Odisha news

ଚମ୍ପୁଆ ରେ ଡବଲ ମର୍ଡର , ମାଆ ଝିଅଙ୍କୁ ନିର୍ମମ ହତ୍ୟା

0
ଚମ୍ପୁଆ : ଚମ୍ପୁଆ ଥାନା ଚମକପୁର ପଞ୍ଚାୟତରେ ଡବଲ ମର୍ଡର। ଶଙ୍କରପୁର ଧଳାଡ଼ିହିରେ ଘଟିଛି ଏହି ହତ୍ୟାକାଣ୍ଡ। ଘରେ ଶୋଇଥିବାବେଳେ ମାଆ-ଝିଅଙ୍କୁ ବିଭତ୍ସ ହତ୍ୟା। କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଉଭୟଙ୍କୁ ହାଣି ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଜେଲରେ ଥିବା ରାମ ମୁଣ୍ଡାଙ୍କ ପତ୍ନୀ ସରସ୍ବତୀ ମୁଣ୍ଡା ଓ ତାଙ୍କର ୧୦ ବର୍ଷର ଝିଅ ଲକ୍ଷ୍ମୀ ମୁଣ୍ଡା। ତେବେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ୪ ବର୍ଷର ଝିଅ ଯମୁନା ମୁଣ୍ଡା ।
ଲକ୍ଷ୍ମୀଧର ମୁଣ୍ଡା  (୧୫) ତାର ସମ୍ପର୍କୀୟ ମାମୁ ଗୋବିନ୍ଦ ମୁଣ୍ଡା ଘରେ ସୋଇଥିଲା.
। ୧୫ ବର୍ଷର ପୁଅ ଲକ୍ଷ୍ମୀଧର ର କହିବା କଥା,  ଗତକାଲି ସନ୍ଧ୍ୟାରେ ମା ସରସ୍ଵତୀ, କକା  ନଟ ମୁଣ୍ଡାଙ୍କ ସହ ଘରେ  ବସି ମଦ୍ୟପାନ କରୁଥିଲେ । ଏତିକି ବେଳେ, ସେ ଓ ତାଙ୍କ ୧୨ ବର୍ଷୀୟା ଭଉଣୀ ପାର୍ବତୀ, ସମ୍ପର୍କୀୟ ମାମୁଙ୍କ ଘରକୁ ଚାଲିଯାଇଥିଲେ । ଆଜି ସକାଳୁ ସବା ସାନ ଭଉଣୀ ଯମୁନା ଠାରୁ ଶୁଣିବା ପରେ ମା ଓ ଭଉଣୀଙ୍କ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ରାତିରେ  କେହି ଦୃବୃର୍ତ୍ତ ସରସ୍ଵତୀ ଓ ଝିଅ ଲକ୍ଷ୍ମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟାକାଣ୍ଡ ଭିଆଇଥିଲା । ବୋଧ ହୁଏ ଶୋଇଥିବା ଅବସ୍ଥାରେ କିଛି ଜାଣିପାରି ନଥିଲେ ମୃତ୍ୟୁ ମୁଖରୁ ବର୍ତି ଯାଇଥିବା ୪ ବର୍ଷର କୋମଳମତି ଝିଅ ଯମୁନା। ତେବେ ରାତିରେ କେତେବେଳେ  ଓ କିପରି ଏହି ହତ୍ୟାକାଣ୍ଡ ଘଟିଛି ତାହାକୁ ନେଇ ଅନୁସଂଦ୍ଧାନ ଚଳାଇଛି ପୋଲିସ ।  ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ରକରି ରାମ ମୁଣ୍ଡା ନିଜ ଭାଇ ନଟ ମୁଣ୍ଡାଙ୍କୁ ହତ୍ୟା ଉଦ୍ୟମ କରି ଅଢେଇ ବର୍ଷ ହେବ  ଜେଲରେ ଅଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ନଟ ମୁଣ୍ଡାର ସମ୍ପୃକ୍ତି ଅଛି କି ନା’ ସେ ନେଇ ନଟକୁ  ଅଟକ ରଖି ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ଥାନା ଚମକପୁର ପଞ୍ଚାୟତରେ ଡବଲ ମର୍ଡର। ଶଙ୍କରପୁର ଧଳାଡ଼ିହିରେ ଘଟିଛି ଏହି ହତ୍ୟାକାଣ୍ଡ। ଘରେ ଶୋଇଥିବାବେଳେ ମାଆ-ଝିଅଙ୍କୁ ବିଭତ୍ସ ହତ୍ୟା। କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଉଭୟଙ୍କୁ ହାଣି ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଜେଲରେ ଥିବା ରାମ ମୁଣ୍ଡାଙ୍କ ପତ୍ନୀ ସରସ୍ବତୀ ମୁଣ୍ଡା ଓ ତାଙ୍କର ୧୦ ବର୍ଷର ଝିଅ ଲକ୍ଷ୍ମୀ ମୁଣ୍ଡା। ତେବେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ୪ ବର୍ଷର ଝିଅ ଯମୁନା ମୁଣ୍ଡା ।

ଲକ୍ଷ୍ମୀଧର ମୁଣ୍ଡା  (୧୫) ତାର ସମ୍ପର୍କୀୟ ମାମୁ ଗୋବିନ୍ଦ ମୁଣ୍ଡା ଘରେ ସୋଇଥିଲାl
୧୫ ବର୍ଷର ପୁଅ ଲକ୍ଷ୍ମୀଧର ର କହିବା କଥା,  ଗତକାଲି ସନ୍ଧ୍ୟାରେ ମା ସରସ୍ଵତୀ, କକା  ନଟ ମୁଣ୍ଡାଙ୍କ ସହ ଘରେ  ବସି ମଦ୍ୟପାନ କରୁଥିଲେ । ଏତିକି ବେଳେ, ସେ ଓ ତାଙ୍କ ୧୨ ବର୍ଷୀୟା ଭଉଣୀ ପାର୍ବତୀ, ସମ୍ପର୍କୀୟ ମାମୁଙ୍କ ଘରକୁ ଚାଲିଯାଇଥିଲେ । ଆଜି ସକାଳୁ ସବା ସାନ ଭଉଣୀ ଯମୁନା ଠାରୁ ଶୁଣିବା ପରେ ମା ଓ ଭଉଣୀଙ୍କ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ରାତିରେ  କେହି ଦୃବୃର୍ତ୍ତ ସରସ୍ଵତୀ ଓ ଝିଅ ଲକ୍ଷ୍ମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟାକାଣ୍ଡ ଭିଆଇଥିଲା ।
ବୋଧ ହୁଏ ଶୋଇଥିବା ଅବସ୍ଥାରେ କିଛି ଜାଣିପାରି ନଥିଲେ ମୃତ୍ୟୁ ମୁଖରୁ ବର୍ତି ଯାଇଥିବା ୪ ବର୍ଷର କୋମଳମତି ଝିଅ ଯମୁନା। ତେବେ ରାତିରେ କେତେବେଳେ  ଓ କିପରି ଏହି ହତ୍ୟାକାଣ୍ଡ ଘଟିଛି ତାହାକୁ ନେଇ ଅନୁସଂଦ୍ଧାନ ଚଳାଇଛି ପୋଲିସ ।  ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ରକରି ରାମ ମୁଣ୍ଡା ନିଜ ଭାଇ ନଟ ମୁଣ୍ଡାଙ୍କୁ ହତ୍ୟା ଉଦ୍ୟମ କରି ଅଢେଇ ବର୍ଷ ହେବ  ଜେଲରେ ଅଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ନଟ ମୁଣ୍ଡାର ସମ୍ପୃକ୍ତି ଅଛି କି ନା’ ସେ ନେଇ ନଟକୁ  ଅଟକ ରଖି ପୋଲିସ ଖୋଳତାଡ଼ ଆରମ୍ଭ କରିଛି।
Nalco
Leave A Reply