ଶାସ୍ତ୍ର ଅନୁସାରେ ନୀତି ବାକ୍ୟକୁ ନେଇ ଜୀବନ ଆଧାରିତ l ଜୀବନରେ ମାନ ସମ୍ମାନ ପ୍ରାପ୍ତ କରିବାର ଅଛିତ ଭଲ ଆଚରଣ କେବେବି ତ୍ୟାଗ କରିବା ଉଚିତ ନୁହେଁ l ଭଲ ଆଚରଣ ବ୍ୟକ୍ତିକୁ ସବୁବେଳେ ଅନ୍ୟ ମାନଙ୍କ ନିକଟରେ ପ୍ରିୟ କରିଥାଏ l ଗୀତାରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ମଣିଷ ସବୁବେଳେ ନିଜର ଶ୍ରେଷ୍ଠ ଆଚରଣ କରିବା ଉଚିତ l ଶ୍ରେଷ୍ଠ ଆଚରଣ ହିଁ ମଣିଷକୁ ସମସ୍ତଙ୍କ ନିକଟରେ ମହାନ କରିଥାଏ l ସେଭଳି ବ୍ୟକ୍ତି ଯେବେ ସଫଳତା ଠାରୁ ଦୂରରେ ରୁହେ ନାହିଁ l ଆଚରଣର ନିର୍ମାଣ ବ୍ୟକ୍ତିର ଜ୍ଞାନ ,ସଂସ୍କାର ଓ ଅନୁଭବରୁ ହୋଇଥାଏ l ସେଥିପାଇଁ ବ୍ୟକ୍ତି ଜ୍ଞାନ ଓ ସଂସ୍କାରକୁ ନେଇ ସବୁବେଳେ ସଜାଗ ରହିବ ବଶ୍ୟକ l
* ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତି ସବୁବେଳେ ମିଛ କହିଥାଅ ଓ ସଫଳତା ଲାଭ କରିବା ପାଇଁ ମିଛର ସାହାରା ନେଇଥାଏ ,ସେହିଭଳି ବ୍ୟକ୍ତି ସବୁବେଳେ ଅସୁବିଧାରେ ପଡିଥାଏ l ଜୀବନରଵେ ସୁଖ ଓ ସଫଳତା ଲାଭ କରିବା ପାଇଁ ବ୍ୟକ୍ତି କେବେହେଲେ ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ l ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ଥାନ୍ତି ସେମାନେ କେବେବି ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି ନାହିଁ l
* ମଣିଷ ଉପରେ ସଙ୍ଗ ଦୋଷର ସବୁବେଳେ ପ୍ରଭାବ ପଡିଥାଏ l ଯେତେବେଳେ ବି ଆମେ ଭୁଲ ସାଙ୍ଗରେ ରହୁଛୁ ସେତେବେଳେ ଭୁଲ କାର୍ଯ୍ୟ କରି ବିପଦରେ ପଡିଥାଉ l ତେଣୁ ସେଥିପ୍ରତି ସଜାଗ ରହିବ ବଶ୍ୟକ l ଖରାପ ସଙ୍ଗ ଦୋଷ ମଣିଷର ପ୍ରତିଭାକୁ ନଷ୍ଟ କରିଥାଏ l
* ଜୀବନରେ ବିପଦ ସମୟରେ କେବେବି ସାହସ ହରାଇବା ଉଚିତ ନୁହେଁ l କାରଣ ସାହସ ଦ୍ୱାରା ମଣିଷ ସଫଳତାକୁ ହାସଲ କରିଥାଏ l ବିପଦ ଯେତେବେଳେ ବି ଆସୁ ଓ ଯେତେ ବଡ଼ ହୋଇଥାଉ ମଣିଷକୁ ନିଜର ବୁଦ୍ଧି ଓ ବିଦ୍ୟା ବଳରେ ତାର ମୁକାବିଲା କରିବା ଉଚିତ l ତେବେ ଯାଇ ମଣିଷ ଜୀବନରେ ସଫଳତା ହାସଲ କରି ପାରିବ l