Odisha news

ଜଙ୍ଗଲ ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର, ସ୍ଵାମୀ ଅଟକ।

ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି .ସିଂହପୁର ଥାନା ଅଧିନ ଏକ ସର୍ଗିବଣ ରେ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।ମୃତ ମହିଳା ଙ୍କ ନାମ ବୁଦେଇ ମାଝୀଗ୍ରାମ କାହ୍ନୁଗୁଡା ବୋଲି ଜଣାପଡିଛି। ପୋଲିସ ମୃତ ମହିଳା ଙ୍କ ସ୍ୱାମୀ ଙ୍କୁ ଥାନା ରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ପୋଲିସ ର ସୂଚନା ମୁତାବକ ଗତ ଗୁରୁବାର ଦିନ କାହ୍ନୁଗୁଡା ଗ୍ରାମର ବୁଦେଇ ମାଝୀ ମହୁଲ ସଂଗ୍ରହ ନିମନ୍ତେ ସର୍ଗିବଣ କୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ମହିଳା ଙ୍କୁ ସର୍ଗି ବଣ ରେ ମାରି ଫେରାର ହୋଇଥିବା ପୋଲିସ କହିଛି। ତେବେ ଠିକ ଦୁଇ ଦିନ ପରେ ଗାଇ ଚରାଳି ପିଲାମାନେ କାହ୍ନୁଗୁଡା ଗ୍ରାମ କୁ ଆସି ମୃତ ମହିଳା ଙ୍କ ବିଷୟରେ ଖବର ଦେଇଥିଲେ। ଏନେଇ ମୃତ ମହିଳା ଙ୍କ ଭାଇ ସିଙ୍ଗିବନ୍ଧ ଗ୍ରାମରୁ ଆସି ବି .ସିଂହପୁର ଥାନା ରେ ନିଜ ଭିଣୋଇ ,ଭଉଣୀ କୁ ମାରିଥିବା ଅଭିଯୋଗ ରେ ଏତଲା ଦେଇଥିଲେ।ଥାନା ଭାରପ୍ରାପ୍ତ ଅଧିକାରୀ ଦାମୋଦର ବିହାରୀ ଏନେଇ ଥାନାରେ ଏକ ମାମଲା କେସ ନମ୍ବର .୩୬ /୨୦୨୧ ଦଫା ୩୦୨ ରୁଜୁ କରି ମୃତ ମହିଳା ଙ୍କୁ ଜଙ୍ଗଲ ରୁ ଉଦ୍ଧାର କରିବା ସହ ସ୍ୱାମୀ ଗୁରୁଦେବ ମାଝୀ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ପୋଲିସ କହିଛି।ମୃତ ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଵର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି।

Comments are closed.