ବାସୁଦେବପୁର : ବାସୁଦେବପୁର ବ୍ଲକର ବିରସ ପଞ୍ଚାୟତର ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ହିତାଧିକାରୀ ଜାଣିବା ପୂର୍ବରୁ ପାଇଖାନା ଶହ ଶହ ପାଇଖାନା ମିଳିମିଶି ଖାଇଗଲେ ବୋଲି ଅଭିଯୋଗ ହୋଇଛି । ଯାହା ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ । ପଦାରେ ହଗିବୁ ଓ ପୋଖରୀରେ ପାଞ୍ଛେଇବୁ ପଛେ ଯିଏ ଦୁର୍ନିତିକୁ କରିଛି ତାକୁ ବେକରେ ଗାମୁଛା ପକାଇ ରାସ୍ତାରେ ଘୁସାଡିଦେବୁ । ଏ କେଉଁ ଯାତ୍ରା ପାର୍ଟିର ଡାଇଲକ୍ ନୁହେଁ । ଏହେଉଛି ବାସୁଦେବପୁର ବ୍ଲକର ବିରସ ପଞ୍ଚାୟତର ଜଣେ ପାଇଖାନା ହିତାଧିକାରୀଙ୍କ ମୁଖରୁ ନିର୍ଗତ ବାକ୍ୟ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆସୁଥିବା ଅର୍ଥ ସ୍ପଷ୍ଟ ଦିବାଲୋକରେ ବାସୁଦେବପୁର ବ୍ଲକର ହରିଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି ।
ବାସୁଦେବପୁର ବ୍ଳକର ସ୍ୱଚ୍ଛ ଭାରତ ଅଭିଯାନର ମହାଦୁର୍ନିତି ପଦାରେ ପଡି ହାଟରେ ଗଡୁଛି । ସ୍ୱଚ୍ଛ ଭାରତ ଅଭିଯାନରେ ଘର ଘରକା ମିଳିବ ପାଇଖାନା । ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତର ମୋଟିଭେଟର୍ ପର୍ଯ୍ୟନ୍ତ ମିଳିମିଶି ୧ କୋଟିରୁ ଉର୍ଦ୍ଧ ଟଙ୍କା ଚଳୁ କରିଥିବାର ଅଭିଯୋଗ ହେଉଛି । ବାସୁଦେବପୁର ବ୍ଲକର କେଉଁ ପଞ୍ଚାୟତର ଗୋଟିଏ ପାଇଖାନା ଘରକୁ ୩ ରୁ ୫ ଥର ଦେଖାଇ ବିଲ୍ ହୋଇଥିବା ବେଳେ କେଉଁଠି ବାଲି ମୁଠେ ପଡିନାହିଁ ହେଲେ ହିତାଧିକାରୀଙ୍କ ନାମରେ ଉଠିଛି ୧୨ ହଜାର ଟଙ୍କା । ବିରସ ପଞ୍ଚାୟତର ପ୍ରାୟ ୮୫୦ ଗୋଟି ପାଇଖାନା ବିଲି ହୋଇଥିବା ବେଳେ ସେଥିମଧ୍ୟରୁ ୨୫୦ରୁ ଉର୍ଦ୍ଧ ଫଲ୍ସ ବିଲି ହୋଇଥିବାର ସ୍ଥାନୀୟ ଗ୍ରାମବାସୀ ମାର୍ଚ୍ଚ ମାସ ୧୬ ତାରିଖରେ ବିଡିଓଙ୍କ ଠାରେ ଅଭିଯୋଗ କରିଥିଲେ । ବାସୁଦେବପୁର ବ୍ଲକର କେବଳ ବିରସ ପଞ୍ଚାୟତ ନୁହେଁ ।
ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଦୁର୍ନିତ ନମୁନା ମାତ୍ର । ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଦୁର୍ନିତି ହୋଇଥିବାର ଅଭିଯୋଗ ହେଉଛି । ବିରସ ପଞ୍ଚାୟତର ବିରସ ଗ୍ରାମର ୨୩୮ ଗୋଟି ପାଇଖାନା ନିର୍ମାଣ ହୋଇଥିବାର ବିଲି ହୋଇଥିବା ବେଳେ ସେଥିମଧ୍ୟରୁ ୫୩ ଟି ଫଲ୍ସ ବିଲି ହୋଇଛି ବୋଲି ଅଭିଯୋଗ ହୋଇଛି । ସେହିପରି ତମ୍ବାଖଣ୍ଡିି, କେରସାହିି, ବହୂପୋଖରୀ, କାଳିଗଦିି, କଂସାରୀପୁର, ଗଦଳାଖାସ,ଶ୍ରୀରାମଗଡିଆରେ ପାଇଖାନା ନିର୍ମାଣ ନହୋଇ ହିତାଧିକାରୀଙ୍କ ନାମରେ ଫଳ୍ସ ବିଲି ହୋଇଥିବାର ଗ୍ରାମବାସୀ ଓ ହିତାଧିକାରୀ ଅଭିଯୋଗ କରିଛନ୍ତି । ବିରସ ଗ୍ରାମର ଶରତ ସେଠୀ,ପିତା- ବାଇଧର,ବେଶ୍ ଲାଇନ୍ ନମ୍ବର-୧୦୭୭,ରଙ୍ଗବତୀ ମହାନ୍ତି,ସ୍ୱାମୀ-ସରୋଜ,ନମ୍ବର-୨୬୯,ମଞ୍ଜୁଲତା ମହାନ୍ତି,ସ୍ୱାମୀ-ମନୋଜ,ନମ୍ବର-୭୧୨,ପଞ୍ଚାନନ ନାୟକ,ପିତା-ରନିାକର,ନମ୍ବର-୮୨୩,ଶୁକଦେବ ଜେନା,ପିତା-ଘନଶ୍ୟାମ,ନମ୍ବର-୧୧୬୫,ନିର୍ମଳ ଜେନା,ପିତା-ଲକ୍ଷ୍ମଣ,ନମ୍ବର-୭୯୦,ଭାସ୍କର ମହାନ୍ତି,ପିତା-ରାମଚନ୍ଦ୍ର,ନମ୍ବର-୩୦୨,କମଳାକାନ୍ତ ରାଉଳ,ପିତା-ପର୍ଶୁରାମ,ନମ୍ବର-୫୭୦,ଶ୍ରୀଧର ଜେନା,ବତାସୀ ଜେନା,ଉମେଶ ନାୟକ,ରଶ୍ମିରଞ୍ଜନ ପଣ୍ଡା,ଭାରତୀ ଦାସ,ହରିହର ନାୟକ,ଲକ୍ଷ୍ମୀଧର ଜେନା,ତମ୍ବାଖଣ୍ଡି ଗ୍ରମାର ରଞ୍ଜନ ବାରିକ,ପିତା-ଅନନ୍ତ,ନମ୍ବର- ୧୯୭୫,ମଧୁସୂଦନ ପଲାଇ,ପିତା-ପଞ୍ଚାନନ,ନମ୍ବର- ୬୫୬, ଏହିପରି ଶହ ଶହ ହିତାଧିକାରୀ ଘର ନକରି ବିଲି ହୋଇଥିବାର ଅଭିଯୋଗ ହୋଇଛି ।
ଏପରିକି ହିତାଧିକାରୀଙ୍କ ଅଗୋଚରରେ ପାଇଖାନା ନିର୍ମାଣ ହୋଇଛି ବୋଲି ବିଲି ହୋଇ ଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ପାଇଖାନା ଘର ନାହିଁ ହେଲେ ଜିଓ ଟେକ କରିବା ସମୟରେ ଘର ଆସିଲା କେଉଁଠୁ । ପ୍ରକୃତ ହିତାଧିକାରୀ ନାହିଁ କାହା ଫଟୋ ଉଠାଇ ବିଲ୍ କଲେ । ବିଭାଗୀୟ ଅଧିକାରୀ ତଦନ୍ତ ବେଳେ କେଉଁ ଘରକୁ ବୁଲି ଦେଖି ବିଲ୍ କରୁଥିଲେ । ଏହି ପଞ୍ଚାୟତର ପାଇଖାନା ନିର୍ମାଣ ଦାୟିତ୍ୱ ଥିବା ସ୍ୱୟଂ ସହାୟକ ଗୋଷ୍ଠିର ସମ୍ପାଦିକା ଓ ମୋଟିଭେଟର ଦୁର୍ନିତିର ସଂପୃକ୍ତ ଅଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠିର ସମ୍ପାଦିକା ଓ ମୋଟିଭେଟରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ବାସୁଦେବପୁର ବ୍ଲକ ସବୁ ବିଭାଗ ଦୁର୍ନିତର ମହାଦ୍ରୃମ ପାଲଟି ଯାଇଛି । ଯେଉଁଠି ହାତମାରିଲେ ସେଠି ବାହାରୁଛି ମେଞ୍ଚା ମେଞ୍ଚା ଦୁର୍ନିତିର ଗନ୍ଧ । ବିଡିଓ କହିଛନ୍ତି ଅଭିଯୋଗର ତଦନ୍ତ କରି ଯେଉଁମାନେ ପାଇଖାନା ପାଇନଥିବେ ତାଙ୍କୁ ପାଇଖାନା ଯୋଗାଇ ଦେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭଦ୍ରକ ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କଲେ ଦୁର୍ନିତି ବିଭିନ୍ନ ପଞ୍ଚାୟତରେ ପ୍ରାୟ କୋଟିଏ ଟଙ୍କାର ଦୁର୍ନିତି ପଦାକୁ ଆସିପାରନ୍ତା ।