ଜଗତସିଂହପୁର ମାଟିର ଭୂମିପୁତ୍ର, ଆଧୁନିକ ଓଡ଼ିଶାର ବିନ୍ଧାଣୀ,ସାରା ଓଡିଶା ପାଇଁ କର୍ମଯୋଗୀ, ଓଡିଆ ଖବର କାଗଜ ସମୟର ପ୍ରାଣ ପ୍ରତିଷ୍ଠାତା, ସେତୁ ପୁରୁଷ ତଥା ବିଶିଷ୍ଟ ଜନନେତା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ୧୭ ତମ ଶ୍ରାଦ୍ଧୋତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ଜଗତସିଂହପୁର ଜିଲ୍ଲା ସଦର ମହକୁମା ସାରଦା ମଣ୍ଡପ ଠାରେ ବସନ୍ତ କୁମାର ବିଶ୍ଵାଳ ସ୍ମୃତି କମିଟି ପକ୍ଷରୁ ପାଳନ କରାଯାଇଛି।
ସଭାପତି ବିଶିଷ୍ଟ ଆଇନୀଜୀବୀ ରବୀନ୍ଦ୍ରନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଶିକ୍ଷାବିତ୍ ନିକୁଞ୍ଜ କିଶୋର ବେହେରା, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଜିଲ୍ଲା ଯୁବ କଂଗ୍ରେସର ସଭାପତି ପ୍ରଶାନ୍ତ ମଲ୍ଲିକ,ପୂର୍ବତନ ଛାତ୍ର କଂଗ୍ରେସ ସଂଯୋଜକ ସୁନୀଲ ମାଟିଆ, ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଛାତ୍ର ଓ ଯୁବ କଂଗ୍ରେସର କର୍ମୀମାନେ ଯୋଗଦେଇ ସ୍ଵର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ଶ୍ରାଦ୍ଧ ଦିବସକୁ କରୋନା ନିୟମାବଳୀକୁ ମାନି ସାମାଜିକ ଦୂରତା ରକ୍ଷାକରି ପାଳନ କରିଥିଲେ ।
ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଥିଲା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଆୟୋଜିତ ସଭା ଗୃହରେ ପ୍ରଦୀପ ପ୍ରଜ୍ବଳନ କରି ସ୍ଵର୍ଗତ ବିଶ୍ଵାଳଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଶ୍ରୀଯୁକ୍ତ ବିଶ୍ଵାଳ ଥିଲେ ଜଗତସିଂହପୁର ମାଟିର ସୁଯୋଗ୍ଯ ସନ୍ତାନ ଜଗତସିଂହପୁର ଜିଲ୍ଳା ଅଗ୍ରସର ଓ ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସମୟରେ ଜିଲ୍ଲାବାସୀ ପାଇଁ ସେ କରିଯାଇଥିବା ତିର୍ତ୍ତୋଲର ସାରଳା ସୁତାକଳ ଆଜି ଅବହେଳିତ ହୋଇ ପଡିଛି ତାଙ୍କ ଜିଲ୍ଲାରେ ବେରୋଜଗାରୀ ସମସ୍ୟା ନରହିବା ଓ ନିଜ ଜିଲ୍ଲା ନିଜ ରାଜ୍ଯକୁ ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯିବା ପାଇଁ ସେ ଏହି ସୂତାକଳ ଟିକୁ ନିଜ ପ୍ରଚେଷ୍ଟାରେ କରିଥିଲେ।
ସେ ଆଜି ନାହାଁନ୍ତି ସତ କିନ୍ତୁ ସେ ଜିଲ୍ଲାବାସୀଙ୍କ ପାଇଁ କରି ଯାଇଥିବା ପ୍ରତେକଟି କାର୍ଯ୍ୟ ତାଙ୍କୁ ଆଜିବି ଜିଲ୍ଲାବାସୀ ତାଙ୍କ ହୃଦୟରେ ଜୀବିତ କରି ରଖିଛନ୍ତି। ଜଣେ କର୍ମବୀର ହିସାବରେ ତାଙ୍କର ଆଧୁନିକ ଓଡିଶା ପ୍ରତି ଅବଦାନ ଆଜିବି ତାର କିର୍ତ୍ତୀଗାନ କରୁଛି। ମରଣ ତ କେବଳ ଜୀବନକୁ ଶେଷ କରିଥାଏ ହେଲେ ତାଙ୍କ ସହ ଥିବା ଜଗତସିଂହପୁର ଜିଲ୍ଲାବାସୀଙ୍କର ଅତୁଟ ବିଶ୍ବାସ ଭଲ ପାଇବା ଓ ଶ୍ରଦ୍ଧାର କେବେ ଶେଷ ନାହିଁ ବୋଲି ଆଜିର ଏହି ସଭାରେ ଅତିଥି ମାନେ ମତ ପ୍ରକାଶ କରିଥିଲେ।
