ନର୍ଲା(ସକାଳ ଖବର) ଦୀପକ କୁମାର ଠାକୁର: ନର୍ଲା ବ୍ଳକ ଅନ୍ତର୍ଗତ ପାଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅକାଳ ବିୟୋଗ ଘଟିଛି।ପ୍ରାପ୍ତ ଖବରରୁ ଜଣାଯାଏ ପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଜଣେ ନିଷ୍ଠାବାନ, ଆଦର୍ଶ ଶିକ୍ଷକ ରୂପେ ଜୟସେନ ସାହୁ ଶିକ୍ଷକତା କରିଥିଲେ। କିଛି ଦିନ ଧରି ତାଙ୍କୁ ଜ୍ୱର ଦେଉଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୂର୍ବରୁ ଶିକ୍ଷକ ଜଣଙ୍କୁ ହୃତଘାତ ଜନିତ ରୋଗ ଦେଖାଯାଇଥିବା ପରିବାର ଲୋକେ କହିଛନ୍ତି। ତେବେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିବାରୁ ଅବସରପ୍ରାପ୍ତ ନର୍ଲା ଏବିଇଓ ମହେଶ ଚାନ୍ଦ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହଲରେ ଶୋକ ପ୍ରକାଶ ପାଇଛି।