଦିନ ସୂର୍ଯ୍ୟଙ୍କୁ ପୂଜା ବିଧି ମଧ୍ୟ କରି ପାରିବେ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପୂଜାର ଅନେକ ମହତ୍ୱ ରହିଛି ଲାଶନ୍ତୁ ଜାଣିବା ସେହି ମହତ୍ୱ ବିଷୟରେ ଲଃ

* ରବିବାର ଦିନ ସୂର୍ଯ୍ୟଙ୍କୁ ନାଲି ରଙ୍ଗର ପୁଷ୍ପ ,ସିନ୍ଦୁର ଓ ନାଲି ରଙ୍ଗର ଅକ୍ଷତ ସମର୍ପଣ କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l

* ରବିବାର ବ୍ରତ କରିବା ଦିନ ଆପଣ ଯଦି ପାରିବାରିକ କ୍ଳେଶ ଓ ଧନ ସମ୍ବଧୀୟ ଅସୁବିଧାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟଙ୍କୁ ପାଣିରେ ହଳଦୀ ମିଶାଇ ସ୍ନାନ କରାନ୍ତୁ ଏବଂ ଯେକୌଣସି ମିଠା ଜିନିଷ ପ୍ରସାଦ ଭାବରେ ସମର୍ପଣ କରନ୍ତୁ ଲଃ

* ଆପଣ ରବିବାର ଦିନ ଯେକୌଣସି ଦୁଃଖୀ ଜଣଙ୍କୁ ଭୋଜନ କରାଇବା ଦ୍ୱାରା ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଆପଣଙ୍କ ଘରୁ ଧନ ସମ୍ବଧୀୟ ଅସୁବିଧା ଦୂର ହେବ ଏବଂ ଘରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବ ଲଃ

* ରବିବାର ଦିନ ସନ୍ଧ୍ୟା ପୂର୍ବରୁ ସୂର୍ଯ୍ୟ ଦେବଙ୍କୁ ବିଶେଷ ପୂଜା କରି ବରଗଛ ନିକଟରେ କ୍ଷୀର ଅର୍ପଣ କରିବା ଦ୍ୱାରା ଘରୁ ରୋଗ ସମ୍ବଧୀୟ ସମସ୍ତ ଶାରୀରିକ କ୍ଳେଶ ଦୂର ହୋଇଥାଏ l

* ଏହି ଦିନ ସୂର୍ଯ୍ୟ ନାରାୟଣଙ୍କର ବିଶେଷ ପୂଜା ହୋଇଥିବା କାରଣରୁ ସୂର୍ଯ୍ୟ ମନ୍ତ୍ର ଶ୍ରଦ୍ଧା ପୂର୍ବକ ଜପ କରିବା ଆବଶ୍ୟକ କାରଣ ଏହାକୁ କରିବା ଦ୍ୱାରା ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୋଇ ଥାନ୍ତି l ତା ସହିତ ଆୟୁ ,ଆରୋଗ୍ୟ ,ଧନ ,ପୁତ୍ର ,ମିତ୍ର ,ତେଜ ,ଯଶଃ ଓ ବିଦ୍ୟା ପ୍ରଦାନ କରିଥାନ୍ତି l

Leave A Reply