Odisha news

ସ୍ୱାମୀଙ୍କ ଲ୍ୟାପଟପ ଖୋଲିଲା ରହସ୍ୟ : ସ୍ୱାମୀଙ୍କ ନଗ୍ନ ଫଟୋ ଦେଖି ସ୍ତ୍ରୀ ହେଲେ କୋର୍ଟର ଦ୍ୱାରସ୍ଥ

0

ନୂଆଦିଲ୍ଲୀ : ବେଙ୍ଗଲୁରୁର ଜଣେ ମହିଳା ନିଜ ସ୍ୱାମୀଙ୍କ ପାଖରୁ ଛାଡପତ୍ର ନେବେ ବୋଲି କୋର୍ଟରେ ଆବେଦନ କରିଛନ୍ତି l ସେ ବିଶେଷ ସୂତ୍ରରୁ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ସହରରେ ପ୍ଲେ ବଏ ଭାବରେ କାମ କରୁଛନ୍ତି l ୨୪ ବର୍ଷୀୟା ଜଣେ ମହିଳାଙ୍କର ଦେଖା ଚାହାଁ ବିପିଓରେ ଚାକିରୀ କରୁଥିବା ଜଣେ ୨୭ ବର୍ଷୀୟ ଯୁବକଙ୍କ ସହିତ ହୋଇଥିଲା l ଉଭୟ ୨୦୧୭ ରେ ବିବାହ କରିଥିଲେ l କୋଭିଡି ମହାମାରୀ କାରଣରୁ ଯୁବକ ଜଣଙ୍କର ଚାକିରୀ ଚାଲି ଯାଇଥିଲା l କିଛି ଦିନ ପରେ ତାଙ୍କ ପତ୍ନୀ ଦେଖିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ମୋବାଇଲ ଫୋନ ଓ ଲ୍ୟାପଟପ ସହିତ ଅତି ବ୍ୟସ୍ତ ରହୁଛନ୍ତି ଏବଂ ତାଙ୍କର ବ୍ୟବହାର ମଧ୍ୟ ଅସାମାନ୍ୟ ହୋଇ ଯାଇଛି l

ତାଙ୍କ ସ୍ୱାମୀ ତାଙ୍କୁ ଠିକ ଭାବରେ କୌଣସି କଥା କହୁନଥିଲେ l ପତ୍ନୀ ଏହି ବିଷୟରେ ଜାଣିବା ପାଇଁ ନିଜ ଭାଇଙ୍କ ସହାୟତା ନେଇଥିଲେ ,ତାଙ୍କ ଭାଇ ଯେତେବେଳେ ସ୍ୱାମୀଙ୍କର ଲ୍ୟାପଟପ ଖୋଲିଲେ ସେତେବେଳେ ଦେଖିବାକୁ ପାଇଥିଲେ ଯେ ଗୋଟିଏ ସିକ୍ରେଟ ଫୋଲ୍ଡର ଦେଖିଲେ l ଯେଉଁଥିରେ ମହଳା ଜଣଙ୍କ ଦେଖିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀଙ୍କର ନଗ୍ନ ଫଟୋ ରହିଛି ଓ ତାଙ୍କ ନିକଟରେ ମହିଳା ମାନେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଠିଆ ହୋଇଛନ୍ତି l ସେତେବେଳେ ମହିଳା ଜଣଙ୍କ ଜାଣି ପାରିଲେ ଯେ ତାଙ୍କ ସ୍ୱାମୀ ଜଣେ ପୁରୁଷ ଦେହଜୀବୀ ଅଟନ୍ତି ,ସେ ଘଣ୍ଟାକୁ ୩ ହଜାରରୁ ୫ ହଜାର ଟଙ୍କା ନେଇଥାନ୍ତି l

ତାଙ୍କର ସହରରେ ଅନେକ ଗ୍ରାହକ ରହିଛନ୍ତି l ଯେତେବେଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଏବିଷୟରେ ପଚାରି ଥିଲେ ସେ ମନା କରିଥିଲେ l ଏହାପରେ ମହିଳା ଜଣଙ୍କ ବନ୍ଧୁ ମାନଙ୍କ ସହାୟତାରେ ପୋଲିସ ଥାନାରେ ପହଁଚିଲେ ସେତେବେଳେ ପୋଲିସର ଚାପରେ ବ୍ୟକ୍ତି ଜଣଙ୍କ ସମସ୍ତ କଥା ମାନିଥିଲେ l ଯୁବକ ଜଣଙ୍କ ଏହି କାମକୁ ଛାଡି ଭଲ କାମ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ସହିତ ରହିବାକୁ ଇଛା କରି ନଥିଲେ l କିନ୍ତୁ ଉଭୟ ଦମ୍ପତି ବିବାହ ବିଚ୍ଛେଦ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l

Leave A Reply