Odisha news

ମହାଭାରତ କଥା : ଯୁଦ୍ଧ ସମୟରେ ଘଟିଥିଲା ଏହି ୧୦ ଟି ରୋଚକ କଥା

ମହାଭାରତ ଯୁଦ୍ଧ ସମୟରେ ଏମିତି ମଧ୍ୟ ଅଦ୍ଭୁତ ଘଟଣା ଘଟିଥିଲା ,ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ଆମେ ସେହିଭଳି କିଛି ୧୦ ଟି ଘଟଣା ବିଷୟରେ ସଂକ୍ଷିପ୍ତ ବିବରଣୀ ଆପଣମାନଙ୍କ ଆଗକୁ ଆଣିଛୁ l ଏହାକୁ ପଢିଲେ ହୁଏତ ଆପଣଙ୍କୁ ରୋଚକ ଲାଗିପାରେ l

* କୁହାଯାଏ ଯେ ପିତାମହ ଭୀଷ୍ମ ପ୍ରତେକ ଦିନ ୧୦ ହଜାର ପାଣ୍ଡବ ସୈନ୍ୟଙ୍କୁ ବଦ୍ଧ କରୁଥିଲେ l କାରଣ ଭୀଷ୍ମ ଜଣେ ପରାକ୍ରମୀ ଓ ବଳଶାଳୀ ଯୋଦ୍ଧା ଥିଲେ l ତାଙ୍କ ପାଖରେ ଐଶରୀୟ ଶକ୍ତି ଥିଲା l

* କୁହାଯାଏ ଯେ ମହାଭାରତ ଯୁଦ୍ଧ ଯେଉଁ ୧୮ ଦିନ ଚାଲିଥିଲା ସେହି ୧୮ ଦିନ ଅନେକ ସୈନ୍ୟ ସାମନ୍ତ ଓ ଯୋଦ୍ଧା ମୃତ୍ୟୁ ବାରଣ କରିଥିଲେ l ଯେଉଁ ସ୍ଥାନରେ ମହାଭାରତ ଯୁଦ୍ଧ ହୋଇଥିଲା ସେଠାରେ ଅନେକ ରକ୍ତ ପ୍ରବାହିତ ହୋଇଥିଲା ,ସେହି ମାଟି ଆଜିବି ଲାଲ ରଙ୍ଗରେ ରଙ୍ଗିତ ହୋଇଛି l

* ପ୍ରତେକ ଦିନ ଯୁଦ୍ଧରେ ଯେଉଁ ସୈନ୍ୟ ମାନେ ମୃତ୍ୟୁ ବରଣ କରୁଥିଲେ ସେମାନଙ୍କ ମୃତ ଦେହକୁ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଉଥିଲା ଓ ଯେଉଁ ଶବ ଗୁଡିକ ପରିବାର ବର୍ଗଙ୍କୁ ଦିଆଯାଇ ପାରୁ ନଥିଲା ତାହା ସେଠାରେ ପଡି ରହୁଥିଲା l

* ଯୁଦ୍ଧ ସରିବା ପରେ ଯୁଧିଷ୍ଠିରଙ୍କ ଆଜ୍ଞା କ୍ରମେ କୁରୁକ୍ଷେତ୍ରର ଯୁଦ୍ଧ ଭୂମିକୁ ନିଆଁ ଲଗାଯାଇଥିଲା ,କାରଣ କୌଣସି ଯୋଦ୍ଧାର ମୃତଦେହ ସେଠାରେ ପଡି ନରହୁ l

* ପ୍ରତିଦିନ ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ପାଇଁ ଯୁଦ୍ଧ ଭୂମିରେ ଥିବା ଏକ ଶିବିରରେ ଭୋଜନ ପ୍ରସ୍ତୁତ କରାଯାଉଥିଲା l ଯେତେବେଳେ ପ୍ରଥମେ ଯୁଦ୍ଧ ଆରମ୍ଭ ହେଲା ୪୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଭୋଜନ ପ୍ରସ୍ତୁତ ହୋଇଥିଲା l ଏହା ପରେ ପ୍ରତିଦିନ ଯେତିକି ଯୋଦ୍ଧା ମୃତ୍ୟୁବରଣ କରୁଥିଲେ ସେତିକି ଭୋଜନ କମ କରାଯାଉଥିଲା l କିନ୍ତୁ କିପରି ଜଣାପଡିବ ଆଜି କେତେ ସୈନ୍ୟଙ୍କ ଭୋଜନ ପ୍ରସ୍ତୁତ ହେବ ? ସେଥିପାଇଁ ଭୋଜନ ବ୍ୟବସ୍ତା ଦେଖୁଥିବା ଉଡୁ଼ପିର ରାଜା ପ୍ରତେକ ଦିନ ସନ୍ଧ୍ୟାରେ ଯେତେବେଳେ ଶ୍ରୀ କୃଷ୍ଣଙ୍କୁ ଭୋଜନ କରାଉଥିଲେ ସେହି ସମୟରେ ଶ୍ରୀ କୃଷ୍ଣଙ୍କ ନିକଟରୁ ତାଙ୍କୁ ଜଣାପଡୁଥିଲା ଆସନ୍ତା କଲି କେତେ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ l କୁହାଯାଏ ଯେ ଏଥିପାଇଁ ଶ୍ରୀକୃଷ୍ଣ ପ୍ରତିଦିନ ସିଝା ବୁଟ ଖାଉଥିଲେ l ସେହିଥିରୁ ଉଡୁ଼ପି ରାଜା ଜାଣି ପାରୁଥିଲେ କଲି କେତେ ସୈନ୍ୟ ମାରିବେ l ଏହି ଭାବରେ ଶ୍ରୀ କୃଷ୍ଣଙ୍କ କାରଣରୁ ସୈନିକ ମାନଙ୍କୁ ଠିକରେ ଖାଦ୍ୟ ମିଳୁଥିଲା ଓ ଗୋଟିଏବି ଅର୍ଣ୍ଣ ବ୍ୟର୍ଥ ହେଉ ନଥିଲା l

* କୁହାଯାଏ ଯେ ମହାଭାରତ ଯୁଦ୍ଧ ଆରମ୍ଭ ହେବାର ପ୍ରଥମ ଦିନ ଶ୍ରୀକୃଷ୍ଣ ଦୁଇ ସୈନ୍ୟଙ୍କ ମଧ୍ୟରେ ଠିଆ ହୋଇ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ l ସେତିକି ସମୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣ ସମୟକୁ ଅଟକାଇ ଦେଇଥିଲେ ଓ ସୈନିକ ମାନେ ଖୁଣ୍ଟ ଭଳି ଠିଆ ହୋଇଥିଲେ l

* ଗୀତାର ଜ୍ଞାନ ଅର୍ଜୁନଙ୍କ ବ୍ୟତୀତ ହସ୍ତିନା ପୁରରେ ବସିଥିବା ସଞ୍ଜୟ ଓ ଅର୍ଜୁନଙ୍କ ରଥ ଉପର ପତାକାରେ ବିରଜା ମାନ କରିଥିବା ସଙ୍କଟ ମୋଚନ ଶୁଣିଥିଲେ କିନ୍ତୁ ଏହା ବି କୁହାଯାଏ ଯେ ଆକାଶରେ ଉଡୁଥିବା କିଛି ପକ୍ଷୀମଧ୍ୟ ଏହି କଥାକୁ ଶୁଣିଥିଲେ l

* ଦୃର୍ବସ ମୁନିଙ୍କ ଅଭିଶାପରେ ପ୍ରଭାବରେ ବପୁ ଗରୁଡ ବଂଶୀୟ କନ୍ଧର ନାମକ ପକ୍ଷୀର ପତ୍ନୀ ମଦନିକାଙ୍କ ଗର୍ଭରୁ କାକ ପକ୍ଷୀ ରୂପରେ ଜନ୍ମ ନେଇଥିଲେ l ତାଙ୍କ ନାମ ତାକ୍ଷୀ ଥିଲା l ପରେ ତାର ବିବାହ ମନ୍ଦପାଳଙ୍କ ପୁତ୍ର ଦ୍ରୋଣଙ୍କ ସହିତ କରାଯାଇଥିଲା l ୧୬ ବର୍ଷ ଅୟୁରେ ସେ ଗର୍ଭ ଧାରଣା କରିଥିଲେ l ଏହି ଅବସ୍ଥାରେ ତାଙ୍କ ମନରେ ମହାଭାରତର ଯୁଦ୍ଧ ଦେଖିବା ପାଇଁ ଇଛା ଜାଗ୍ରତ ହେଲା l ସେ ଆକାଶରେ ଉଡୁଥିବା ବେଳେ ଅର୍ଜୁନ ନିଜର ଶତ୍ରୁ ଉପରକୁ ବାଣ ସନ୍ଧାନ କରିଥିଲେ l ଦୃର୍ଭାଗ୍ୟ ବଶତଃ ଏହି ବାଣ ତାକ୍ଷୀର ଡେଣାକୁ ଛେଦନ କରି ଆଗକୁ ଚାଲିଗଲା l ତାକ୍ଷୀ ନିଜ ଗର୍ଭସ୍ଥ ଅଣ୍ଡାକୁ ଖସାଇ ମୃତ୍ୟୁ ପ୍ରାପ୍ତି କଲେ l ପୁନର୍ବାର ନିଜର ଅପ୍ସରା ରୁପକୁ ଫେରି ଦେବା ଲୋକକୁ ଚାଲିଗଲେ l କିନ୍ତୁ ଗର୍ଭସ୍ଥ ଅଣ୍ଡା ମାଟି ଉପରେ ପଡି ରହିଥିଲା ,ସଂଯୋଗ ବଶତଃ ସେହି ସମୟରେ ଯୁଦ୍ଧ ଲଢ଼ୁଥିବା ଭଗଦତ୍ତ ସୁପ୍ରବିକ ନାମକ ଗଜରାଜଙ୍କ ବିଶାଳ କାୟ ଗଲା ଘଣ୍ଟାରେ ବାଣ ଲାଗି ଛିଡି ପଡିଲା ଓ ଏହା ଅଣ୍ଡା ଗୁଡିକୁ ଘୋଡାଇ ରଖିଲା l କିଛି ସମୟ ପରେ ଅଣ୍ଡା ଗୁଡ଼ିକରୁ ସେବକ  ବାହାରିଲେ l ସେହି ସମୟରେ ମୁନି ସମୀକ ସେଠାରେ ଆସି ପହଂଚି ଶାବକ ଗୁଡିକୁ ନଇଗଲେ l

*ମହାଭାରତ ଯୁଦ୍ଧ ସମୟରେ ଦ୍ରୌପଦୀ ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ ଶିବିରରେ ରହୁଥିଲେ l

* ମହାଭାରତର ଅନ୍ତିମ ଦିନ ପରେ ଯେତେବେଳେ ଦୁର୍ଯ୍ୟଧନଙ୍କର ବଦ୍ଧ କରାଯାଉଥିଲା ସେତେବେଳେ ବଳରାମ ଆସି ଦୁର୍ଯ୍ୟଧନଙ୍କ ପକ୍ଷ ନେଇଥିଲେ l ଏହା ପରେ ଭୀମ ଓ ଦୁର୍ଯ୍ୟଧନଙ୍କ ମଧ୍ୟରେ ଗଦା ଯୁଦ୍ଧ ହୋଇଥିଲା ଓ ଶେଷରେ ଭୀମ ଦୁର୍ଯ୍ୟଧନଙ୍କ ବଦ୍ଧ କରିଥିଲେ l

Comments are closed.