Odisha news

ବର୍ଷା ପ୍ରଭାବରେ ୩୬ ଘଣ୍ଟା ପାଣି ଘେରରେ ରହିଲେ ୧୩ନଂ ୱାର୍ଡ ବାସିନ୍ଦା

0

କେନ୍ଦ୍ରାପଡା-୨୧/୦୫ କେନ୍ଦ୍ରାପଡା ପୈାରାଂଚଳ ଅଧିନ ୧୩ନଂ ୱାର୍ଡ ବାସିନ୍ଦା ମାନେ ୩୬ ଘଣ୍ଟା ପାଣି ଘେରରେ ରହିଥିବା ଅଭିଯୋଗ କରିଛନ୍ତି । ଅମ୍ପାନ ବାତ୍ୟା ପ୍ରଭାବରେ ତୁହାକୁ ତୁହା ବର୍ଷା ହେବା ଫଳରେ କେନ୍ଦ୍ରାପଡା ସହର ର ଏହି ତଳିଆ ଅଂଚଳଟି ପାଣିରେ ବୁଡି ଯାଇଥିଲା । ଡ୍ରେନେଜ ସିଷ୍ଟମ ଫେଲ ମାରି ଥିବାରୁ ବର୍ଷା ଜଣ ନିଷ୍କାସିତ ହୋଇ ନପାରି ୱାର୍ଡ ବାସିନ୍ଦା ଙ୍କୁ ପାଣି ଘେରରେ ରଖିଥିଲା ।

ତେବେ ୱାର୍ଡ ବାସିନ୍ଦା ମାନେ ପୈାରସଂସ୍ଥାର କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧଯୟ ସେ ଆଦୈା ଶୁଣି ନଥିଲେ ତେବେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଘଟଣାର ଅବଗତ ହୋଇ ତୁରନ୍ତ ଅଗ୍ନିଶମ ବିଭାଗ ସହାୟତାରେ ଜଳ ନିଷ୍କାସନର ବ୍ୟବସ୍ଥା କରିଥିବା ଜଣାପଡିଛି ।

Govt
Leave A Reply