ନାରୀ ହିଁ ଶକ୍ତି , ନାରୀ ହିଁ ଶାନ୍ତି , ନାରୀ ହିଁ ପ୍ରଗତୀ l ସେହି ନାରୀ କେତେବେଳେ ମମତାମୟୀ ହୋଇ ସ୍ନେହ ର ବର୍ଷା କରିଥାଏ ତ ଆଉ କେତେବେଳେ ମା ଦୁର୍ଗା ର ରୂପ ଧରି ନିଜର ରକ୍ଷା କରିବା ସହିତ ସମାଜ ର କଲ୍ୟାଣ କରିଥାଏ l ଆଜି ସେହି ନାରୀ ମାନଙ୍କ ପାଇଁ ଦିନ ଟିଏ , ଯାହାକୁ ଆମେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ୱରେ ପାଳନ କରିଥାଉ l
ନାରୀ ଟିଏ ଘରୋଇ କାମ ସହିତ ସଦା ସର୍ବଦା ସମାଜ ର ମଙ୍ଗଳ ପାଇଁ ଚେଷ୍ଟା କରିଥାଏ l ଆଜି ନାରୀର ସମାଜ ର ବିଜ୍ଞାନ, କଳା , କ୍ରୀଡା , ରାଜନୈତିକ , ଆର୍ଥିକ, ସମାଜ ସେବା ସହିତ ସମସ୍ତ କ୍ଷେତ୍ରରେ ଯୋଗଦାନ ରହିଛି l ତେଣୁ ନାରୀ ମାନଙ୍କ ସମ୍ମାନ ରେ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ଟିକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳିତ କରାଯାଇ ଆସୁଛି l
ଏହି ଦିନଟିର ଆରମ୍ଭ ବିଂଶ ଶତାବ୍ଦୀ ରୁ ଆରମ୍ଭ ହୋଇଥିଲା l ଯେତେବେଳେ ଦୁନିଆ ମହିଳା ମାନଙ୍କ ପାଇଁ ସମାନ ମତାଧିକାର ଏବଂ ସମାନ ବେତନ ଅଧିକାର ପାଇଁ ସଂଘର୍ଷ କରାଯାଉ ଥିଲା l ଧୀରେ ଧୀରେ ଏହା ସାରା ବିଶ୍ୱରେ ଗୋଟିଏ ଆନ୍ଦୋଳନ ଭାବରେ ଦେଖା ଯାଇଥିଲା l ଏବଂ ୧୯୭୫ ରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ପ୍ରଥମ ଥର ପାଇଁ ମାର୍ଚ୍ଚ ୮ ତାରିଖ ଦିନଟିକୁ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ କରାଯିବା ପାଇଁ ଘୋଷଣା କରାଯାଇ ଥିଲା l ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ର ଥିମ ରହିଛି ‘ Invest in Women : Accelerate Progress ‘ ଯାହାର ଅର୍ଥ ହେଲା ମହିଳା ଦିବସ ରେ ମହିଳା ସଶକ୍ତିକରଣ ପାଇଁ ଗୋଟିଏ ପାଦ ” l
ଭାରତ ଭଳି ଦେଶରେ ଯେଉଁଠି ମହିଳା ମାନଙ୍କୁ ବର୍ଷ ବର୍ଷ ଧରି ସାମାଜିକ ଅସମାନତା ର ସାମ୍ନା କରିବାକୁ ପଡୁଛି, ସେହି ଦେଶରେ ମଧ୍ୟ ମହିଳା ଦିବସ ର ବିଶେଷ ମହତ୍ୱ ରହିଛି l ଆଜି ଭାରତ ଭଳି ଦେଶରେ ମହିଳା ମାନଙ୍କର ସମାନତା, ବାଲ୍ୟ ବିବାହ ପ୍ରଥାର ଉଛେଦ, ଆର୍ଥିକ ଭାବରେ ମହିଳା ମାନେ ସଶକ୍ତ କରିବାରେ ମଧ୍ୟ ଏହା ଦର୍ଶାଉଛି ଯେ ନାରୀ ଆଜି ସବଳା l ଯେଉଁ ଦେଶରେ ନାରୀ ଦିନେ ଘର ବାହାରକୁ ଗୋଡ଼ କାଢୁ ନଥିଲା ଆଜି ସେହି ଦେଶରେ ନାରୀ ପୁରୁଷ ସହିତ ପ୍ରତ୍ୟେକ କ୍ଷେତ୍ରରେ କାନ୍ଧ ମିଳାଇ ଠିଆ ହେଉଛି l
ନାରୀ ଜାତିର ସମ୍ମାନ ପାଇଁ କେବଳ ଆଜି ଗୋଟିଏ ଦିନ ପ୍ରଯୁଜ୍ୟ ବୋଲି ଭାବିବା ଉଚିତ ନୁହେଁ l ନାରୀଙ୍କ ସମ୍ମାନ ପାଇଁ ପ୍ରତ୍ୟେକ ଦିନ ମହତ୍ଵପୁର୍ଣ୍ଣ l ଆଜି ମଧ୍ୟ ଅନେକ ନାରୀ ନିଷ୍ପେସିତ ଅବସ୍ଥାରେ ଘର କୋଣରେ ପଡି ରହୁଛନ୍ତି ଓ ସମାଜର ଯାତନା ର ଶିକାର ହେଉଛନ୍ତି l ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସମାଜକୁ ଜାଗ୍ରତ କରିବା ସହିତ ନିଜେ ମଧ୍ୟ ସଚେତନ ହେବା ଜରୁରୀ l