Odisha news

ଚଟାଣ ଉପରେ ଯଦି ବସି ନ ଖାଉଛନ୍ତି ଆଜି ହିଁ ଖାଆନ୍ତୁ : ମିଳିବ ଅଦ୍ଭୁତ ଲାଭ

0

ଆଜିକାଲି ଆଧୁନିକ ଯୁଗରେ ସମସ୍ତଙ୍କର ଖାଦ୍ୟ ଖାଇବାର ଶୈଳୀ ବଦଳି ଯାଇଛି l ସମସ୍ତେ ପ୍ରାୟ ଡାଇନିଂ ଟେବୁଲ ଉପରେ ଖାଇବା ରଖି ଚୌକି ଉପରେ ବସି ଖାଉଛନ୍ତି l ଆପଣ ହୁଏତ ଜାଣି ନଥିବେ ତଳେ ବସି ଖାଇବାର ଲାଭ ବିଷୟରେ l

* ଆପଣ ଚଟାଣ ଉପରେ ବସି ଖାଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ l ଆପଣ ତଳେ ବସି କେବଳ ଖାଦ୍ୟ ଖାଇ ନଥାଆନ୍ତି ,ଏହାଦ୍ୱାରା ଆପଣ ଗୋଟିଏ ଆସନର ଉପଯୋଗ ମଧ୍ୟ କରି ଥାଆନ୍ତି l ଏହି ମୁଦ୍ରା ଆପଣଙ୍କ ମନକୁ ଶାନ୍ତ କରିବା ସହିତ ମେରୁଦଣ୍ଡ କୁ ସୁଦୃଢ କରିଥାଏ l

* ତଳେ ବସି ଖାଇବା ବେଳେ ବ୍ୟକ୍ତି ନିଜ ଗୋଡ କୁ ଛନ୍ଦି ବସିଥାଏ l ପୁରୁଣା ଯୁଗରେ କୁହାଯାଉଥିଲା ଯେ ଏଭଳି ବସିବା ଦ୍ୱାରା ଏହା ଆମ ମସ୍ତିଷ୍କକୁ ଗତିଶୀଳ କରିଥାଏ l ଏହି ମୁଦ୍ରାରେ ବସି ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ l

* ତଳେ ବସି ଖାଦ୍ୟ ଖାଇବା ଦ୍ୱାରା ପେଟର ମାଂସପେଶୀ ଗତିଶୀଳ ହୋଇଥାଏ l ଯାହା ଖାଦ୍ୟକୁ ହଜମ କରିବା ପାଇଁ ସହାୟତା କରିଥାଏ l

* ତଳେ ବସି ଖାଇବା ଦ୍ୱାରା ଓଜନ ସନ୍ତୁଳିତ ରହିଥାଏ l ଯେତେବେଳେ ପରିବାରର ସମସ୍ତ ସଦସ୍ୟ ତଳେ ବସି ଖାଇ ଥାଆନ୍ତି ,ସେହି ସମୟରେ ନିଜ ଭିତରେ ସମ୍ପର୍କ ମଜବୁତ ହୋଇଥାଏ l

* ତଳେ ବସି ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ  ଠିକ ହୋଇଥାଏ l ତା ସହିତ ହୃତ୍ପିଣ୍ଡ ମଧ୍ୟ ସୁସ୍ଥ ରହିଥାଏ l ଶାରୀରିକ ବିକାଶ ହେବା ସହିତ ବିଭିନ୍ନ ପ୍ରକାରର ଗଣ୍ଠି ଯନ୍ତ୍ରଣା ଠାରୁ ମଧ୍ୟ ଦୁରେଇ ରଖିଥାଏ l 

Leave A Reply