ଚଣ୍ଡିଖୋଲ : ଜମିବାଡି କିଣାବିକାକୁ ନେଇ ଶନିବାର ଅପରାହ୍ନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ପରିବାରରୁ ୫ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିସôିତ ହେଉଥିବା ଜଣାଯାଇଛି । ବଡଚଣା ଥାନା ଅଧିନସ୍ଥ ଖରମଙ୍ଗି ଗାଁରଗୋବିନ୍ଦ ମଲିକ ୧୦ ବର୍ଷ ପୂର୍ବେ ନିଜ ନାମରେ ଥିବା ଜମିକୁ ସେହି ଗାଁର କୁଳମଣୀ ସାହୁଙ୍କୁ ବିକ୍ରି କରିଥିଲା ଏବଂ ଏହି ଜମି ବର୍ତ୍ତମାନ କୁଳମଣୀ ସାହୁଙ୍କ ନାଁରେ ପଟ୍ଟାହୋଇଯାଇଥିବା ଜଣାଯାଇଛି ।
ତେବେ ବିକ୍ରି ହୋଇଥିବା ଜମିରେ ଗୋବିନ୍ଦ ମଲିକଙ୍କ ଝିଅ ସହିତ ତାଙ୍କ ସମ୍ପର୍କୀୟ ଏବେ ରହିଆସୁଛନ୍ତି । କୁଳମଣୀ ସାହୁ ଏହାକୁ ନେଇ ବାରମ୍ବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ସମାଧାନ କରିବାକୁ ଦିନ ସ୍ଥିର କରିଥିଲେ, ଏପରିକି ଲକଡାଉନ ସରିଲେ ସମସ୍ୟାର ସମାଧାନ ହୋଇଥାନ୍ତା । କିନ୍ତୁ ଆଜି କୌଣସି କାରଣ ନଥାଇ ଦଳିତ ସାହିର ୮ ଜଣ ବ୍ୟକ୍ତି ଆସି କୁଳମଣୀ ସାହୁଙ୍କ ପରିବାର ସହିତ ପାଟିତୁଣ୍ଡ କରିଥିଲେ ।
ଉଭୟପକ୍ଷ ପାଟିତୁଣ୍ଡ ହେବାପରେ ଗାଁର କିଛି ଭଦ୍ରଲୋକ ଆସି ଗଣ୍ଡଗୋଳକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ମାତ୍ର ଭଦ୍ର ବ୍ୟକ୍ତିଙ୍କ କଥା ନମାନି ଉଭୟଙ୍କ ମଧ୍ୟରେ ମାଡପିଟ ହୋଇଥିଲା । ଏହି ଗଣ୍ଡଗୋଳରେ କୁଳମଣୀ ସାହୁଙ୍କ ପୁଅ ବିଭୁତିଭୁଷଣ ସାହୁଙ୍କ ବାମ ହାତର ବୁଢ଼ା ଆଙ୍ଗୁଳି କଟିଯିବା ସହିତ ସୁଶାନ୍ତ ପୃଷ୍ଟି, ପାଣୁଆ ସାହୁ, କାଠିଆ ସାହୁ, ପିଣ୍ଟୁ ସାହୁ ପ୍ରମୁଖ ଆହତ ହୋଇ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି । ଥାନାରେ ଉଭୟ ପକ୍ଷରୁ ଲିଥିତ ଅଭିଯୋଗ ହେବାପରେ ଥାନାଧିକାରୀ ପ୍ରିୟବ୍ରତ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଫାର୍ସାକୁ ଜବତ କରିବା ସହିତ ଉଭୟ ପକ୍ଷରୁ ତିନି ଜଣଙ୍କୁ ଥାନାରେ ଅଟକ ରଖଥିଲେ । ଏହାପରେ ତପନ ମଳିକ ଓ କୁଳମଣୀ ମଳିକଙ୍କୁ ୧୦୫, ୧୦୬, ୧୦୭/୨୦ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।