ଛତ୍ରପୁର,୨୨/୩ : ସ୍ଥାନୀୟ ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ଅଧିନସ୍ଥ ସାନ ନୋଳିଆ ନୂଆଗାଁରେ ଥିବା ମଦଭାଟିକୁ ବନ୍ଦ କରିବାକୁ ଦାବି ଜୋର ଧରିଛି । ଏନେଇ ପୁଣି ସୋମବାର ନୋଳିଆ ନୂଆଗାଁ ଠାକୁରାଣୀ ଗ୍ରାମ୍ୟ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ମଦଭାଟିକୁ ବନ୍ଦ ନ କରାଯାଏ ତେବେ ଗ୍ରାମବାସୀ ଆନେ୍ଦାଳନକୁ ଓହ୍ଲାଇବା ନିମନ୍ତେ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଏ.ବାଲରାଜୁ, ପି.ସିମାଦ୍ରୀ, କୁନା ସାହୁ, ପି,ଗୁରେୟା, , ଏ.ଗୁରେୟା, ପି.ସନ୍ୟାସୀ, ଇ.କାମେୟା, ଏମ. କାଲେୟା, ଏ.ଫକୀର, ଡି.ଏରେୟା ଓ ପି.ଜାଙ୍ଗାଲିଙ୍କ ସମେତ ବହୁ ମତ୍ସ୍ୟଜିବୀ ମାନେ ଉପସ୍ଥିତ ଥିଲେ ।
Comments are closed.