Odisha news

ବାସ୍ତୁ ଉପାୟ :ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହିସବୁ ଉପାୟକୁ ଅବଲମ୍ବନ କରି ଆର୍ଥିକ ସ୍ଥିତିକୁ ସୁଦୃଢ କରନ୍ତୁ

0

ପ୍ରତେକ ମଣିଷଙ୍କ ଜୀବନରେ ଅର୍ଥ ର ନିହାତି ଆବଶ୍ୟକତା ରହିଥାଏ ,ତେଣୁ ଆମକୁ ଏହି ଅସୁବିଧାକୁ ଦୂର କରିବା ପାଇଁ ଆମକୁ କିଛିଟା ବାସ୍ତୁଶାସ୍ତ୍ର କୁ ଅବଲମ୍ବନ କରିବା ଆବଶ୍ୟକ l ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗଟି ଧନର ଦେବତା କୁବେରଙ୍କ ସ୍ଥାନ ଅଟେ l ତେଣୁ ଏହିଦିଗକୁ ସଫା ରଖିବା ଆବଶ୍ୟକ l ତା ସହ ଆଉ କିଛି ଉପାୟ ଗ୍ରହଣ କରିବା ଉଚିତ l

* ଆପଣଙ୍କ ଘରେ ଧନ ଓ ସୁଖଶାନ୍ତି ,ସମୃଦ୍ଧି ସହିତ ଧନ ଓ ବୈଭବ ଲାଭ କରିବା ଓ ବାସ୍ତୁଶାସ୍ତ୍ର କିଛି ନିୟମ ପାଳନ କରିବା ଉଚିତ l କାହିଁକି ନା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l

* କେବେବି ପୂଜା ଘରେ ଧନ ସଞ୍ଚୟ କରନ୍ତୁ ନାହିଁ l ଏଭଳି କରିବା ଦ୍ୱାରା ଆପଣଙ୍କ ମନ ଭଗବାନଙ୍କ ନିକଟରେ କମ ରହିଥାଏ l ଈଶ୍ୱର ଏହା ଦ୍ୱାରା ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

* ଘରର ମୁଖ୍ୟ ଦ୍ୱାରା ଠିକ ଥିବା ଆବଶ୍ୟକ ,ନଚେତ ନକରତ୍ମକ ଶକ୍ତି ଆସିଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପ୍ଲାଷ୍ଟିକ ଫୁଲ ରଖିବାର ମଧ୍ୟ କିଛି ମହତ୍ୱ ରହିଛି l ଏହାଦ୍ୱାରା ସକାରାତ୍ମକ ଶକ୍ତି ଘରକୁ ଆସିଥାଏ l ଦରିଦ୍ରତା ମଧ୍ୟ ଦୂର ହୋଇଥାଏ l

* ଏହା ବ୍ୟତୀତ ନିଜ ଘରର ରୋଷେଇ ଘରେ ରାତିରେ ଅଇଁଠା ବାସନ ଛାଡିବା ଉଚିତ ନୁହେଁ l ଗ୍ୟାସ ଚୁଲି ଓ ରୋଷେଇଘର ସଫା ସୁତୁରା ରଖିବା ଉଚିତ ନୁହେଁ l

* ଶୋଇବା ଘରେ ପାଣିର କୌଣସି ବ୍ୟବସ୍ଥା ରଖିବା ଉଚିତ ନୁହେଁ l କାରଣ ରଖିବା ଦ୍ୱାରା କରଜ ଭାର ପଡିଥାଏ l  ସବୁବେଳେ କୌଣସି କୌଣସି ଅସୁବିଧାର ସମ୍ମୁଖୀନ ହୋଇଥାଏ l

Leave A Reply