Odisha news

ତାମିଲିନାଡ଼ୁରେ ଅଟକ ୫ଶ୍ରମିକ ଉଦ୍ଧାର

0

ପୁରୀ,୧୩ା୯ :ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ମିଳିତ ଉଦ୍ୟମ କ୍ରମେ ତାମିଲନାଡ଼ୁରେ ନିର୍ଯାତନାର ଶିକାର ହୋଇଥିବା ପାଞ୍ଚଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକମାନେ ହେଲେ ବ୍ରହ୍ମଗିର ବ୍ଳକ ଅନ୍ତଗ୍ରତ ଖଣ୍ଡିଘରଗ୍ରାମର ରଜତ ନାୟକ,ସୁକାନ୍ତ ନାୟକ,ବଳରାମ ସ୍ୱାଇଁ,ସୁବ୍ରତ ନାୟକ ଓ ପ୍ରଭାତ ପ୍ରଧାନ ।

ସମ୍ପୃକ୍ତ ଶ୍ରମିକମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନିଜ ନିଜ ଘରକୁ ପଠାଇଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଗିରି ଅଞ୍ଚଳର ୧୩ ଶ୍ରମିକ ତାମିଲନାଡ଼ୁର ଏକ ଓøଷଧ କମ୍ପାନିରେ କାମ କରିବାକୁ ଯାଇଥିଲେ । ସେଠାରେ କାମନମିଳିବାରୁ ୮ଜଣ ଫେରିଆସିଥିଲେ ।

ତେବେ ସେମାନଙ୍କୁ କାମଯୋଇଦେବାର ପ୍ରତିଶ୍ରୁତି ଦେଇ ନେଇଥିବା ଠିକାଦର ଓøଷଧ କମ୍ପାନୀ ପରିବର୍ତ୍ତେତାମିଲନାଡ଼ୁ ତିରିଭାଲୁର ଜିଲ୍ଲାର ନେଲକାଷ୍ଟ ନାମକ ଏକ ଓଲ୍ଡିସଂସ୍ଥାରେ କାମ କରିବାକୁ ବାଧ୍ୟ କରିଥିଲା । ଶ୍ରମିକମାନେ ତାହାକୁ ବିରୋଧ କରିବାରୁ ସେମାନଙ୍କୁ ଗୋଟିଏ କୋଠରୀରେ ଅଟକ ରଖିବା ସହିତ ଦୁଇ ଦିନ ପର୍ଯ୍ୟନ୍ତ କିଛି ଖାଇବାକୁ ଦେଇନଥିଲେ ।

ଶ୍ରମିକମାନଙ୍କ ପରିବାର ସଦସ୍ୟ ଏହା ଜଣିବାପରେ ସେମାନେ ଜିଲା ଆଇନ୍ସେବା ପ୍ରଧିକରଣଙ୍କ ସହିତ ଯୋଗାଯୋଗ କରିଥିଲେ । ଜିଲ୍ଲାଆଇନ୍ ସେବା ପ୍ରଧିକରଣ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଆଇନ୍ ସେବାପ୍ରଧିକରଣ ସହିତ ଯୋଗାଯୋଗ କରାଯାଇଥିଲା । ସୋସିଆଲ ମିଡ଼ିଆରୁ ଅବଗତ ହେବାପରେ ପୁରୀ ଜିଲ୍ଲାପାଳ ତୁରନ୍ତ ତିରୁଭାଲୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଉଭୟ ଜିଲ୍ଲାପ୍ରଶାସନ ମଧ୍ୟରେ ଯୋଗଯୋଗ ପରେ ଆଇନ୍ସେବା ପ୍ରାଧିରଣ, ସ୍ଥାନୀୟ ପୁଲିସ ଏବଂ ଶ୍ରମ ବିଭାଗର ମିଳିତ ଉଦ୍ୟମରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ ଶ୍ରମିକମାନଙ୍କୁ ଇ-ପାସ୍ ଯୋଗଇଦିଆଯିବା ପରେ ସମ୍ପୃକ୍ତ ଶ୍ରମିକମାନେ ଟିଏନ୍ -୨୨ସିବି ୫୯୭୬ ନମ୍ବର ବିଶିଷ୍ଟ ଟଏଟାରେ ଆସି ଆଜି ପୂର୍ବାହ୍ନ ୩ଟା ସମୟରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।

Nalco
Leave A Reply