Odisha news

ସ୍ୱାମୀ ହେଵତ ଏମିତି : ନିଜ ଭାୟୋଲିନ୍ ର ସୁମଧୁର ସ୍ୱରରେ ବଞ୍ଚାଇ ଚାଲିଛନ୍ତି ପତ୍ନୀଙ୍କ ଜୀବନ

0

ନୂଆଦିଲ୍ଲୀ : ୭୭ ବର୍ଷୀୟ ଜଣେ ବୟସ୍କ ବ୍ୟକ୍ତିଙ୍କର କାହାଣୀ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି l ତାଙ୍କ କାହାଣୀ ଯିଏ କେହିବି ପଢୁଛି ଆଖିରେ ଲୁହ ଆସିଯାଉଛି l କୋଲକତାର ସ୍ବପନ ସେଟ ଙ୍କ କାହାଣୀ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଛି ଓ ତାଙ୍କୁ ଅନେକ ପ୍ରଶଂସା ମିଳୁଛି l ୨୦୦୨ ରେ ଏହି ବୟସ୍କ ବ୍ୟକ୍ତିଙ୍କ ପତ୍ନୀଙ୍କର ଗର୍ଭାଶୟରେ କ୍ୟାନ୍ସର ହେବାର ଜଣା ପଡ଼ିଥିଲl ଓ ସେଥିପାଇଁ ପଇସାର ଆବଶ୍ୟକତା ଥିଲା ,ସେତେବେଳେ ସେ ଭାୟୋଲିନ୍ ବଜାଇବା ପାଇଁ ଦେଶ ସାରା ଯାତ୍ରା କରିଥିଲେ l

ତାଙ୍କର ସେହି ଭାୟୋଲିନ୍ ବଜାଉଥିବାର ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଥିଲା l ସେ ଜଣେ ଚିତ୍ରକର ,ମୂର୍ତ୍ତିକାର ଓ ଭାୟୋଲିନ୍ ବାଦକ ଅଟନ୍ତି l ସେ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ଧନ ଏକତ୍ରିତ କରିବାକୁ ନିଜ କଳାର ସାହାରା ନେଲେ ଓ ନିଜ କଳାର ଉପଯୋଗ କଲେ , ୧୭ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକୁ ଜାରି ରଖିଲେ l ୨୦୧୯ ରେ ତାଙ୍କ ପତ୍ନୀଙ୍କ ଚିକିତ୍ସା କରାଗଲା ଓ ସେ କଥିତ ଭାବରେ ସୁସ୍ଥ ହୋଇ ଯାଇ ଥିଲେ l

ତଥାପି ସେ ଯାତ୍ରା ଜାରି ରଖି ଥିଲେ ଓ ଭାୟୋଲିନ୍ ବଜାଉ ଥିଲେ l ସଂଘର୍ଷର ୧୭ ବର୍ଷ ପରେ ,ତାଙ୍କର ପତ୍ନୀ ଠିକ ହୋଇ ଯାଇଥିଲେ l ସେ ବର୍ତମାନ ମଧ୍ୟ ବିଭିନ୍ନ ସହରର ଯାତ୍ରା କରି ଲୋକ ମାନଙ୍କର ମନୋରଞ୍ଜନ କରୁଛନ୍ତି l ଧଳା ରଙ୍ଗର ଧୋତି ଓ କୁର୍ତା ସହିତ ତାଙ୍କର ଭାୟୋଲିନ୍ ବାଦନ ଲୋକଙ୍କ ମନ କିଣି ନେଉଛି l

Govt
Leave A Reply