Odisha news

କୋରାପୁଟ ସାଂସଦଙ୍କୁ ବୋରିଗୁମ୍ମା ରେ ଭବ୍ୟ ସମ୍ବର୍ଦ୍ଧନା : ବିନା ସୂଚନାରେ ସାଂସଦ ଆସୁଛନ୍ତି , ବିଧାୟକ ତାରା

ବୋରିଗୁମ୍ମା (କେ.ସାକିଲି ଦୋରା)—-ଛତିଶଗଡ଼ ରାଜ୍ୟର ନୂତନ କଂଗ୍ରେସ ପ୍ରଭାରୀ ଭାବେ କୋରାପୁଟ ସାଂସଦ ସପ୍ତଗିରୀ ଉଲାକା ଙ୍କୁ ସୋନିଆ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି। ଏଥିସହ ସାଂସଦ ଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଆଜି ବୋରିଗୁମ୍ମା ସ୍ଥିତ ଦୋରା କମ୍ପ୍ଲେକ୍ସ ରେ କଂଗ୍ରେସ କର୍ମୀମାନେ ସାଂସଦ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ତେବେ ସାଂସଦ ଶ୍ରୀ ଉଲାକା ଙ୍କୁ ସମ୍ବର୍ଦ୍ଧନା ନେଇ କଂଗ୍ରେସ ରେ ରାଜନୀତି ତେଜୁଛି। ସାଂସଦ କୋରାପ ଜିଲ୍ଲାରେ ପ୍ରବେଶ ପୂର୍ବରୁ ବିଧାୟକ ଙ୍କୁ କିମ୍ବା ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଙ୍କୁ କୌଣସି ସୂଚନା ଦେଉନାହାନ୍ତି ବୋଲି ବିଧାୟକ ତାରାପ୍ରସାଦ ବାହୀନିପତି ଅଭିଯୋଗ କରିଛନ୍ତି।ସାଂସଦ କୋରାପୁଟ ଗସ୍ତ ସମୟରେ ଜିଲ୍ଲାରେ ରେ ଥିବା କୌଣସି ଜିଲ୍ଲା ସ୍ତରୀୟ ନେତା କିମ୍ବା ବରିଷ୍ଠ ନେତା ମାନଙ୍କୁ ସୂଚନା  ଦେଉ ନାହାନ୍ତି। ହାତଗଣତି କିଛି କଂଗ୍ରେସ କର୍ମୀ ମାନଙ୍କୁ ନେଇ ସେ କୋରାପୁଟ ଗସ୍ତ ରେ ଆସୁଥିବା କହିଛନ୍ତି। ଯାହାଫଳରେ ବୋରିଗୁମ୍ମା ରେ ଭବ୍ୟ ସମ୍ବର୍ଦ୍ଧନା ବେଳେ କେବଳ ହାତଗଣତି କର୍ମୀ ଉପସ୍ଥିତ ରହିଥିବା ସେ କହିଛନ୍ତି।ବୋରିଗୁମ୍ମା ବ୍ଳକ ରେ ଜଣେ କଂଗ୍ରେସ ର ସଭାପତି ରହିଛନ୍ତି। ତାଙ୍କୁ ମଧ୍ୟ  ସାଂସଦ ଗସ୍ତ ନେଇ କୌଣସି ସୂଚନା ନାହିଁ।କେବଳ ଏହି ଗୋଟିଏ ଉଦାହରଣ ନୁହେଁ ବରଂ  ପୂର୍ବରୁ ସାଂସଦ ଶ୍ରୀ ଉଲାକା ବୋରିଗୁମ୍ମା ଗସ୍ତ କରିଥିଲେ । ସେହି ସମୟରେ ମଧ୍ୟ ବିଧାୟକ ସମେତ କୌଣସି ଜିଲ୍ଲା ସ୍ତରୀୟ ନେତା ଙ୍କୁ ଡକାଗଲା ନାହିଁ। ସାଂସଦ ଗସ୍ତ ଙ୍କ ଗସ୍ତ କୁ କୌଣସି ନେତା ଙ୍କୁ ନ ଡାକିବା ଏକ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ବାହୀନିପତି କହିଛନ୍ତି। ଆଜି ସାଂସଦ ଙ୍କୁ ସମ୍ବର୍ଦ୍ଧନା ବେଳେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢ଼ୀ, ଭାନୁ ଦୋରା, ବୁଲୁ ପ୍ରଧାନ, ସୁବାସ ନାୟକ ଓ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ।

Comments are closed.