ପଶ୍ଚିମବଙ୍ଗ: ଗତକାଲି ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଅମ୍ଫନ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୧୮୫ କିମି ବେଗରେ ବହୁଥିବା ରେକର୍ଡ କରାଯାଇଥିବା କୁହାଯାଇଛି । ତେବେ ଏହି ବାତ୍ୟା ପାଇଁ ପଶ୍ଚିମବଙ୍ଗରେ ୭୨ ଜଣଙ୍କ ଜୀବନ ଯାଇଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେମାନଙ୍କ ମଧ୍ୟରୁ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୋଲକାତା ଓ ଏହାର ଆଖପାଖ ଅଂଚଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାଛଡା ବାତ୍ୟାରେ ଶତାଧିକ ଲୋକେ ଆହତ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି ମମତା ବାନାର୍ଜୀ ।