Odisha news

ନ୍ୟାସନାଲ କଲେଜ ର ୭୨ ତମ ବନ ମହୋତ୍ସଵ ପାଳିତ

ନୂଆପଡା-୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ଜିଲ୍ଲା ସଦର ମହକୁମା ସ୍ଥିତ ନ୍ୟାସନାଲ କଲେଜ ପରିସର ମଧ୍ୟରେ ଯୁବ ରେଡ଼ କ୍ରସ ଏବଂ ଜାତୀୟ ସେବା ଯୋଜନା ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସଵ ପାଳିତ ହୋଇଯାଇଅଛି।ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା କବିତା ରଥ ଯୋଗ ଦେଇ ଚାରା ରୋପଣ କରିଥିଲେ। ପରିବେଶ ନିୟନ୍ତ୍ରଣ ଏବଂ ସନ୍ତୁଳନ ରକ୍ଷା କରିବାରେ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ର ଛତ୍ରୀଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଅଛି ବୋଲି ପ୍ରକାଶ କରିଥିଲେ। ସଚେତନ ନାଗରିକ ରୂପେ ନିଜ ଚତୁର୍ପାଶ୍ଵ ରେ ଜଙ୍ଗଳ ସୃଷ୍ଟି କରିବା ନିତାନ୍ତ ଜରୁରୀ ଅଟେ।ଯୁବ ରେଡ଼ କ୍ରସ ଜିଲ୍ଲା ଆବାହକ ଭୂଖନର୍ମ ଅହୀର, ଯୁବ ରେଡ଼ କ୍ରସ ପରାମର୍ଶଦାତା ଶିବ ପ୍ରଶାଦ ସା, ଜାତୀୟ ସେବା ଯୋଜନା ଅଧିକାରୀ କପିଳ ଦେବ ପାଣିଗ୍ରାହୀ ଏବଂ ଡଃ. ପ୍ରଣତୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Comments are closed.