Odisha news

ସ୍ୱପ୍ନର ସୌଦାଗର : ବିଶ୍ୱ ସ୍ୱପ୍ନ ଦିବସ …….

0

ଡାକ୍ତର ସମ୍ରାଟ କର : ପିଲାବେଳର ସାଙ୍ଗ ବିଭୁତି କଥା ମନେ ପଡ଼ିଗଲେ ଭାରି ହସ ଲାଗେ । ସଂଯୋଗକୁ ଏକ ଫାର୍ମା କମ୍ପାନୀରେ ବିଶାଖାପାଟଣାରେ କାମ କରୁଥିବା ପିଲାଦିନର ସାଙ୍ଗ ବିଭୁତି ଭେଟ ବି ହୋଇଗଲା । ମୋତେ କହିଲା “ତୁମେ ସବୁ ଡାକ୍ତର ଲୋକ, ଜାଣିଛ ମୁଁ ଦିନେ ଦିନେ ରାତିରେ ବଢ଼ିଆ ବଢ଼ିଆ ସ୍ୱପ୍ନ ସବୁ ଦେଖେ । ଏଇ ଯେମିତି ଶ୍ରୀକାନ୍ତ ଭାଇ ତିଆରି କରିଥିବା ଗଣେଶ କମ୍ପାନୀରେ ମୁଁ ଦିନାକାତି ବଡ଼ ମାଲିକ ହୋଇଯାଇଛି । କାନାଡ଼ାରେ ମୌଜ ମସ୍ତି କରୁଛି, ବହୁତ ପଇସା କମାଇଛି, ସକାଳୁ ନିଦ ଭାଙ୍ଗିଗଲା ବେଳକୁ ବାପା ରାଜମିସ୍ତ୍ରୀ କାମକୁ ଗଲାବେଳକୁ ପାଟି କଲାବେଳକୁ ମୁଁ ପ୍ରକୃତିସ୍ଥ ହୋଇଯାଉଛି । ତୁମେ କହିଲ ମୋ ଭାଗ୍ୟରେ ତ କାନାଡ଼ା ବୁଲିବାର ନାହିଁ, ଏ ଅଜବ ସ୍ୱପ୍ନଗୁରା ସତରେ କ’ଣ ସବୁ? ମୁଁ ତାକୁ କହିଲି ତୋ ପାଠସାଠ, ଯୋଗ୍ୟତା, ସବୁକୁ ଦେଖି ନିଜ ଜୀବନରେ ଛିଡ଼ା ହୋଇପାରିବୁ ।

ସ୍ୱପ୍ନ ସବୁ କିଛି କ୍ଷଣର ମାଦକତା । ସ୍ୱପ୍ନର ସୃଷ୍ଟି ମଧ୍ୟ ମସ୍ତିଷ୍କରୁ । ସ୍ୱପ୍ନରେ ନିଜ ଭାବନା, ଚିନ୍ତା, ସ୍ମରଣଶକ୍ତି ଓ ଜ୍ଞାନ ଇତ୍ୟାଦି ଆପଣାଛାଏଁ ମସ୍ତିଷ୍କରେ ଚାଲିଥାଏ । ବାସ୍ତବ କଥା ହେଉଛି ଜୀବନରେ ସମସ୍ତ ଆଶା ଓ ଇଛା କରୁଥିବା ବା ଅଭିଳାଷ ଅନେକ ସମୟରେ ଆମ ମାନସ ପଟ୍ଟରେ ଆସେ ଓ ଏହା ମନରେ ଭାବ ବିହ୍ୱଳତା ସୃଷ୍ଟି କରେ । ଜଣେ ଗୋଟିଏ କାମ କରୁଥିବାବେଳେ ବା ଗୋଟିଏ କଥା ଶୁଣୁଥିବାବେଳେ ମଧ୍ୟ ଅନ୍ତର ଭାବନା ଓ ଚିନ୍ତା ଏକା ଓ ବହୁପ୍ରକାରର ହୋଇପାରେ । ଏହି ଭାବନା ଗୁଡ଼ିକ ପରିପୂରଣ ହେବା ସଙ୍ଗେ ସଙ୍ଗେ ସମ୍ଭବ ନହେଲେ ଏଗୁଡ଼ିକ ସ୍ୱପ୍ନ ରୂପରେ ନିଦ୍ରିତ ଅବସ୍ଥାରେ ଉପଭୋଗ କଲାପରି ଲାଗେ । ଯେଉଁ ଇଛା ମନରେ ଥାଏ ତାହା ଇପସ୍ିତ ଭାବନା ହୋଇରହେ ।

ସକରାତ୍ମକ ଭାବନାଗୁଡ଼ିକ ହେଲା, ସ୍ନେହ, ପ୍ରେମ, ଭଲପାଇବା, ନିଜ ପ୍ରତି, ପରିବାର ପ୍ରତି, ପାଠପଢ଼ାରେ, ସମାଜ ପ୍ରତି ଓ ନିଜ ଚାକିରି ବୃତ୍ତି ବା ବ୍ୟବସାୟ ବୃଦ୍ଧିରେ କିଛି ଉନ୍ନତିର ଭାବନା । ଯଥା ଘର କରିବା, ବଡ଼ଲୋକ ହେବା, ମୌଜ ମଜଲିସ୍ କରିବା, କାନାଡ଼ା ବୁଲିବା, ହୋଇପାରେ ଭଲ ଚିନ୍ତନରେ ଦେଶ ସେବା କରିବା ବା ସମାଜ ସେବାରେ ନିଜକୁ ଅତିବାହିତ କରିବା । ଠିକ୍ ସେହିପରି ନକରାତ୍ମକ ଭାବନା ହେଲା ଘୃଣା, ଇର୍ଷା, ବିଦ୍ୱେଷର ଭାବନା । ନିଜ କୁକର୍ମର ଅନ୍ତରାୟର ଭାବନା, ଅନ୍ୟ ମାନଙ୍କ ପ୍ରତି ଦମନ, ଅନ୍ୟକୁ ସହି ନପାରିବାର ଭାବନା, ୪୨୦ କଥା କହି ନିଜ ଲୋକଙ୍କୁ ଠକିବା, ଫୋନ ଧରି ଛାତ ଉପରକୁ ଦୌଡ଼ି ନିଜ ପେଟପାଟଣା କଥାକୁ ଭୁଲି ଗାଲୁ ମାରିବା, ଫୁଡିମାରି ଦୁନିଆ ଝିଅଙ୍କ ସହ ଲଟରପଟର ହେବା, ବନ୍ଧୁଘରେ ରହି ସାହିର ଲଫଙ୍ଗା ଟୋକାଙ୍କ ସହ ମିଶି ଗଞ୍ଜେଇ ଟାଣିବା ବା ନିଶାରେ ଚୁର୍ ହେବା, ଦାନାପାଣି ଦେଇଥିବା ବନ୍ଧୁଘର ବଡ଼ଭାଇଟିକୁ ଭୁତେଇ ତାଙ୍କ ଘରଲୋକଙ୍କୁ ଧୁମ୍ ଗାଲୁ ପେଲିବା, ମିଛରେ ବମ୍ବେରେ ଚାକିରି ହୋଇଛି, କାନାଡାରେ ହୋଇଛି ଏପରି ବିଭ୍ରାନ୍ତିଆ କଥା ସବୁ କହି ନିଜର କ୍ଷତିକରିବା । ସବୁଠୁ ବଡ଼ କଥା ହେଉଛି ନିଜ ଆୟର ଔକାତ୍କୁ ଭୁଲି ଘର ଲୋକଙ୍କୁ ବଡ଼ ଆର୍ଥିକ ସାହାଯ୍ୟର ଆଶା ମରିଚିକା ଦେଖାଇବା, ଦୁଃଖର ଭାବନା, ଆତ୍ମହତ୍ୟା ବା ଅନ୍ୟକୁ ମାରିଦେବାର ଭାବନା ବା ରୋଗର ଭାବନା, ଦୁର୍ଘଟଣାର ଭାବନା ଇତ୍ୟାଦି ।
ନିଦ୍ରା ବିଭିନ୍ନ ପ୍ରକାରର ଅଛି । ଗାଢ଼ ନିଦ୍ରା ହେଉଛି ଯାହାକି ନିଦ୍ରିତ ଅବସ୍ଥାରେ ପ୍ରତି ୨୦-୨୫ ମିନିଟରେ ୨୦-୨୫ ମିନିଟ ପର୍ଯ୍ୟନ୍ତ ହୁଏ ।

ଋକ୍ଷରମଗ୍ଧକ୍ସକ୍ଟରଦ୍ଭମରକ୍ଟ୍ରଷବକ୍ଷକ୍ଟଶକ୍ସବଜ୍ଞ ରେ କ୍ସରମକ୍ଟକ୍ସୟ କରାଯାଇ ଦେଖାଯାଇଛି । ଏହା ପ୍ରକୃତ ନିଦ । ଯେଉଁଥିରେ ବଡ଼ ବଡ଼ ଧୀର ତରଙ୍ଗ ଆସେ ଓ ମଝିରେ ମଝିରେ ଲାଗି ଲାଗି ବା ସ୍ଲିପ ବଣ୍ଡଲ ନିଦ୍ରଗୁଚ୍ଛ ରେକର୍ଡ଼ ହୁଏ । ଏଥିରେ ସ୍ୱପ୍ନ ହୁଏନା । ଏହି ସମୟରେ ଡୋଳା ଧୀରେ ଧୀରେ ଏପଟ ସେପଟ ହୁଏ । ସେହିପରି ଆଉ ଗୋଟିଏ ହେଉଛି ଯାହାକୁ କହନ୍ତି ପତଳା ନିଦ ବା ଛାଇ ନିଦ । ଏହାକୁ ମାନସିକ ରୋଗ ବିଜ୍ଞାନରେ କୁହାଯାଏ ପାରାଡକ୍ସିକାଲ ସ୍ଲିପ୍ । ଯାହାକି ନିଦ୍ରିତ ଅବସ୍ଥାରେ ବେଶି ସମୟ ଧରି ୬୦-୮୦ ମିନିଟ ବ୍ୟବଧାନରେ ୨୦-୨୫ ମିନିଟ ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ନିଦ୍ରିତ ଲୋକର ଆଖି ଡୋଳା ଥର ଥର ହୋଇ ପେଣ୍ଡୁଲମ୍ ପରି ଖୁବ୍ ଜୋରରେ ଏପଟ ସେପଟ ହେଉଥାଏ । ଯାହାକି ପତା ଉପରୁ ମଧ୍ୟ ଲକ୍ଷ୍ୟ କରାଯାଇ ପାରିବ । ଏହାକୁ ଜଋଗ (ଜବକ୍ଟ୍ରସୟ ଋଚ୍ଚର ଗକ୍ଟଙ୍ଖରଜ୍ଞରଦ୍ଭଗ୍ଧ ଝକ୍ଷରରକ୍ଟ୍ର) କହନ୍ତି ।

ଏହା ହିଁ ସ୍ୱପ୍ନର ସମୟ । ବାସ୍ତବ କଥା ହେଉଛି ସ୍ୱପ୍ନ ଆମ ଶରୀର ପାଇଁ ହିତକାରୀ – ଏହା ଭାବନା ପରିପ୍ରକାଶର ଉପାୟ ଓ ଏହାଦ୍ୱାରା ସମସ୍ତ ବିହ୍ୱଳତା ରୋଗ ଦୂର ହୁଏ । ଏହା ଶରୀରର ଏକ ସ୍ୱେଚ୍ଛାକୃତ ପ୍ରତିରକ୍ଷା । ଏହା ସମସ୍ତ ଆବାଳ ବୃଦ୍ଧବନିତା, ଶିଶୁ ଠାରୁ ବୁଢ଼ା ହେବା ପର୍ଯ୍ୟନ୍ତ ସମସ୍ତେ ଦେଖିଥାନ୍ତି । ଯେଉଁମାନେ କହନ୍ତି ଯେ ସେ ସ୍ୱପ୍ନ ଦେଖିନାହାଁନ୍ତି, ପ୍ରକୃତରେ ସେମାନେ ଭୁଲିଯାଇଥାନ୍ତି ।

Leave A Reply