ନୁଆଦିଲ୍ଲୀ : ଭାରତ ସହିତ ତାର ପଡୋଶୀ ଦେଶ ମଧ୍ୟ କରୋନାର ବଢିଥିବା ସଂକଟକୁ ନେଇ ଚିନ୍ତାରେ ରହୁଛନ୍ତି l ବଙ୍ଗଳା ଦେଶରବ ଲକଡାଉନ ହୋଇ ସାରିଛି l ବର୍ତ୍ତମାନ ନେପାଳ ମଧ୍ୟ ଏହାର ସଂକେତ ଦେଇଛି ନେପାଳର ପ୍ରଧାନମନ୍ତ୍ରୀ ଓଲି ବୁଧବାର ଦିନ ସମ୍ଭାବିତ ଲକଡାଉନର ଚେତାବନୀ ଦେଇଛନ୍ତି ସେ ଦେଶରେ କରୋନାର ବଢୁଥିବା ମାମଲାକୁ ନେଇ ଏହି ସଂକେତ ଦେଇଛନ୍ତି ନେପାଳୀ ନବବର୍ଷ ଅବସରେ ରାଷ୍ଟ୍ରପତି ନାଗରିକ ମାନଙ୍କୁ ସମ୍ବୋଧିତ କରି କହିଛନ୍ତି କରୋନା ଗାଇଡ଼ ଲାଇନକୁ ଅନୁସରଣ କରନ୍ତୁ ,କାରଣ ଦେଶରେ କରୋନାର ଦୁତୀୟା ଲହରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି l
ସେ କହିଛନ୍ତି ଆମେ କରୋନା ପାଖରୁ ରକ୍ଷା ପାଇବା ପାଇଁ ସମସ୍ତ ନିୟମକୁ ପାଳନ କରିବା ବଶ୍ୟକ ଓ ନିଜକୁ ରକ୍ଷା କରିବା ସହିତ ଅନ୍ୟର ଜୀବନ ବଞ୍ଚାଇବା ମଧ୍ୟ ଜରୁରୀ ଅଟେ l ସରକାର ଲକଡାଉନ କରିବାକୁ ଚାହୁଁ ନାହାନ୍ତି ,କିନ୍ତୁ ଆପଣ ମାନଙ୍କୁ କରୋନା କଟକଣା ମାନିବାକୁ ପଡିବ l ଆପଣ ମାନେ ଯଦି ସଚେତନ ହୋଇ ସମସ୍ତ ନିୟତମା ମାନିବେ ତେବେ କରୋନାର ସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ l ନେପାଳରେ ପ୍ରାୟ ପ୍ରତେକ ଦିନ ନୂଆ କରୋନା ମାମଲା ଦେଖିବାକୁ ମିଳୁଛି l ବର୍ତ୍ତମାନ ସୁଦ୍ଧା ନେପାଳରେ ୨୮୧ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଛି l ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଯେ ଗତବର୍ଷ କରୋନା କାରଣରୁ ବିଭିନ୍ନ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥିଲା l କିନ୍ତୁ ଚଳିତ ବର୍ଷ ଦୁତୀୟ ଲହରୀ ଭୟଙ୍କର ରୂପ ନେବା ବୋଲି କୁହାଯାଉଛି l
ବଙ୍ଗଳା ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଅପ୍ରେଲ ୨୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ଲକଡାଉନ କରାଯାଇଛି l ବନ୍ଦ ବିରୁଦ୍ଧରେ ଛୋଟଛୋଟ ବ୍ୟବସାଇଙ୍କର ମଧ୍ୟରେ ସାର୍ବଜନିକ ପରିବହନ ଉପରେ ରୋକ ଲଗାଇବା ଦେଖା ଯାଇଛି l ସ୍ଥାନୀୟ ଗଣମାଧ୍ୟମ ସୂତ୍ର ଅନୁସାରେ ଏହି ଲକଡାଉନ ଅପ୍ରେଲ ୫ ତାରିଖ ସକାଳ ୬ ଟା ରୁ ଅପ୍ରେଲ ୧୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଗ ଯାଇଥିଲା l କିନ୍ତୁ ବର୍ତ୍ତମାନ ଏହା ଅପ୍ରେଲ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଅ ଯାଇଛି l ଲୋକମାନଙ୍କୁ ସନ୍ଧ୍ୟା ୬ ଟା ରୁ ନେଇ ସକାଳ ୬ ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ କୁହାଯାଇଛି l