Odisha news

ପୋଲିସ ପ୍ରଶାସନ ଓ ଜାଗ୍ ମୟୂରଭଞ୍ଜ ଜାଗ୍ ପକ୍ଷରୁ ଦାମୋଦର ମେଳାରେ ମାସ୍କ ବଣ୍ଟନ

0

ବାରିପଦା  : ବାରୁଣୀ ଦାମୋଦର ମେଳାରେ ଆଜି ପୋଲିସ ପ୍ରଶାସନ ଓ ଜାଗ୍ ମୟୂରଭଞ୍ଜ ଜାଗ୍ ପକ୍ଷରୁ ଏକ ଅଭିନ୍ନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହି ଦାମୋଦର ମେଳାକୁ ଆଦିବାସୀଙ୍କ ସାମୂହିକ ଅସ୍ତି ବିସର୍ଜନ ପରମ୍ପରା କାର୍ଯ୍ୟକ୍ରମରେ ଆସୁଥିବା ଲୋକମାନଙ୍କୁ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଏକହଜାର ମାସ୍କ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଆସିଷ୍ଟାଣ୍ଡ ପ୍ରଫେସର ଡାଃ ସୁମିତ୍ରା ସୋରେନ୍ଙ୍କ ସମେତ ଜାଗ୍ ମୟୂରଭଞ୍ଜ ଜାଗ୍ର ମାର୍ଗଦର୍ଶକ ଅରୁଣ କୁମାର ବେହେରା ଓ ସଭାନେତ୍ରୀ ସୋନାଲୀ ପ୍ରିୟଦର୍ଶନୀ ବେହେରା ପ୍ରମୁଖଙ୍କ ସହ କର୍ମକର୍ତ୍ତା ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Nalco
Leave A Reply