ଲକ୍‌ଡାଉନ୍‌ ଯୋଗୁ ସବୁ ସେଲିବ୍ରିଟି ସୋସାଲ ମିଡିଆରେ ପୂର୍ବାପେକ୍ଷା ଅଧିକ ସକ୍ରିୟ । ଏକ ଫିଲ୍ମ ଗୀତରେ ପ୍ରେମିକକୁ ଆଖି ମାରି ଇଣ୍ଟରନେଟ୍‌ ସେନ୍ସେସନ ତଥା ସାରା ଭାରତର କ୍ରଶ୍‌ ହୋଇଥିବା ପ୍ରିୟା ପ୍ରକାଶ ୱାରିୟର୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଡିଆକଫିଭେଟ୍‌ କରି ଫ୍ୟାନ୍‌ଙ୍କୁ ନିରାଶ କରିଛନ୍ତି । ଆକାଉଣ୍ଟ ବନ୍ଦ କରିବାର କୌଣସି କାରଣ ସେ ଦର୍ଶାଇ ନାହାନ୍ତି । ୱିଙ୍କ୍‌ ଗର୍ଲ ନାମରେ ପରିଚିତ ପ୍ରିୟା ଇନ୍‌ଷ୍ଟା ଆକାଉଣ୍ଟ ଡିଆକଫିଭେଟ୍‌ କରିଥିଲେ ମଧ୍ୟ ଲଗାତର ଟିକ୍‌ଟକ୍‌ ଭିଡିଓ କରୁଛନ୍ତି । ସେ ଟିକ୍‌ଟକ୍‌ରେ ଡାନ୍ସ, ଲିପ୍‌ ସିଙ୍କ୍‌ ଓ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ସହ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି । ପ୍ରଶାନ୍ତ ମେମ୍ବୁଲଲିଙ୍କ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’ ମାଧ୍ୟମରେ ପ୍ରିୟା ବଲିଉଡ୍‌ରେ ଡେବୁ୍ୟ କରିପାରନ୍ତି । ଏହି ଫିଲ୍ମରେ ଅରବାଜ୍‌ ଖାନ୍‌, ଅସୀମ ଅଲୀ ଖାନ୍‌, ପ୍ରିୟାଂଶୁ ଚାଟାର୍ଜୀ, ସନ୍ଦୀପ ଭରଦ୍ୱାଜ ଆଦି ନଜରକୁ ଆସିବେ ।

LEAVE A REPLY

Please enter your comment!
Please enter your name here