Odisha news

ପିପିଲି ନିର୍ବାଚନ : ମଙ୍ଗଳପୁରରେ ବିଜେଡିର ମହିଳା ସମାବେଶ

0

ପିପିଲି : ମଙ୍ଗଳପୁର ପଂଚାୟତର ପଂଚାୟତସ୍ତରୀୟ ମହିଳା ସମାବେଶ ସ୍ଥାନୀୟ ମେଳଣ ପଡିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତ ରାୟ, ଆକାଶ ଦାସ ନାୟକ, ଉଷା ଦେବୀ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ମଙ୍ଗଳପୁର ପଂଚାୟତର ଦଳୀୟ ପର୍ଯ୍ୟବେକ୍ଷକ ରାଜ୍ୟ ଯୁଗ୍ମ ସଂପାଦକ ପ୍ରକାଶ ଡଙ୍ଗ, ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ- ସରୋଜିନୀ ରାଜ, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଭବାନୀ ଶଙ୍କର ଦାସ, ବିଜୁ ମହିଳା ଜନତା ଦଳର କଟକ ନଗର ସଭାନେତ୍ରୀ ନିରୁପମା ହାତୀ, ଦଳୀୟ ପ୍ରାର୍ଥି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଓ ଭିଣେଇ ଅଦେ୍ର୍ଧନ୍ଦୁ, ଅଭିନେତ୍ରୀ ସୋଫିଆ ଆଲମ ପ୍ରମୁଖ ପ୍ରମୁଖ ମଂଚାସୀନ ହେବା ସହ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା ସଂପର୍କରେ କହିଥିଲେ । ମହିଳାମାନଙ୍କ ବିକାଶ ପାଇଁ ସରକାର ଆହୁରି ଅନେକ ଯୋଜନା ଆଣୁଥିବାର କହିବା ସହ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ପ୍ରଗତିର ଧାରାକୁ ଆଗେଇ ନେବା ପାଇଁ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ ।

Leave A Reply