ଗଞ୍ଜାମ, ୨୧ ମଇ / ଗଞ୍ଜାମ ଜିଲ୍ଲା ଶେରେଗଡ଼କୁ ଜିଲ୍ଲାର ବିଭିନ୍ନ ସହରକୁ ଗୁଟଖା ଚାଲାଣ ହେଉଛି । ଏହାର ବିକ୍ରୀ ଉପରେ ରୋକ୍ ଲଗାଯିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବ୍ୟାପକ ଗୁଟଖା ଜବତ କରାଯାଉଛି । ତଥାପି ଏହି ବେଆଇନ କାରବାର ଥମିବାର ନାଁ ନେଉନାହିଁ ।  ଗତକାଲି ସଂନ୍ଧ୍ୟାରେ ହିଞ୍ଜିଳିକାଟୁରୁ ଜଣେ ବ୍ୟବସାୟୀ ବାଇକ୍ ଯୋଗେ ଦୁଇ ବସ୍ତା ଗୁଟଖା ନେଇ ନିଜ ଗ୍ରାମକୁ ଫେରୁଥିଲେ । ଶେରେଗଡ଼ ତହସିଲଦାର ଡଃ. ଦୟାସିନ୍ଧୁ ପରିଡ଼ା ମାରୁଡ଼ି ଗ୍ରାମ ନିକଟରେ ଏହି ବାଇକ୍ ଅଟକାଇ ଯାଂଚ୍ କରିବା ପରେ ଗୁଟଖା ଚାଲାଣ ହେଉଥିବା ଜଣାପଡିଥିଲା । ଅଭିଯୁକ୍ତକୁ ପଚରା ଉଚୁରା ପରେ ତହସିଲଦାର ଶେରେଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାଶଙ୍କୁ ଖବର ଦେଇଥିଲେ । ଥାନା ଅଧିକାରୀ ବ୍ୟବସାୟୀ ବି. ବଳରାମ ପାତ୍ରଙ୍କ ଶେରେଗଡ଼ ରଙ୍ଗଣି ସାହି ମୁଖ୍ୟ ବଜାରରେ ଥିବା ଦୋକାନ ଓ ତହସିଲ ରୋଡ଼ରେ ଥିବା ତାଙ୍କ ଘର ଉପରେ ଚଢ଼ଉ କରି ଦୁଇ ସ୍ଥାନରୁ ୫୨ ବସ୍ତା ଗୁଟଖା ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଘଟଣାରେ ଅଭିଯୁକ୍ତ ବି. ବଳରାମଙ୍କୁ ଶେରେଗଡ଼ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here