ବାସୁଦେବପୁର,୧୭/୧: ବାସୁଦେବପୁର ବ୍ଲକର ଚୂଡାମଣୀ ମୁହାଣରୁ ସମୁଦ୍ରକୁ ଅଭିମୁଖେ ମାଛ ଧରିବାକୁ ଯାଇଥିବା ସମ୍ବବାରି ମଳିକ ନାମକ ମସି୍ୟଜୀବି ସମୁଦ୍ର ମଧ୍ୟରେ ଯନ୍ତ୍ରଣା ଅନୁଭବ କରିଥିଲେ । ବୋଟରେ ଥିବା ମସିଜୀବିମାନେ ମାଛଧରା ବନ୍ଦ କରି ଚୂଡାମଣୀ ଅଭିମୁଖେ ଅସୁଥିବା ବେଳେ ବାଟରେ ମୃତ୍ୟୁ ବରଣ କରିଥିଲେ ।

ଚୂଡାମଣୀ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ବୋଟ ମଧ୍ୟରୁ ଶବକୁ ଉଦ୍ଧାର କରିଥିଲେ । ବାସୁଦେବପୁର ବ୍ଲକ ଅଢୁଆଁ ଗ୍ରାମର ଶାଶୁଭୁଆଶୁଣୀ ପଞ୍ଚାୟତର ଟୁନା ମଳିକଙ୍କ କନକଦୁର୍ଗା ବୋଟରେ ଗୁରୁବାର ଦିନ ସମ୍ବବାରି ମଳିକ (୬୮ ବର୍ଷ) ସମେତ ୯ ଜଣ ମସି୍ୟଜୀବି ଚୂଡାମଣୀ ମୁହାଣରୁ ମାଛ ଧରିବାକୁ ସମୁଦ୍ର ଅଭିମୁଖେ ଯାଇଥିଲେ ।

ଆଜି ସକାଳେ ମାଛ ଧରୁଥିବା ସମୟରେ ହଠାତ୍‌ ସମ୍ବବାରିଙ୍କ ମୁଣ୍ଡ ଘୁରାଇବା ସହିତ ଯନ୍ତ୍ରଣା ଅନୁଭବ କରିଥିଲେ । ବଟେରେ ଥିବା କର୍ମଚାରୀମାନେ ମାଛଧରା ବନ୍ଦ କରି ଚିକିସିା ପାଇଁ ଚୂଡାମଣୀ ମୁହାଣ ଅଭିମୁଖେ ବୋଟକୁ ଫେରାଇ ଆଣୁଥିବା ବାଟରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଚୂଡାମଣୀ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ମହମ୍ମଦ ହାପିଜ୍‌ ଘଟଣା ସ୍ଥଳୀରେ ପହଞ୍ଚି ବୋଟ ମଧ୍ୟରୁ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛନ୍ତି ।(ମେଲରେ ଫଟୋ ଯାଇଛି)

LEAVE A REPLY

Please enter your comment!
Please enter your name here