Odisha news

ଆମେ ଭୁଲିଲୁ ଆମ ସଂସ୍କୃତି

ଦିପ୍ତିମୟୀ ନାୟକ : ଭାରତୀୟ ସମାଜରେ ଏକତା ଓ ବିଭିନ୍ନତା ସୃଷ୍ଟି କରିବାରେ ଧାର୍ମିକ କାରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି |ଭାରତରେ ବିଭିନ୍ନ ପ୍ରକାର ଧର୍ମ ଦେଖାଯାଏ |କାହିଁ କେତେ କାଳରୁ ଭାରତ ଧର୍ମନିରପେକ୍ଷନୀତିକୁ ଗ୍ରହଣ କରି ସବୁ ଧର୍ମାଲମ୍ବୀ ଲୋକମାନଙ୍କୁ ଏଠାରେ ଗୋଟିଏ ସୂତ୍ରରେ ବାନ୍ଧି ରଖିଲା ଭଳି ସମସ୍ତଙ୍କୁ ଏକାଠି କରି ରଖିଛି ସେଥିପାଇଁ ଏଠାରେ କାହିଁ କୁଆଡୁ ଲୋକମାନେ ଆସି ମଧ୍ୟ ବସବାସ କରନ୍ତି ଏବଂ ଆମ ଧର୍ମରକୁ ସେମାନେ ଆପଣେଇ ନିଅନ୍ତି |
ହିନ୍ଦୁ ଧର୍ମ ଏକତାର ପ୍ରତୀକ ଏବଂ ଏହା ମଧ୍ୟ ଏବେ ପରିବର୍ତ୍ତନ ପକୃତର ଏପରିବର୍ତ୍ତନୀୟ ନିୟମକୁ ଭାଙ୍ଗିବାକୁ ଲାଗିଲାଣି |ଯେଉଁଠି ଭାରତୀୟ ସମାଜର ପ୍ରତ୍ୟେକ ବିଭାଗ, ଦିଗ ଓ ସାମାଜିକ ବ୍ୟବସ୍ଥାକୁ ଗଭୀର ଭାବରେ ପ୍ରଭାବିତ କରାଇ ଥାଏ ସେଠି ଆଜିର ସମାଜରେ ଆମର ସଂସ୍କୃତି ଲୋପ ପାଇବାକୁ ବସିଲାଣି | ସଂସ୍କୃତି ଏକ ଜଟିଳ ସଂପ୍ରତ୍ୟୟ ଯାହା ଜ୍ଞାନ, ବିଶ୍ୱାସ, କଳା, ନୈତିକତା ଏବଂ ମନୁଷ୍ୟ ସମାଜର ଏକ ସଦସ୍ୟ ଭାବେ ଗ୍ରହଣ କରୁଥିବା ଗୁଣ ଗୁଡିକର ଅନ୍ତର୍ଭୁକ୍ତ ହୋଇଥାଏ |ଅନ୍ୟ ଅର୍ଥରେ କହିବାକୁ ଗଲେ ସଂସ୍କୃତି, ମନୁଷ୍ୟର ମାଧ୍ୟମ ଯାହାଦ୍ୱାରା ସେ ତାର ଲକ୍ଷ ହାସଲ କରିଥାଏ |ପୁରାତନ ଭାରତୀୟ ସଂସ୍କୃତି ଉନ୍ନତି ବା ବିକାଶର ବିଭିନ୍ନ ରାସ୍ତା ଦେଖାଇଥାଏ ହେଇପାରେ ସଂସ୍କୃତି ପରିବର୍ତ୍ତନଶୀଳ କାରଣ ଯୁଗ ଯୁଗରୁ କାଳରେ ସମୟ ଆବଶ୍ୟକତା ଅନୁଯାଇ ଏଥିରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି କିନ୍ତୁ ଲୋକଙ୍କୁ ଏକାଠି କରି ରଖିଛି |ସଂସ୍କୃତି ଓ ପରମ୍ପରା ପ୍ରାଚୀନ ଯୁଗରୁ ନିମ୍ନ ସ୍ତରରେ ଥିଲା |ଲୋକମାନେ କୌଣସି ପ୍ରଶ୍ନ ନକରି ଦ୍ଵିଧାରେ ସଂସ୍କୃତିକୁ ମାନୁଥିଲେ |
   କିନ୍ତୁ ଏବେ ଆମ ଭାରତୀୟ ସଂସ୍କୃତିର ଅନେକ ପରିବର୍ତ୍ତନ ଆସିଲାଣି ଏବେ କିଛି ଲୋକଙ୍କ ଉଦ୍ଧତ ଭାବ ଆମ ଭାରତୀୟ ସଂସ୍କୃତି କୁ ବଦଳେଇବା ପାଇଁ ଅନେକ ଚେଷ୍ଟା ଜାରି ରହିଲାନି ଯେମିତି ହିନ୍ଦୁ ଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ ହେବା କିଛି ଅର୍ଥ ଲୋଭରେ |ବିଦେଶୀ ମାନଙ୍କ ଚାଲି ଚଳନକୁ ଆପଣେଇ ତାଙ୍କ ଢଙ୍ଗର ପୋଷାକ ପରିଧାନ କରିବା |ଓଡ଼ିଆ ଭାଷାକୁ ଛାଡି ଇଁରାଜୀ ବେଶି କହିବା |ଇଁରାଜୀ କହିଲେ କିଛି ଖରାପ କଥା ନୁହେଁ କିନ୍ତୁ ଆମ ଓଡ଼ିଆ ଭାଷାକୁ ଭୁଲିଲେ ଆମ ଭାଷା ପ୍ରତି ଅପମାନ ଯାହା ଆଜିର ସମାଜରେ ଦେଖିବାକୁ ମିଳୁଛି |କେହି କେହି କୁହନ୍ତି ପିଲାଙ୍କୁ ଇଙ୍ଗଲିସ ମିଡ଼ିଅମରେ ପାଠ ପଠେଇଲେ ଭଲ ଓଡ଼ିଆ ମିଡ଼ିଅମ ଖରାପ |ଖରାପ ହେଲା କେମିତି ଯେଉଁଠି ଆମେ ଛୋଟରୁ ବଡ଼ ହେଇଛେ ସେଠିକାର ପରିବେଶକୁ କାହିଁକି ଆମେ ଭୁଲି ଯାଉଛେ |
ଭାରତୀୟ ମାନଙ୍କର ଜୀବନଶୈଳୀ ସେମାନଙ୍କର ଖାଦ୍ୟପେୟ, ପୋଷାକ ପରିଚ୍ଛଦ, ଆଚାର ବ୍ୟବହାର, ବାସଗୃହ ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ପାଶ୍ଚାତ୍ୟ ଢାଞ୍ଚାକୁ ବୁଝାଇଥାଏ |ଲୋକମାନଙ୍କ କାର୍ଯ୍ୟପ୍ରଣାଳୀ,ଚିନ୍ତାଧାରା, ବିଶ୍ୱାସ ପଦ୍ଧତି ଏବଂ ଆଦର୍ଶରେ କବଳିତ |ମମି, ଡାଡି, ଆଣ୍ଟି, ଅଙ୍କଲ, ହାଏ, ବାୟ ଭାରତୀୟ ସଂସ୍କୃତି ଉପରେ କୁ ପ୍ରଭାବ ପକାଉଛି |ଭାରତୀୟ ମାନେ ସେମାନଙ୍କର ପୂର୍ବ ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ଭୁଲି ସାରିଲେଣି |
ଏହା ଆଗାମୀ ଦିନରେ ଲୋକମାନଙ୍କୁ ପଥଭ୍ରଷ୍ଟ କରାଇବ ଏହା ନିଃସନ୍ଦେହ ଭାବରେ କୁହାଯାଇପାରେ | ସଂସ୍କୃତିକୁ ଯିଏ ଭୁଲେ ସେ କେବେ ଖାଣ୍ଟି ଓଡ଼ିଆ ହୋଇପାରେନି କି ତା ପାଇଁ ଆମ ଭାରତୀୟ ରୀତିନୀତିର ମାନେ କିଛି ନଥାଏ |ସଂସ୍କୃତି ଆମକୁ ଏକାଠି କରିରଖିଥାଏ |ଭାଇଚାରାର ଭାତୃଭାବ ସୃଷ୍ଟି କରାଇଥାଏ |ଯଦି ସେହି ସଂସ୍କୃତିକୁ ଆମେ ଭୁଲି ଯିବା ତାହାଲେ କଣ ଆମେ ଗୋଟିଏ ଏକତା ସୂତ୍ରରେ ପରସ୍ପର ସହ ବାନ୍ଧି ହୋଇପାରିବା | ସଂସ୍କୃତି ଆମ ପରମ୍ପରାର ଅନ୍ୟ ଏକ ଅଙ୍ଗ ଯଦି ମନୁଷ୍ୟ ଶରୀରରୁ ଗୋଟେ ଅଙ୍ଗ ଖରାପ ହୋଇଯାଏ ସେ ମଣିଷ କଣ ଖୁସିରେ ବଞ୍ଚି ପାରିବ |ଠିକ ସେହିପରି ଆମ ସଂସ୍କୃତି ଆମମାନଙ୍କ ସହ ଯୋଡ଼ା ତାକୁ ଏକତା ସୂତ୍ରରେ ବାନ୍ଧିରଖି ସଂସ୍କୃତିକୁ ଆପଣେଇନେବା ଏବଂ ଭାରତୀୟ ପରମ୍ପରାକୁ ଯେମିତି କେବେ ନଭୁଲିବା |
Nalco

Comments are closed.