Odisha news

ଆଜି ହେଉଛି ପବିତ୍ର ଯୋଗିନୀ ଏକାଦଶୀ , ଘଟୁଛି ୪ଟି ଅଦ୍ଭୁତ ସଂଯୋଗ

0
ଆଷାଢ଼ କୃଷ୍ଣପକ୍ଷ ର ଏକାଦଶୀ କୁ ଯୋଗିନୀ ଏକାଦଶୀ, ବା ସାୟଂ ଏକାଦଶୀ ବା ଖଳି ଲାଗି ଏକାଦଶୀ ମଧ୍ୟ କୁହାଯାଇଥାଏ l ଏକାଦଶୀ ତିଥି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ l ଏହି ଏକାଦଶୀ ରେ ବିଷ୍ଣୁଙ୍କୁ ପୂଜନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l ଆଷାଢ଼ ମାସର ପ୍ରଥମ ଏକାଦଶୀ କୁ ଯୋଗିନୀ ଏକାଦଶୀ କୁହାଯାଇ ଥାଏ l ଯୋଗିନୀ ଏକାଦଶୀ ରେ ବ୍ରତ କରିବା ଦ୍ୱାରା ମନୁଷ୍ୟ ସମସ୍ତ କରିବା ଦ୍ୱାରା ସମସ୍ତ ପ୍ରକାର ଦୁଖାରୁ ମୁକ୍ତି ମିଳିଥାଏ l- ଯୋଗିନୀ ଏକାଦଶୀ ତର ୪ଟି ସଂଯୋଗ ଘଟୁଥିବା ରୁ ଏହିଦିନ ଟିର ବିଶେଷ ମହତ୍ୱ ରହିଛି l ସେହି ସଂଯୋଗ ଗୁଡିକ ହେଲା ଧୃତି ଯୋଗ, ତ୍ରିପୁଷ୍କର ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଶିବ ବାସ ଯୋଗ l

– ଧୃତି ଯୋଗରେ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ନିହାତି ଜରୁରୀ, ଏହାଦ୍ୱାରା ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l ଆଜିର ଦିନରେ ବ୍ରାହ୍ମଣ ଙ୍କୁ ଭୋଜନ କରାଇବା ଆବଶ୍ୟକ l

– ଯୋଗିନୀ ଏକାଦଶୀ ରେ ତ୍ରିପୁଷ୍କର ଯୋଗ ର ନିର୍ମାଣ ହେଉଛି, ଏହି ଯୋଗ ରେ ଜୀବନ କୁ ନିରୋଗୀ ରଖିବା ପାଇଁ ବିଷ୍ଣୁ ଙ୍କ ନିକଟ ରେ ପ୍ରାର୍ଥନା କରିବା ଜରୁରୀ l

– ସର୍ବାର୍ଥ ସିଦ୍ଧି ଯୋଗ ଦ୍ୱାରା ଜୀବନ ରେ ସବୁକିଛି ହାସଲ କରାଯାଇ ଥାଏ , ତେଣୁ ଏହି ସଂଯୋଗ ଦ୍ୱାରା ଆପଣ ଶ୍ରୀହରି ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ମିଳିତ ଭାବରେ ପାଇପାରିବେ l

– ଶିବ ବାସ ଯୋଗ କାରଣରୁ ଏହିଦିନ ମହାଦେବ  ଙ୍କ ନିକଟରେ ଅଭିଷେକ କରିବା ଆବଶ୍ୟକ l  ଯେଉଁ କାରଣରୁ ଜୀବନ ରେ ଗ୍ରହ ମାନଙ୍କର ଶୁଭ ପ୍ରଭାବ ରହିବ l

– ଆଜିର ଦିନରେ ମହାଦେବ ଙ୍କ ନିକଟରେ ପାଣି ରେ ରାଶି ପକାଇ ମହାଦେବ ଙ୍କୁ ସମର୍ପଣ କରନ୍ତୁ, ଏହାଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l

– ଏକାଦଶୀ ଦିନ ବିଷ୍ଣୁ ସହସ୍ର ନାମ ପାଠ କରିବା ଖୁବ ଶୁଭ ଅଟେ, ଏହାଦ୍ୱାରା ଜୀବନ ର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l ଏବଂ ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ l

Leave A Reply