ନାଟ୍ୟ ସାରଥି ଅଭୟ କୁମାର ଦାସ : ଉକ୍ରୃଷ୍ଟ କଳାର ରାଜ୍ୟ ଭାବେ ପରିଚିତ ଉକ୍ରଳର ଅନେକ କୃତୀ ଓଡ଼ିଆମାନେ ନିଜ ସାଧନା ଓ ଦକ୍ଷତାକୁ ନେଇ ଓଡ଼ିଶା ବାହାରେ, ସମଗ୍ର ଭାରତ ଏପରିକି ବିଶ୍ୱରେ ଏହି ରାଜ୍ୟର ଗୌରବକୁ ଆହୁରି ବଢ଼ାଇଛନ୍ତି । ବିଶେଷକରି ସୃଜନଶୀଳ କ୍ଷେତ୍ର କୁହାଯାଉଥିବା ସଂଗୀତ ସାଧନାରେ ମଧ୍ୟ ଓଡ଼ିଆମାନେ ଆଉ ପଛରେ ନାହାଁନ୍ତି । ନିଜ ନିଜ ସାଧନାର ପାରଦର୍ଶିତା ସେମାନଙ୍କୁ ଆଗେଇ ନେଉଥିବା ବେଳେ କୋଟି କୋଟି ଓଡ଼ିଆଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ରହୁଛି । ଗଣମାଧ୍ୟମର ପ୍ରଚାର ପ୍ରସାର ଠାରୁ ଦୂରେଇ ରହି ଜନୈକ ଓଡ଼ିଆ କଣ୍ଠଶିଳ୍ପୀ ପଞ୍ଜାବରେ ଜଣେ ଖ୍ୟାତନାମା ସୁଫି କଣ୍ଠଶିଳ୍ପୀ ଭାବେ ଓଡ଼ିଶାର ସୁନାମକୁ ଆହୁରି ବଡ଼ କରିଛନ୍ତି । ଓଡ଼ିଶାର ଗାଁ ପାଣି ପବନରେ ବଢ଼ିଛନ୍ତି । ହେଲେ ନିଜ ଉଦ୍ୟମ ବଳରେ ପଞ୍ଜାବରେ ଜଣେ ପ୍ରତିଷ୍ଠିତ ସୁଫ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ନିପଟ ଗାଉଁଲି ଓଡ଼ିଆ ଭାଷା କହୁଥିବା ବ୍ୟକ୍ତିଟିଏ ନିଜ ପ୍ରଚେଷ୍ଟାରେ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଜାବୀ ଭାଷା ଶିଖିବା ସହ ସୁଫି ସଂଗୀତର ଓସ୍ତାଦ ପାଲଟି ଯାଇଛନ୍ତି । କାହା ସାହାଯ୍ୟ ବିନା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର କୋଚିଳା ଗ୍ରାମରୁ ଯାତ୍ରା ଆରମ୍ଭ କରି ପଞ୍ଜାବରେ ନିଜକୁ ଜଣେ ଆଗଧାଡ଼ିର ସୁଫି କଣ୍ଠଶିଳ୍ପୀ ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି ପ୍ରକାଶ । ପ୍ରକାଶ ୪୦ରୁ ଅଧିକ ପଞ୍ଜାବୀ ଆଲବମ୍ରେ କଣ୍ଠଦାନ କରିବା ସହ ୩୦ଟିରେ ସଂଗୀତ ନିଦେ୍ର୍ଦଶନା ଦେଇଛନ୍ତି । ପାଞ୍ଚଟି ଓଡ଼ିଆ ଆଲବମ୍ରେ ମଧ୍ୟ ନିଜର କଣ୍ଠଦାନ କରିଥିବା ପ୍ରକାଶ ଆଗକୁ ଆହୁରି ପାଞ୍ଚଟି ଆଲବମ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ପଞ୍ଜାବ, ଜଳନ୍ଧରରେ ଏକ ସଂଗୀତ ଶିକ୍ଷା କେନ୍ଦ୍ର କରି ଶତାଧିକ ଛାତ୍ରଛାତ୍ରୀଙ୍କୁ ସୁଫି ଓ ଓଡ଼ିଆ ସଂଗୀତ ଶିଖାଉଛନ୍ତି ପ୍ରକାଶ ।
କୋଚିଳା ଗାଁର ନିବାସୀ ତଥା ପ୍ରକାଶଙ୍କ ବାପା ବନମାଳି ଜଣେ ଚାଷୀ ହୋଇଥିବାବେଳେ ମା’ ରଙ୍ଗଲତା ଜଣେ ଗୃହିଣୀ । ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀର ପଢ଼ୁଥିବା ବେଳେ ବାପା ବନମାଳି ପ୍ରକାଶଙ୍କୁ ଏକ ତବଲା ଧରାଇ ଦେଇଥିଲେ । ପରିବାରର ଆର୍ଥିକ ସ୍ଥିତି ବିଶେଷ ଭଲ ନଥିଲେ ବି ପ୍ରଥମେ ସ୍ୱର୍ଗତ ଅନାଦି ଚରଣ ବଳ ଓ ପରେ ସ୍ୱର୍ଗତ ବଳରାମ ମଲ୍ଲଙ୍କ ଠାରୁ ସେ ତବଲା ଶିକ୍ଷା ଗ୍ରହଣ କରିଥିଲେ । ଉକ୍ରଳ ସଂଗୀତ ମହାବିଦ୍ୟାଳୟରୁ ତବଲା ଓ ସଂଗୀତରେ ଆଇଏ ପଢ଼ା ଶେଷ କରି ପ୍ରକାଶ କାମ ଅନେଷ୍ୱଣରେ ଦିଲ୍ଲୀରୁ ବାହାରି ଯାଇଥିଲେ । ସେଠାରେ ଏକ କମ୍ପାନୀରେ କାମ କରିବା ସହ ଡକ୍ଟର ଏସ.ସି.ଖେରଙ୍କ ଠାରୁ ସଂଗୀତ ଶିଖିବା ଜାରି ରଖିଲେ । ୧୯୯୯ ମହାବାତ୍ୟା ପରେ ପୁଣି ଘରକୁ ଫେରି ଆସିଥିବା ପ୍ରକାଶ କେଇମାସ ପରେ କାମ ପାଇଁ ନେପାଳକୁ ଯାଇଥିଲେ । ସେଠାରେ ପଞ୍ଜାବୀ କଣ୍ଠଶିଳ୍ପୀ ଉସ୍ତାଦ ହରବିନ୍ଦରଜିତ୍ ସିଂହ ବିଲ୍ଲାଙ୍କ ସହିତ ସାକ୍ଷାତ ହୋଇଥିଲା । ତାଙ୍କ ପ୍ରେରଣାରେ ୨୦୦୧ରେ ପଞ୍ଜାବକୁ ଯାଇ ସେଠାରେ ପଞ୍ଜାବୀ ଭାଷା ସହ ସୁଫି ସଂଗୀତ ଶିଖିଥିଲେ । ଏହା ମଧ୍ୟରେ ପଞ୍ଜାବର ସୁନାମଧନ୍ୟ କଳାକାର ପଦ୍ମଶ୍ରୀ ପଣ୍ଡିତ ଦେବ ଦିଲଦାରଙ୍କ ସହିତ ଗୀତ ଗାଇବାର ସୁଯୋଗ ପାଇଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।
ଗତି କିଛି ବର୍ଷ ମଧ୍ୟରେ ସେ ଅନେକ ପଞ୍ଜାବୀ ଆଲବମ୍ରେ କଣ୍ଠ ଓ ସଂଗୀତ ଦେଇ ନିଜକୁ ପ୍ରତିଷ୍ଠା କରାଇଛନ୍ତି । ପ୍ରକାଶଙ୍କ ବ୍ୟବହାର ଓ କାମ ଦେଖି ପଣ୍ଡିତ ଦିଲଦାର ତାଙ୍କ ଝିଅ ସୁମନ୍ଲତା ରାଉତ ମୋଙ୍ଗତ୍ରାଙ୍କୁ ପ୍ରକାଶଙ୍କ ସହିତ ବିବାହ ଦେଇଥିଲେ । ପ୍ରକାଶଙ୍କ ଦୁଇ ପୁଅ ହାର୍ଦିକ ଓ ରାଘବଙ୍କୁ ସେ ସୁଫି ସହିତ ଓଡ଼ିଶୀ ସଂଗୀତ ଶିଖାଉଛନ୍ତି । ଭବିଷ୍ୟତରେ ନିଜ ଜନ୍ମସ୍ଥାନ ଆଳି ବ୍ଲକରେ ଏକ ସଂଗୀତ ଶିକ୍ଷା ପ୍ରତିଷ୍ଠାନ କରିବା ସହ ଓଡ଼ିଆ ଫିଲ୍ମ ନିର୍ମାଣ କରିବାକୁ ପ୍ରକାଶ ଯୋଜନା ରଖିଥିବା କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଓଡ଼ିଆ ସୁଫି କଣ୍ଠଶିଳ୍ପୀ ପ୍ରକାଶଙ୍କ ଗୌରବର ମହକ ଆହୁରି ମହକିତ ହେଉ କୋଟି କୋଟି ଓଡ଼ିଆଙ୍କ ସହିତ ଏହି ଲେଖକ ତାଙ୍କ ସଫଳତା କାମନା କରିବା ସହ ତାଙ୍କର ସାଧନା ତାଙ୍କୁ ଆହୁରି ଅନେକ ବାଟ ଆଗେଇ ନେଇପାରିବ ବୋଲି ଆଶା ରଖୁଛି ।
Comments are closed.