Odisha news

ଅଗଷ୍ଟ ପନ୍ଦର : ଆତ୍ମ ସମୀକ୍ଷାର ସମୟ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଆଜି ଅଗଷ୍ଟ ପନ୍ଦର । ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଅନେକ ଦେଶପ୍ରାଣ ସଂଗ୍ରାମୀମାନଙ୍କର ବଳିଦାନ, ରକ୍ତକ୍ଷୟୀ ସଂଗ୍ରାମ ଓ ଐକାନ୍ତିକ ପ୍ରଚେଷ୍ଟାର ଫଳଶ୍ରୁତି ହୋଉଛି ଏହି ଦିବସ । ଯାହାର ଫଳସ୍ୱରୂପ,ଆମେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପାଇଲୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ଏହି ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲାଲକିଲ୍ଲା ଉପରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦେ୍ଦଶ୍ୟରେ କହିଥିଲେ-ମଧ୍ୟରାତ୍ରୀର ବହଳ ଅନ୍ଧାରରେ ଯେତେବେଳେ ସାରା ବିଶ୍ୱ ସୁପ୍ତ, ସେତେବେଳେ ମୁକ୍ତି ଉନ୍ମାଦିତ ଭାରତ ଜାଗ୍ରତ ଓ ଜୀବନୋନ୍ମୁଖୀ । ଏମିତି ବି ସମୟ ବଦଳେ ମାତ୍ର ଇତିହାସରେ ତାହା ବିରଳ ।ଏ କଥା ଶୁଣି ଦେଶବାସୀ ଆନନ୍ଦରେ ଆତ୍ମହରା ହୋଇଥିଲେ ଓ ଗାଇଥିଲେ – “ଆମେ ଚଳାଇବା ଦେଶ ଆମରି, ଆମରି ନାଆରେ ଆମେ ନାଉରୀ” । ଆଉ ଦୁଃଖ, ଶୋକ, କଷଣ, ଶୋଷଣ ଓ ନିର୍ଯ୍ୟାତନା ରହିବ ନାହିଁ । ଇତି ମଧ୍ୟରେ ଚାହୁଁ ଚାହୁଁ ସ୍ୱାଧୀନତାର ୭୩ ବର୍ଷ ଅତିକ୍ରାନ୍ତ ହୋଇଛି । ଅନେକ କ୍ଷେତ୍ରରେ ଆମେ ସଫଳତା ହାସଲ କରିଥିବା ବେଳେ, କେତେକ କ୍ଷେତ୍ରରେ ଆମ ସଫଳତା ଆଶାଜନକ ହୋଇପାରିନାହିଁ ।ଏହି ଦିବସ ଦେଶବାସୀଙ୍କୁ ଯେତିକି ସୁଯୋଗ ପ୍ରଦାନ କରେ,ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ପାଇଁ ସେତିକି ପ୍ରେରଣା ଯୋଗାଏ ।

ଦେଶରୁ ବିଦେଶୀ ଶାସନ ହଟିଲା ପରେ ଆମେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ପାଇଲୁ ଭାରତର ସମ୍ବିଧାନ । ଏହା ଭାରତକୁ ସାର୍ବଭୌମ, ଧର୍ମ ନିରପେକ୍ଷ, ସମାଜବାଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କଲା ।ଇତି ମଧ୍ୟରେ ୭୪ ବର୍ଷରେ ଦେଶର ସ୍ୱାଧୀନତା ପାଦ ଦେଇ ଥିବାବେଳେ ଭାରତୀୟ ଗଣତନ୍ତ୍ର ସମତାଳରେ ୭୧ ବର୍ଷ ଅତିକ୍ରମ କରିସାରିଛି । ଏହି ସାତ ଦଶନ୍ଧିରେ ଆମର ସଫଳତା ଓ ବିଫଳତାକୁ ଆଲୋଚନା ପରିସରକୁ ଆଣିବା ଏହି ଆଲେଖ୍ୟର ମୁଖ୍ୟ ଉଦେ୍ଦଶ୍ୟ । ଏକ ସ୍ୱାଧୀନ ଗଣତାନ୍ତ୍ରିକ ଭାବେ ରାଷ୍ଟ୍ର ଭାବେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ ।

ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୪ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୮ବର୍ଷକୁ ବୃଦ୍ଧି ପାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ବହୁ ଘାତ ପ୍ରତିଘାତ ମଧ୍ୟରେ ଏସବୁ ସଫଳତା ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଛି ।

ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ୨୮କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୂଳ କାରଣ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଡମ୍ବନା ହେଲାଯେ ଏହାର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୧୯୯୬ ରେ ହ୍ୱାଓଲା ଓ ଗେଖାଦ୍ୟ ,୨୦୦୮ରେ ସେୟାର ବଜାର ,୨୦୧୦ରେ କମନେଓଲ୍ଥ ଗେମ୍ ,୨୦୧୧ ମସିହା ଆଦର୍ଶ ହାଉସିଂ ଓ ୨୦୧୨ ରେ ଟେଲିକମ ଦୁର୍ନୀତି ଏହାର ଗୋଟିଏ ଗୋଟିଏ ଉଦାହରଣ । ଏବେ ପୁଣି ଚର୍ଚ୍ଚାକୁ ଆସିଛି ହତ୍ୟାକାରି ବ୍ୟାପମ୍ ଦୁର୍ନୀତି । ପରିତାପର ବିଷୟ ହେଉଛି ଏହି ଦୁର୍ନୀତିରେ ୪୫ ଜଣଙ୍କ ସନେ୍ଦହଜନକ ମୃତ୍ୟୁ ଘଟି ସାରିଛି,ଉଚ୍ଚ ପଦସ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମଚାରୀ ପର୍ଯ୍ୟନ୍ତ ଅଭିଯୁକ୍ତ ତାଲିକାରେ ଅଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାର କଥା ନକହିବା ଭଲ । ସ୍ୱିସ୍ ବ୍ୟାଙ୍କରେ ଥିବା କଳାଧନର ପରିମାଣ ୭ହଜାରକୋଟି ଟଙ୍କାକୁ ଟପିସାରିଲାଣି ।

ଖାଲିସେତିକି ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୂମି ଥିବା ଲୋକମାନେ । ଦେଶର ସଂସଦ ଓ ବିଧାନସଭା ଦେଶବାସୀଙ୍କ ପାଇଁ ମନ୍ଦିର ସଦୃଶ । ଏଠାରେ ଆଇନ ତିଆରି ହୁଏ ଦେଶ ଓ ରାଜ୍ୟ ପାଇଁ ତିଆରି ହୁଏ ଶାସନ ଖସଡା । ଶସ୍ତା ରାଜନୀତି ଦେଶ ପାଇଁ କାଳ । ଜର୍ଜ ବର୍ଣ୍ଣାଡସଙ୍କ ମତରେ ବୁଦ୍ଧିଜୀବୀମାନେ ରାଜନୀତିକୁ “ସଇତାନର ଆଶ୍ରୟ ସ୍ଥଳୀ” ବୋଲି ଭାବୁଛନ୍ତି । ତେଣୁ ସମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୁରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧ ପୃଷ୍ଠଭୁମି ରାଜନୀତିକୁ “ସଇତାନର ଆଶ୍ରୟ ସ୍ଥଳୀ” ବୋଲି ଭାବୁଛନ୍ତି । ତେଣୁ ସମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୁରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧ ପୃଷ୍ଠଭୁମି ଥିବା ବ୍ୟକ୍ତି ସାଂସଦ ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ଗତ ୨୦୧୪ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ମାନଙ୍କ ମଧ୍ୟରୁ ୩୫ପ୍ରତିଶତ ଜଣଙ୍କ ନାମରେ ଅପରାଧ ମାମଲା ଥିବାବେଳେ ସେଥି ମଧ୍ୟରୁ ୭୬ ଜଣ କୋଟିପତି ତାଲିକାରେ ଅଛନ୍ତି । ସେହିପରି ୩୪ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧ ମାମଲା ଥିବା ବେଳେ ୮୨ ପ୍ରତିଶତ ସାଂସଦ କୋଟିପତି ତାଲିକାରେ ଅଛନ୍ତି । ୨୦୧୯ ନିର୍ବାଚନରେ ମଧ୍ୟ ଏହି ସଂଖ୍ୟାରେ କିଛି ପରିବର୍ତ୍ତନ ଆସିନାହିଁ ବରଂ ସଂଖ୍ୟାରେ ବୃଦ୍ଧି ଘଟିଛି ।

ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୮କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି ।

୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା । ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । କ୍ରମାଗତ ଚାଷୀ ଆତ୍ମହତ୍ୟା ଜାରି ରହିଛି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହାର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ ।

ଇତି ମଧ୍ୟରେ ସାତ ଦଶନ୍ଧି ଅତିକ୍ରାନ୍ତ ହୋଇଛି । ଏହି ସମୟ ମଧ୍ୟରେ ଆମେ ଆଗକୁ ବଢି ଚାଲିଛୁ ଆଜିଯାଏ । ହେଲେ ବାସ୍ତବରେ ଆମେ କେତେ ସ୍ୱାଧୀନ ତାହା ଚିନ୍ତା କରିବାର ଅଛି । କାରଣ ଅନେକ କ୍ଷେତ୍ରରେ ସ୍ୱାଧୀନତା ଏବେବି ଅପହଞ୍ଚ ହୋଇରହିଛି । ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେ ଦୁର୍ନୀତି,ଭ୍ରଷ୍ଟାଚାର,ଦାରିଦ୍ର୍ୟ,ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି । ଏସବୁ ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରି ସମାଧାନ କରିବାକୁ ହେବ ।

Leave A Reply