ଭଦ୍ରକ :ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ସାଳନ୍ଦୀ ଗେଷ୍ଟ ହାଉସ ରୁମ୍‍ ନଂ-୧୦୭ରୁ ଗତ ୬.୫.୧୯ ତାରିଖରେ ଜଣେ ଯୁବକ ଓ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବାର ବର୍ଷାଧିକ ସମୟ ବିତିଯାଇଥିଲେ ବି ଏହାର ରହସ୍ୟ ଉନ୍ମୋଚନ ହୋଇନି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ବେଳେ ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇ ହାଲୁକାଭାବେ ଗ୍ରହଣ କରିଛି ।

ଏହି ଅଭିଯୋଗ ଆଗତ କରିଛନ୍ତି ମୃତ ଯୁବକଙ୍କ ପରିବାର ବର୍ଗ । ଆଜି ସ୍ଥାନୀୟ ବ୍ଲୁଭାଇନ୍‍ ହୋଟେଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ମୃତ ଯୁବକଙ୍କ ମାଆ ସୋବେଦା ଖାତୁନ ଓ ସମ୍ପର୍କୀୟ-ଅଲ୍ଲି ଖାଁ, ତଇବା ବିବି, ବେଗମ ବିବି, ଅଲ୍ଲି ଖାଁ, ମୀର୍ଜା ମୋଜିବୁର ରହେମାନ ପ୍ରମୁଖ ତାଙ୍କ ପୁଅକୁ ହତ୍ୟା କରାଯାଇଥିବାରୁ ଏହି ମାମଲାକୁ ଅବିଳମ୍ବେ କ୍ରାଇମବ୍ରାଞ୍ଚକୁ ଅର୍ପଣ କରିବାକୁ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ: ସହରାଞ୍ଚଳର ପୁରୁଣାବଜାର ଥାନା ଅନ୍ତର୍ଗତ ମୁଲଣାସାହିର ମୁକ୍ତାମହମ୍ମଦ ଅବଦୁଲ ରହିମ ଓ ନରିପୁର ଅଞ୍ଚଳର ମନିଷା ଦାସଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା ।

LEAVE A REPLY

Please enter your comment!
Please enter your name here