Odisha news

ରାଜନୀତି ମାନେ ଲୋକଙ୍କୁ ଯୋଡିବାର ମନ୍ତ୍ର ଦେଲେ ଅପରାଜିତା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବିଜେପି ପକ୍ଷରୁ ଆମ ପରିବାର ମୟୂରଭଞ୍ଜ ନାମରେ ଏକ ବିଶାଳ ଭର୍ଚୁଆଲ ମିଟ୍ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆମ ପରିବାର ଓଡିଶାର ଆବାହକ ଜୀବନ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ ସଭାରେ ମୁଖ୍ୟଅତିଥି ରୂପେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଯୋଗଦେଇ ମୟୂରଭଞ୍ଜବାସୀଙ୍କୁ ଏହି କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହ କୋଭିଡ୍ ନିୟମ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ।

ଏହାଛଡା ରାଜନୀତିର ମୂଳମନ୍ତ୍ର ଲୋକଙ୍କୁ ଯୋଡିବା ସହ ଏହାକୁ ନେଟ୍ୱାର୍କ ଭଳି କାର୍ଯ୍ୟ କରିବା ଉଚିତ୍ ଏବଂ ସମସ୍ତେ ମିଳିମିଶି ଦଳର ସଂଗଠନକୁ ମୟୂରଭଞ୍ଜରେ ଆହୁରି ମଜବୁତ୍ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହାଛଡା ଜିଲ୍ଲାର ସାଂସଦ ଓ ବିଧାୟକ ମାନଙ୍କ ସହ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ସମ୍ପର୍କରେ ଧ୍ୟାନ ଦେବେ ବୋଲି କହିଥିଲେ । ଏହି ଭର୍ଚୁଆଲ ସଭାକୁ ରାଜ୍ୟ ପକ୍ଷରୁ ଆମ ପରିବାର ଓଡିଶାର ଜୀବନ ସାହୁଙ୍କ ସମେତ ମନ୍ମଥ ମଲ୍ଲିକ, ନିକୁଞ୍ଜ ପଟ୍ଟନାୟକ, ନିଶିକାନ୍ତ ନାୟକ, ଦେବାଶିଷ ନାୟକ ଓ ମୌସୁମୀ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ ଆମ ପରିବାର ଓଡିଶାର ମୂଳତତ୍ତ୍ୱ ଉପରେ ଆଲୋଚନା କରିଥିଲେ ।

ଏହି ସଭାରେ ଜିଲ୍ଲା ପକ୍ଷରୁ ରାଜ୍ୟର ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ, କବିବିଷ୍ଣୁ ଶତପଥୀ, ମନନ ମହାନ୍ତ, ସୌଭାଗ୍ୟ ସାହୁ, ଲକ୍ଷ୍ମୀଧର ହାବୋଡା, ଶୋଭାବତୀ ଓତା, ସୃତି ମହାନ୍ତି, ଶୁଭଶ୍ରୀ ବେହେରା, ସ୍ୱପ୍ନା ମାଇତି, ଦୀପକ୍ ମଲ୍ଲିକ, ଆଲୋକ ପଣ୍ଡା, ହେମନ୍ତ ସାହା, ଲକ୍ଷ୍ମଣ ତି୍ରପାଠୀ, ବିକ୍ରମ ବେହେରା, ଅବିନାଶ ବାରିକ ଓ ବିଶ୍ୱଜିତ୍ ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଇନ୍ଜିବୀ ନରୋତ୍ତମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco

Comments are closed.