Odisha news

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କଲା

0

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରବିବାର କୋଲକାତା ନାଇଟ୍‌ ରାଇଡର୍ସକୁ ୩୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ବିରାଟ କୋହଲିଙ୍କ ଟିମ୍‌ ଚଳିତ ଆଇପିଏଲ୍‌ରେ କ୍ରମାଗତ ଭାବେ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଂଚିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ବାଙ୍ଗାଲୋର ଟିମ୍‌ର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୦୪ ରନ୍‌ କରିବା ପରେ କୋଲକାତାକୁ ଏହି ମ୍ୟାଚ ଜିତିବା ପାଇଁ ୨୦୫ ରନ୍‌ର ଲକ୍ଷ୍ୟ ମିଳିଥିଲା।

ଦ୍ବିତୀୟ ଇନିଂସରେ କୋଲକାତା ୨୦ ଓଭରରେ ୮ଟି ୱିକେଟ ହରାଇ ୧୬୬ ରନ୍‌ କରିଥିଲା। ଆନ୍ଦ୍ରେ ରସେଲ ସର୍ବାଧିକ ୩୧ ରନ୍‌ କରିଥିଲେ। ସେ ୨୦ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ ଇଅନ୍‌ ମୋର୍ଗାନ ୨୯ ରନ୍‌ ଯୋଡ଼ିଥିଲେ। ସେ ୨୩ଟି ବଲ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ। ବାଙ୍ଗାଲୋର ପକ୍ଷରୁ କାଏଲ ଜେମିସନ ୩ଟି ୱିକେଟ୍‌ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲଙ୍କୁ ୨-୨ ୱିକେଟ ମିଳିଥିବା ବେଳେ ୱାସିଂଟନ ସୁନ୍ଦରଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

ପ୍ରଥମ ଇନିଂସରେ ମ୍ୟାକ୍ସୱେଲ ଓ ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ ବଳରେ ବାଙ୍ଗାଲୋର ସ୍କୋର ୨୦୪ ରନରେ ପହଂଚିଥିଲା। ଆରମ୍ଭରୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ବିଫଳ ହୋଇଥିଲେ । ଏହାପରେ ଗ୍ଲେନ ମାକ୍ସୱେଲ ଓ ଡିଭିଲିୟର୍ସ ଚମତ୍କାର ବ୍ୟାଟିଂ କରିଥିଲେ । ମାକ୍ସୱେଲ ୭୮ ଓ ଡିଭିଲିୟର୍ସ ୭୬ ରନ କରିଥିଲେ ।

IEC 2 years
Leave A Reply