ସଂକ୍ରମଣ ଶକ୍ତି , ପଞ୍ଚସୂତ୍ରୀ କଣ୍ଟେନ୍ମେଣ୍ଟ ରଣନୀତି : ଆସନ୍ତୁ ଜାଣିବା ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର କଣ କହୁଛନ୍ତି
ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଦେଶରେ କରୋନା ସଂକ୍ରମଣ ମାମଲା କ୍ଷୀପ୍ର ଗତିରେ ବଢ଼ି ଚାଲିଛି । ସଂକ୍ରମଣ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ପାଇଁ ପଞ୍ଚସୂତ୍ରୀ କଣ୍ଟିନ୍ମେଣ୍ଟ ରଣନୀତି ପ୍ରସ୍ତୁତ କରିଛନ୍ତି । ତାହା ହେଉଛି ଟେଷ୍ଟିଂ ବୃଦ୍ଧି, ସଠିକ ଆଇସୋଲେସନ୍ ଏବଂ କଣ୍ଟାକ୍ଟ ଟ୍ରେସି, ସ୍ୱାସ୍ଥ୍ୟ ସମ୍ବଳର ଉପଯୁକ୍ତ ବିନିଯୋଗ, କରୋନା ନିୟମାବଳର ପାଳନ ଏବଂ ଉପଲବ୍ଧ ଥିବା ଟିକାର ପୂର୍ଣ୍ଣ ବ୍ୟବହାର ।
ଦେଶରେ ପୁଣିଥରେ କରୋନା ସଂକ୍ରମଣର କାୟା ମେଲିଲାଣି । ସେହିକ୍ରମରେ ଦେଖିବାକୁ ଗଲେ ରାଜ୍ୟରେ ମଧ୍ୟ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାବେଳେ ଦୈନିକ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି । ଓଡ଼ିଶାରେ କଭୋଡ଼ି ଟୀକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଏହି ଲେଖା ପ୍ରସ୍ତୁତି ବେଳକୁ ଅର୍ଥାତ୍ (ଆଜି ରବିବାର) କେନ୍ଦ୍ରରୁ ୫,୪୮୨୫୦ ଡୋଜ ଟିକା ଆସି ପହଞ୍ଚô ସାରିଛି । ସୂଚନାଥାଉକି ଓଡ଼ିଶାକୁ ୩୪,୪୬,୭୬୦ ଟିକା ଡୋଜ ଦିଆଯାଇଛି । ଇତିମଧ୍ୟରୁ ୨୧,୬୭,୯୫୭ଜଣ ହିତାଧିକାରୀଙ୍କୁ ୨୨,୯୭,୪୩୧ ଡୋଜ ଟିକା ଦିଆଯାଇଛି ।
ସେହିପରି ଓଡ଼ିଶା ନିକଟରେ ଏବେ ୧୧,୪୯,୩୨୯ ଡୋଜ ଟିକା ମହଜୁଦ୍ ରହିଛି । ରାଜ୍ୟରେ କରୋନା ଭୂତାଣୁର ଆର ବା ରିପ୍ରଡକ୍ସନ ଭ୍ୟାଲୁ (ଅନ୍ୟମାନଙ୍କୁ ସଂକ୍ରମିତ କରିବାର କ୍ଷମତା) ବୃଦ୍ଧି ପାଇଛି । ଗତ ସପ୍ତାହରେ ରାଜ୍ୟର ଆର ଭ୍ୟାଲୁ ୦.୮୪% ଥିବାବେଳେ ଏହି ଲେଖା ପ୍ରସ୍ତୁତି ବେଳକୁ ତଥା ଆଜି ଏହା ୧.୩୦%ରେ ପହଞ୍ଚôଯାଇଛି । ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ବହୁ ଆକ୍ରାନ୍ତ ଚିହ୍ନଟ ହେଲେଣି । ଯଦି କ୍ରମାଗତ ଭାବେ ରାଜ୍ୟର ଆରଭ୍ୟାଲୁ ୧ ସଂଖ୍ୟା ଉପରେ ରହେ ତାହାହେଲେ ରାଜ୍ୟର ସଂକ୍ରମଣ ଆହୁରି ଆଶଙ୍କା ବଢ଼ିଯାଇପାରେ । ସୂଚନାଥାଉକି ବିଭିନ୍ନ ରୋଗର ଭିନ୍ନ ଭିନ୍ନ ଆର ଭାଲୁ୍ୟ ରହିଛି । ସାଧାରଣ ଭାବେ ଏହି ସଂଖ୍ୟା ୧ ଉପରେ ରହିଲେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥାଏ । ବ୍ରିଟେନରୁ ଓଡ଼ିଶା ଫେରିଥିବା ତିନିଜଣଙ୍କ ଠାରେ ବ୍ରିଟେନ ଭୂତାଣୁର ସ୍ୱତନ୍ତ୍ର ଷ୍ଟ୍ରେନ୍ (ବି.୧.୧.୭) ଚିହ୍ନଟ କରାଯାଇଛି ।
ତେବେ ଖୁସିର କଥା କରୋନାର ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭାରିଏଣ୍ଟ ଦେଖିବାକୁ ଓଡ଼ିଶାରେ ମିଳିନାହଁ । ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ଭାଇରୋଲୋଜିରେ ହୋଇଥିବା ପରୀକ୍ଷାରୁ ଏହା ଜଣାପଡ଼ିଛି । ଗତ ୨୪ଘଣ୍ଟା ଭିତରେ ଭାରତରେ ୫୩୪୭୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଦେଶର ୧୮ଟି ରାଜ୍ୟରେ ଦୁଇଥର ରୂପାନ୍ତରିତ ହେଉଥିବା କରୋନା ପ୍ରଜାତିକୁ ଚିହ୍ନଟ କରାଯାଇଛି । ତେବେ ଏହି ନୂଆ ପ୍ରଜାତିର ଭାଇରସ୍ ସହ ଭିଓସି (ଭାରିଏଣ୍ଡସ୍ ଅଫ୍ କନ୍ସନ୍ରସ) ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ନିକଟରେ ଯେଉଁ ସଂକ୍ରମଣ ବୃଦ୍ଧି ହୋଇଛି ତାହା ଏହି ଭିଓସି କିମ୍ବା କରୋନାର ଦୁଇଟି ରୂପାନ୍ତରିତ ପ୍ରଜାତି ପାଇଁ ହୋଇଛି କି ନା ତାହା ଜଣାପଡ଼ିନି । ଦୁଇଥର ରୂପାନ୍ତରିତ ହେଉଥିବା ଏହି ନୂଆ କରୋନା ପ୍ରଜାତିକୁ ଆଇଏନ୍ଏସ୍ଏସିଓଜି (ଇଣ୍ଡିଆନ ସାର୍ସ୍-କଭ-୨ କନ୍ସୋର୍ଟିୟମ୍ ଅନ ଜେନୋମିକ୍ସ) ଦ୍ୱାରା ଠାବ କରାଯାଇଛି । ଦେଶରେ ୭୩୬ ନମୁନାରେ ବ୍ରିଟିଶ ପ୍ରଜାତି ଚିହ୍ନଟ ହୋଇଛି । ୩୪ଜଣଙ୍କ ନମୁନାରେ ଦକ୍ଷିଣ ଆଫ୍ରିକୀୟ ପ୍ରଜାତି ଚିହ୍ନଟ ହୋଇଛି ।
କରୋନା ସଂକ୍ରମଣ ଭୟ ଥମି ନଥିଲା ବେଳେ କଳା-ଜ୍ୱର (ଭିସେରାଲ ଲେଇସମେନିଆସିସ୍) ଭୟ ଘାରିଲାଣି । ଦେଶର କେତେକ ରାଜ୍ୟରେ ଏହି ରୋଗ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କେବଳ କଳାଜ୍ୱର ନୁହେଁ, ସ୍କ୍ରବ ଟାଇଫସର ସ୍ଥିତି ସଂପର୍କରେ ଜାଣିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମ୍ଆରସିକୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି । ଆରଏମ୍ଆରସି ପକ୍ଷରୁ ସେରୋ ସର୍ଭେ ପାଇଁ ସଂଗୃହୀତ ହୋଇଥିବା ରକ୍ତ ନମୁନାରୁ କଳାଜ୍ୱର ସଂପର୍କରେ ଜାଣିବା ଲାଗି କୁହଯାଇଛି । ଓଡ଼ିଶାରେ କଳା-ଜ୍ୱର ସ୍ଥିତି ଅତ୍ୟନ୍ତ ନଗଣ୍ୟ ରହିଛି ।
ମାତ୍ର ଗତ କିଛିଦିନ ତଳେ ବିହାରରେ ପୁଣିଥରେ କଳା ଜ୍ୱର ବ୍ୟାପିବା ପରେ ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ଆଗୁଆ ସତର୍କତା ଅବଲମ୍ବନ କରିଛି । ଗତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବା ପରେ ଭୂତାଣୁ ସଂକ୍ରମଣ ଯୋଗୁଁ ଲୋକଙ୍କ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ସଂପର୍କରେ ଜାଣିବା ଲାଗି ଆରଏମ୍ଆରସି ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ସେରୋ ସର୍ଭେ କରାଯାଇଥିଲା । ଭୁବନେଶ୍ୱର, କଟକ, ରାଉଲକେଲା, ଗଜପତି, ଗଞ୍ଜାମ ଭଳି ସ୍ଥାନରେ ସେରୋ ସର୍ଭେ ହୋଇଥିଲା । ଏପରିକି କିଛି ସ୍ଥାନରେ ଏକାଧିକ ଥର ସର୍ଭେ କରାଯାଇଛି । ତେଣୁ ଆରଏମ୍ଆରସି ପାଖରେ ସଂଗୃହୀତ ନମୁନାର ସିରମ ରହିଛି । ତେଣୁ ଏହାକୁ ବ୍ୟବହାର କରି କଳା-ଜ୍ୱର ସଂପର୍କରେ ଜାଣିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
କଳା-ଜ୍ୱର ସାଧାରଣ ଭାବେ ଲେସମାନିଆ ଡୋନୋଭାନି ପାରାସାଇଟ ଦ୍ୱାରା ହେଉଥିବା ବେଳେ ସ୍ୟାଣ୍ଡ ମାଛି ଦ୍ୱାରା ବ୍ୟାପିଥାଏ । କଳା-ଜ୍ୱରରେ ପୀଡ଼ିତ ରୋଗୀକୁ ମାଈ ସ୍ୟାଣ୍ଡ ମାଛି କାମୁଡ଼ିବା ପରେ ଅନ୍ୟକୁ କାମୁଡ଼ିଲେ ତାହା ବ୍ୟାପିବାକୁ ଆରମ୍ଭ କରିଥାଏ । କଳା-ଜ୍ୱର ଯୋଗୁଁ ଜ୍ୱର ହେବା ସହିତ ଓଜନ କମିବା, ରକ୍ତହୀନତା ଓ ଯକୃତ ଓ ପ୍ଲିହା ଫୁଲିଯାଇଥାଏ । ଠିକ ସମୟରେ ଚିକିତ୍ସା ନ କଲେ ରୋଗୀ ପ୍ରାଣ ହରାଇବା ନିଶ୍ଚିତ । ସେହିପରି ସ୍କ୍ରବ ଟାଇଫସ ଟିଙ୍କ ଦ୍ୱାରା ବ୍ୟାପିଥାଏ ।
ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଜ୍ୱର ସହିତ ଘା’ସୃଷ୍ଟି ହୋଇଥାଏ । ଯଦିଓ କିଛି ବର୍ଷ ପୂର୍ବରୁ ଓଡ଼ିଶାରେ ଏହାର ଉପସ୍ଥିତି ନଥିଲା, ହେଲେ ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଧିକ ଲୋକଙ୍କଠାରେ ଏଭଳି ରୋଗ ନଜରକୁ ଆସୁଥିବା ସୂଚନା ମିଳିଛି । କରୋନାର ନୂଆ ପ୍ରଜାତିର ଉଦ୍ବେଗଜନକ ଚିତ୍ର ରହିଥିବାବେଳେ କଳାଜ୍ୱର ନିଶ୍ଚିନ୍ତ ଭାବରେ ସମସ୍ୟାକୁ ବଢ଼ାଇବ । ତେବେ ଓଡ଼ିଶାବାସୀ ଆଶ୍ୱସ୍ତି ହେବାର କଥା ଏହାଯେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହାର ତକ୍ରାଳ ଓ ଦୂରଦୃଷ୍ଟି ସମ୍ପନ୍ନ ଜରୁରୀ ନିଷ୍ପତ୍ତି ନେଇ ରାଜ୍ୟବାସୀଙ୍କୁ କରୋନା ଠାରୁ ଦୂରେଇବା ପାଇଁ କାର୍ଯ୍ୟ ହାତକୁ ନେଇଛନ୍ତି ।
ତେବେ ଏ କ୍ଷେତ୍ରରେ ସାଧାରଣ ଲୋକଙ୍କ ଗୁରୁଦାୟିତ୍ୱ ରହିଛି ସାମାଜିକ ଦୂରତ୍ୱ ସହ ସାନିଟାଇଜ ବ୍ୟବହାର ଓ ବାରମ୍ବାର ହାତ ଧୁଅନ୍ତୁ । ଜନସାଧାରଣ ସଚେତନ ହେଲେ କରୋନାର ନୂଆ କାୟା ବିସ୍ତାର ହୋଇପାରିବ ନାହିଁ ।
Comments are closed.