Odisha news

କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ‘ଟଚ୍‌-ଫ୍ରି’ ଡୋର୍‌ବେଲ୍ ତିଆରି କଲେ ଦିଲ୍ଲୀର ୧୬ ବର୍ଷିୟ ବାଳକ

0

ନୂଆଦିଲ୍ଲୀ: ଦ୍ରୁତ ସଂକ୍ରମଣଶାଳୀ କରୋନାଭାଇରସ୍ ବିପକ୍ଷରେ ପ୍ରତିରୋଧକ ବ୍ୟବସ୍ଥା ଓ ସାମାଜିକ ଦୂରତା ଲାଗି ଦିଲ୍ଲୀର ଜଣେ ୧୬ ବର୍ଷିୟ ବାଳକ ଏକ ‘ଟଚ୍‌-ଫ୍ରି’ ଡୋର୍‌ବେଲ୍ ତିଆରି କରିଛନ୍ତି।

ସାର୍ଥକ ଜୈନ୍ ନାମକ ସେ ବାଳକ ନୂଆଦିଲ୍ଲୀର ଶାଲିମାର ବାଗରେ ଥିବା ମଡର୍ଣ୍ଣ ପବ୍ଲିକ୍ ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରନ୍ତି। ସେ ତିଆରି କିରଥିବା ସ୍ବୟଂକ୍ରିୟ ଡୋର୍‌ବେଲ୍‌ରେ ଅଲ୍‌ଟ୍ରାସୋନିକ୍ ସେନ୍‌ସର୍‌ ଲାଗିଛି। ୩୦ ରୁ ୫୦ ସେ. ମି. ଦୂରରୁ ଏହି ସେନ୍‌ସର୍ ବ୍ୟକ୍ତି ବା ପଦାର୍ଥର ଉପସ୍ଥିତି ବାରି ଡୋର୍‌ବେଲ୍‌ରେ ଥିବା ବଜର୍‌ରେ ‘ବିପ୍ ସାଉଣ୍ଡ୍’ କରାଇବ।

ଜୈନ୍‌ କହନ୍ତି ଯେ ଦୈନନ୍ଦିନ ଜୀବନରେ ଡୋର୍‌ବେଲ୍‌ର ବହୁଳ ବ୍ୟବହାର ହେଉଥିବାରୁ ତାହାଦ୍ବାରା କାରୋନାଭାଇରସ୍ ସଂକ୍ରମଣ ବ୍ୟାପୀପାରେ। ଏ କଥା ଚିନ୍ତା କରି ସେ ଏ ଭଳି ଡୋର୍‌ବେଲ୍ ତିଆରି କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ତାଙ୍କୁ ପ୍ରୋତ୍ସାହନ ଦେଇଥିବା ତାଙ୍କ ସ୍କୁଲ୍ ପ୍ରିନ୍‌ସିପାଲ୍ ଅଳକା କପୁରଙ୍କୁ ମଧ୍ୟରେ ସେ ଧନ୍ୟବାଦ ଜଣାଇଛନ୍ତି।

 

Govt
Leave A Reply